ଅଷ୍ଟ୍ରେଲିଆରସିଡନୀସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଥମଥର ପାଇଁଦେବସ୍ନାନ ପୂର୍ଣ୍ଣିମାଏବଂହାତୀ ବେଶ (ଗଜାନନ ବେଶ)ନୀତି ଭକ୍ତିମୟ ପରିବେଶରେ ପାଳନ କରାଯାଇଛି। ଏହି ଆୟୋଜନ ମାଧ୍ୟମରେ ବିଦେଶ ମାଟିରେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଛି।
ଚଳିତ ବର୍ଷ ମାର୍ଚ୍ଚ ମାସରେ ପୁରୀ ଶ୍ରୀମନ୍ଦିରରରାଜପୁରୋହିତ ସୂର୍ଯ୍ୟ ନାରାୟଣ ଦାଶ ଶର୍ମାଙ୍କ ଦ୍ୱାରା ଏହି ମନ୍ଦିରର ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା। ସେହି ପରମ୍ପରାକୁ ଅନୁସରଣ କରି ମନ୍ଦିରରେ ସମସ୍ତ ନୀତିକାନ୍ତି ସଂପାଦନ କରାଯାଇଥିଲା।
ଶ୍ରୀ ଜଗନ୍ନାଥ କନ୍ସିଅସନେସ୍ ANZପକ୍ଷରୁ ଆୟୋଜିତ ଏହି ଉତ୍ସବର ଆରମ୍ଭ ପାରମ୍ପରିକପହଣ୍ଡି ବିଜେସହ ହୋଇଥିଲା। ପରେଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମହାସ୍ନାନନୀତି ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁଗଜାନନ (ହାତୀ) ବେଶରେ ସଜାଯାଇଥିଲା।
ଏହି ଧାର୍ମିକ ଆୟୋଜନରେ ସିଡନୀ ସମେତ ଅଷ୍ଟ୍ରେଲିଆର ବିଭିନ୍ନ ଅଞ୍ଚଳରୁ ଶତାଧିକ ଭକ୍ତ ଯୋଗଦେଇଥିଲେ। ଅନେକ ଭକ୍ତ କହିଛନ୍ତି ଯେ, ହଜାର ହଜାର କିଲୋମିଟର ଦୂରରେ ରହି ମଧ୍ୟ ସେମାନେ ପୁରୀ ଶ୍ରୀମନ୍ଦିରରେ ଉତ୍ସବ ପାଳନ କରୁଥିବା ଭଳି ଅନୁଭବ କରିଛନ୍ତି।
ଦେବସ୍ନାନ ପୂର୍ଣ୍ଣିମା ରଥଯାତ୍ରା ପୂର୍ବରୁ ପାଳନ କରାଯାଉଥିବା ଏକ ପ୍ରମୁଖ ପର୍ବ। ଏହି ଦିନ ମହାପ୍ରଭୁଙ୍କ ମହାସ୍ନାନ ପରେ ହାତୀ ବେଶ କରାଯାଇଥାଏ। ଏହାପରେ ମହାପ୍ରଭୁ ଅନସର ଘରକୁ ବିଜେ କରି ରଥଯାତ୍ରା ପର୍ଯ୍ୟନ୍ତ ସାଧାରଣ ଦର୍ଶନରୁ ଦୂରରେ ରହିଥାନ୍ତି।
ଏହି ଆୟୋଜନ ସିଡନୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅଷ୍ଟ୍ରେଲିଆରେ ବସବାସ କରୁଥିବା ଓଡ଼ିଆ ସମୁଦାୟ ଏବଂ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଏକ ପ୍ରମୁଖ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଆହୁରି ସୁଦୃଢ଼ କରିଛି।
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...