‘ଲାଞ୍ଚ ମାଗିଲେ ସିଧା ମନା କରନ୍ତୁ’: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ କଡ଼ା ବାର୍ତ୍ତା

ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଦୁର୍ନୀତି ଓ ଲାଞ୍ଚ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। କେହି ଲାଞ୍ଚ ମାଗିଲେ ସିଧାସଳଖ ମନା କରିବା ସହ ଦୁର୍ନୀତି ବିରୋଧରେ ଦୃଢ଼ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। କରୁରରେ ଆୟୋଜିତ ଏକ ବିଶାଳ ସଭାରେ ସେ ଏହି ବାର୍ତ୍ତା ଦେଇଛନ୍ତି।
Tamil Nadu Chief Minister C. Joseph Vijay urges people to reject bribery and corruption.
Tamil Nadu Chief Minister C. Joseph Vijay urges people to reject bribery and corruption.

ତାମିଲନାଡୁରେ ଦୁର୍ନୀତି ବିରୋଧରେ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ରାଜ୍ୟରେ ଲାଞ୍ଚ କାରବାର, ଦୁର୍ନୀତି କିମ୍ବା କ୍ଷମତାର ଅପବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବୁଧବାର କରୁରରେ ଆୟୋଜିତ ଏକ ବିଶାଳ ଜନସଭାରେ ଉଦ୍ବୋଧନ ଦେଇ ସେ କହିଥିଲେ, “ଯଦି କେହି ଆପଣଙ୍କଠାରୁ ଲାଞ୍ଚ ମାଗେ, ତେବେ ସିଧାସଳଖ ମନା କରନ୍ତୁ। ତାଙ୍କୁ କୁହନ୍ତୁ, ଏହି ରାଜ୍ୟରେ ଆମର ପୁଅ, ଆମର ଭାଇ ବିଜୟ ଶାସନ କରୁଛି।”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ ତାଙ୍କ ସରକାର ସର୍ବଦା ପ୍ରତିବଦ୍ଧ। ଦୁର୍ନୀତି ବିରୋଧରେ ଲୋକମାନେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବା ସହ କୌଣସି ପରିସ୍ଥିତିରେ ଲାଞ୍ଚ ନଦେବାକୁ ସେ ଆହ୍ୱାନ କରିଛନ୍ତି।

୨୦୨୫ ନିର୍ବାଚନ ପୂର୍ବରୁ କରୁରରେ ଆୟୋଜିତ ଏକ ରାଲି ସମୟରେ ଘଟିଥିବା ଦଳାଚକଟା ଦୁର୍ଘଟଣାରେ ୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ଏହା ମୁଖ୍ୟମନ୍ତ୍ରୀଙ୍କର ପ୍ରଥମ କରୁର ଗସ୍ତ ଥିଲା। ଏହି ଘଟଣା ପାଇଁ ସେ ପୋଲିସ ପ୍ରଶାସନର ଅବହେଳାକୁ ଦାୟୀ କରିଥିବା ବେଳେ ବ୍ୟାପକ ଜନସମାଗମ ନେଇ ତାଙ୍କୁ ପୂର୍ବରୁ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି।

ମୃତକଙ୍କ ସ୍ମୃତିରେ କରୁରରେ ଟିଭିକେ ପକ୍ଷରୁ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହ ଦଳାଚକଟା ଦୁର୍ଘଟଣାରେ ପ୍ରଭାବିତ ୩୧ଟି ପରିବାରର ସଦସ୍ୟଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ, ଡିଏମକେ ନେତା ଟି.କେ.ଏସ୍. ଇଲାଙ୍ଗୋବନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବିଜୟଙ୍କ ଦଳର ଜଣେ ଓକିଲ ଦଳୀୟ ପଦବୀ ବଣ୍ଟନରେ ଲାଞ୍ଚ କାରବାର ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାକୁ ନେଇ ତାମିଲନାଡୁର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

LIVE TV
LIVE
Latest News
୨୫୦% ଶୁଳ୍କ ଧମକ ଦେଇ ଭାରତ-ପାକିସ୍ତାନ ସଂଘର୍ଷ ରୋକିଥିଲି: ଟ୍ରମ୍ପ

୨୫୦% ଶୁଳ୍କ ଧମକ ଦେଇ ଭାରତ-ପାକିସ୍ତାନ ସଂଘର୍ଷ...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକ...

