ଅଯୋଧ୍ୟାର ରାମ ମନ୍ଦିର ଦାନ ପାଣ୍ଠିରେ କଥିତ ଅର୍ଥ ହେରଫେର ମାମଲାର ସିବିଆଇ ତଦନ୍ତ ଦାବି କରି ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲା (PIL) ଉପରେ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ଅସ୍ୱୀକାର କରିଛନ୍ତି।
ବିଚାରପତିଏମ୍. ଏମ୍. ସୁନ୍ଦରେଶଏବଂଶୀଲ୍ ନାଗୁଙ୍କ ଖଣ୍ଡପୀଠ ମାମଲାର ଜରୁରୀ ଶୁଣାଣି ଦାବିକୁ ଖାରଜ କରି କହିଥିଲେ,"ଆକାଶ ଭାଙ୍ଗି ପଡ଼ିବ ନାହିଁ"। ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମକୋର୍ଟର ନିୟମିତ କାର୍ଯ୍ୟ ଆରମ୍ଭ ହେବା ପରେ ମାମଲାର ଶୁଣାଣି କରାଯାଇପାରିବ ବୋଲି କୋର୍ଟ କହିଛନ୍ତି। ଏହି ମାମଲାକୁ ଜୁଲାଇ ୧୨ରୁ ୧୭ ମଧ୍ୟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି।
ଦୁଇଜଣ ଆଇନଜୀବୀ ଦାଖଲ କରିଥିବା ଏହି ଜନସ୍ୱାର୍ଥ ମାମଲାରେ ରାମ ମନ୍ଦିରକୁ ମିଳିଥିବା ଦାନ ପାଣ୍ଠିର କଥିତ ଦୁରୁପଯୋଗ ଏବଂ ଅର୍ଥ ହେରଫେର ଘଟଣାରସିବିଆଇ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାଦ୍ୱାରା କୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଦାବି କରାଯାଇଛି।
ଆବେଦନକାରୀମାନଙ୍କ ଅଭିଯୋଗ ଅନୁଯାୟୀ,ଉତ୍ତରପ୍ରଦେଶ ପୁଲିସକରୁଥିବା ତଦନ୍ତ ପର୍ଯ୍ୟାପ୍ତ ନୁହେଁ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣଗୁଡ଼ିକର ସଠିକ୍ ସଂରକ୍ଷଣ କରାଯାଉନାହିଁ।
ବର୍ତ୍ତମାନ ଉତ୍ତରପ୍ରଦେଶ ପୁଲିସ ଏହି କଥିତ ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଜାରି ରଖିଛି। ପୁଲିସଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ସାଧାରଣ ସମ୍ପାଦକଚମ୍ପତ ରାୟଙ୍କ ବୟାନ ରେକର୍ଡ କରିସାରିଛି। ଆବଶ୍ୟକ ପଡ଼ିଲେ ଟ୍ରଷ୍ଟିଅନିଲ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟଙ୍କ ବୟାନ ମଧ୍ୟ ନିଆଯାଇପାରେ।
ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ଅଭିଯୋଗକୁ ନେଇ ଦୁଃଖ ଓ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଛି।
ଟ୍ରଷ୍ଟ ପକ୍ଷରୁ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ମିଳିଥିବା ନିଶ୍ଚିତ କରାଯାଇଛି। ଏହା ଉପରେ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯିବ ବୋଲି କୁହାଯାଇଛି।
ଏହାସହ ଟ୍ରଷ୍ଟ ସ୍ପଷ୍ଟ କରିଛି ଯେ, ଭଗବାନ ଶ୍ରୀରାମଙ୍କୁ ଅର୍ପଣ କରାଯାଇଥିବା ସମସ୍ତ ରୂପା ଇଟା, ଅଳଙ୍କାର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ହିସାବଭୁକ୍ତ ରହିଛି।
ଭୁବନେଶ୍ୱର:ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ଅର୍ଣ୍ଣବ ପରେ ବଙ୍ଗୋପସାଗରରେ ନୂଆ ପ୍ରଣାଳୀ ବାତ୍ୟା &ls...
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟାଜନିତ ପାଣିପାଗ ପ...
ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...