ତାମିଲନାଡୁରେ ଦୁର୍ନୀତି ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ରାଜ୍ୟରେ ଲାଞ୍ଚ କାରବାର, ଦୁର୍ନୀତି କିମ୍ବା କ୍ଷମତାର ଅପବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ବୁଧବାର କରୁରରେ ଆୟୋଜିତ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ସେ କହିଥିଲେ, “ଯଦି କେହି ଆପଣଙ୍କଠାରୁ ଲାଞ୍ଚ ମାଗେ, ତେବେ ସିଧାସଳଖ ମନା କରନ୍ତୁ। ତାଙ୍କୁ କୁହନ୍ତୁ, ଏହି ରାଜ୍ୟରେ ଆମର ପୁଅ, ଆମର ଭାଇ ବିଜୟ ଶାସନ କରୁଛି।”
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସରକାର ସର୍ବଦା ପ୍ରତିବଦ୍ଧ। ଦୁର୍ନୀତି ବିରୋଧରେ ଲୋକମାନେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବା ସହ କୌଣସି ପରିସ୍ଥିତିରେ ଲାଞ୍ଚ ନଦେବାକୁ ସେ ଆହ୍ୱାନ କରିଛନ୍ତି।
୨୦୨୫ ନିର୍ବାଚନ ପୂର୍ବରୁ କରୁରରେ ଆୟୋଜିତ ଏକ ରାଲି ସମୟରେ ଘଟିଥିବା ଦଳାଚକଟା ଦୁର୍ଘଟଣାରେ ୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ଏହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ କରୁର ଗସ୍ତ ଥିଲା। ଏହି ଘଟଣା ପାଇଁ ସେ ପୋଲିସ ପ୍ରଶାସନର ଅବହେଳାକୁ ଦାୟୀ କରିଥିବା ବେଳେ ବ୍ୟାପକ ଜନସମାଗମ ନେଇ ତାଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି।
ମୃତକଙ୍କ ସ୍ମୃତିରେ କରୁରରେ ଟିଭିକେ ପକ୍ଷରୁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହ ଦଳାଚକଟା ଦୁର୍ଘଟଣାରେ ପ୍ରଭାବିତ ୩୧ଟି ପରିବାରର ସଦସ୍ୟଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ, ଡିଏମକେ ନେତା ଟି.କେ.ଏସ୍. ଇଲାଙ୍ଗୋବନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବିଜୟଙ୍କ ଦଳର ଜଣେ ଓକିଲ ଦଳୀୟ ପଦବୀ ବଣ୍ଟନରେ ଲାଞ୍ଚ କାରବାର ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାକୁ ନେଇ ତାମିଲନାଡୁର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଭାରତରେ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ୍ ବା ମହାକାଶ ଇଣ୍ଟରନେଟ୍...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
ବିଶ୍ୱର ମାନଚିତ୍ରକୁ ନେଇ ଆସିଛି ଏକ ବଡ଼ ଚର୍ଚ୍ଚା। ପ୍ରାୟ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ଭାରତରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ସମ୍ମିଳନୀ ପୂର୍...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...