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ ବର୍ମା, ନ୍ୟୁଜିଲାଣ୍ଡ ବିପକ୍ଷରେ ଧମାକାଦାର ଅର୍ଦ୍ଧଶତକ

ଟିକା ସମାଲୋଚକଙ୍କୁ ବ୍ୟାଟ୍‌ରେ ଜବାବ ଦେଲେ ତିଲକ...

କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ, FIFA ସଭାପତି ଭାବେ ଚତୁର୍ଥ ଥର ପାଇଁ ଲଢ଼ିବେ

ପଦରୁ ହଟିବା ଦାବିକୁ ହସି ଉଡ଼ାଇଲେ ଇନ୍ଫାଣ୍ଟିନୋ,...

FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...

Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI ପ୍ରଶଂସକଙ୍କୁ ପୋଲାର୍ଡଙ୍କ ବଡ଼ ବାର୍ତ୍ତା

Wankhedeରେ ଆଉ ଚାଲିବନି RCB-CSKର ରଙ୍ଗ! MI...

Mumbai Indiansର ନୂଆ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପ...

ୟୁରୋପରେ ରେକର୍ଡ ଗରମର ଭୟଙ୍କର ପ୍ରଭାବ, ତାପଜନିତ ମୃତ୍ୟୁ ୫୦ ହଜାରରୁ ଅଧିକ

ୟୁରୋପରେ ରେକର୍ଡ ଗରମର ଭୟଙ୍କର ପ୍ରଭାବ, ତାପଜନିତ...

ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...

ଗମ୍ଭୀରଙ୍କ ବିଶ୍ୱାସ, ତିଳକଙ୍କ ତୂଫାନୀ ଇନିଂସ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ବିଜୟ

ଗମ୍ଭୀରଙ୍କ ବିଶ୍ୱାସ, ତିଳକଙ୍କ ତୂଫାନୀ ଇନିଂସ: ନ୍ୟୁଜିଲାଣ୍ଡ...

କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...

‘ହ୍ୱାଇଟ୍ ହାଉସ୍ ନା ସଦ୍ଦାମ ହୁସେନଙ୍କ ଚିଜ୍‌କେକ୍ କାରଖାନା?’ ଟ୍ରମ୍ପଙ୍କୁ ଓବାମାଙ୍କ କଟାକ୍ଷ

‘ହ୍ୱାଇଟ୍ ହାଉସ୍ ନା ସଦ୍ଦାମ ହୁସେନଙ୍କ ଚିଜ୍‌କେକ୍...

ହ୍ୱାଇଟ୍ ହାଉସ୍‌କୁ ନେଇ ଟ୍ରମ୍ପଙ୍କୁ ଓବାମାଙ୍କ କଟାକ...

ଇରାନକୁ ନେଇ ଟ୍ରମ୍ପଙ୍କ ବଡ଼ ଚେତାବନୀ, ଆକ୍ରମଣ ହେଲେ ସମୁଦ୍ରତଳ କେବୁଲ୍ କାଟିବାକୁ ଧମକ

ଇରାନକୁ ନେଇ ଟ୍ରମ୍ପଙ୍କ ବଡ଼ ଚେତାବନୀ, ଆକ୍ରମଣ...

ଆମେରିକା-ଇରାନ ମଧ୍ୟରେ ତିକ୍ତତା ପୁଣି ବଢ଼ିବାର ସଙ୍କେତ ମି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+