ନୟାଗଡ଼ ବିଜେଡି ବିଧାୟକଅରୁଣ କୁମାର ସାହୁଙ୍କ ପାଇଁ ସୋମବାର ଆଇନଗତ ଲଢ଼େଇରେ ବଡ଼ ଝଟକା ଲାଗିଛି।୨୦୨୪ ନୟାଗଡ଼ ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗସମ୍ପର୍କିତ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା ଆବେଦନକୁସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଏହି ରାୟ ସହିତ ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ନିର୍ବାଚନ ମାମଲାର ଶୁଣାଣି ଜାରି ରହିବ। ଏହାପୂର୍ବରୁ ହାଇକୋର୍ଟ ମାମଲାକୁ ଗୁଣଦୋଷ ଆଧାରରେ ଶୁଣାଣି କରିବାକୁ କହିଥିଲେ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ମାମଲା ଖାରଜ କରିବାକୁ ମନା କରିଥିଲେ।
ଏହି ଆଦେଶ ବିରୋଧରେ ଅରୁଣ ସାହୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ମାମଲାର ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଅରୁଣ ସାହୁଙ୍କ ଆବେଦନକୁ ଖାରଜ କରିବା ସହ ଓଡ଼ିଶା ହାଇକୋର୍ଟଙ୍କୁଆସନ୍ତା ଛଅ ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରି ରାୟ ପ୍ରଦାନ କରିବାକୁନିର୍ଦ୍ଦେଶ ଦେଇଛନ୍ତି।
ଏହି ନିର୍ବାଚନ ମାମଲାବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ପକ୍ଷରୁ ଦାଖଲ କରାଯାଇଥିଲା।
ଆବେଦନରେ ସେ ଅଭିଯୋଗ କରିଥିଲେ ଯେ,ଅରୁଣ ସାହୁଙ୍କ ନାମାଙ୍କନ ପତ୍ର ସମ୍ପର୍କିତ ଆଇନଗତ ସର୍ତ୍ତ ପୂରଣ ହୋଇନଥିଲେ ମଧ୍ୟ ରିଟର୍ଣ୍ଣିଂ ଅଫିସର ତାହାକୁ ଗ୍ରହଣ କରିଥିଲେ, ଯାହା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିଥିଲା।
ସେ ଏହି ଆଧାରରେ ଅରୁଣ ସାହୁଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିବାକୁ ଦାବି କରିଥିଲେ।
ଏହାପୂର୍ବରୁ ଅରୁଣ ସାହୁ ହାଇକୋର୍ଟରେ ଏକ ପୃଥକ ଆବେଦନ ଦାଖଲ କରି ନିର୍ବାଚନ ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା ଯେ, ଆବେଦନଟି ଆବଶ୍ୟକ ଆଇନଗତ ପ୍ରକ୍ରିୟା ଓ ଦଲିଲ ଦାଖଲ ନିୟମ ପାଳନ କରିନଥିଲା।
ତେବେ ହାଇକୋର୍ଟ ତାଙ୍କ ଯୁକ୍ତିକୁ ଗ୍ରହଣ କରିନଥିଲେ।
୨୦୨୪ ବିଧାନସଭା ନିର୍ବାଚନରେଅରୁଣ କୁମାର ସାହୁ ଲଗାତାର ପଞ୍ଚମ ଥର ପାଇଁ ନୟାଗଡ଼ ଆସନରୁ ବିଜୟୀହୋଇଥିଲେ। ସେ ବିଜେପିରପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ମାତ୍ର ୪୩୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ରାୟ ପରେ ମାମଲାର ଚୂଡ଼ାନ୍ତ ଶୁଣାଣି ଓଡ଼ିଶା ହାଇକୋର୍ଟରେ ଆଗକୁ ବଢ଼ିବ।
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
‘India’s biggest rebel soldier’...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ କି ବାତ&rsquo...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...