Miscreants opened fire on a stone-laden truck in Kutra, Sundargarh, Odisha.

ସୁନ୍ଦରଗଡ଼ରେ ଦିନଦ୍ୱିପ୍ରହରେ ଗୁଳିକାଣ୍ଡ: ପଥର ବୋଝେଇ ଟ୍ରକ୍ ଉପରେ ୫ ରାଉଣ୍ଡ ଗୁଳି, ଡ୍ରାଇଭର ଅଳ୍ପକେ ବର୍ତ୍ତିଲେ

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଞ୍ଚଳରେ ଦିନଦ୍ୱିପ୍ରହରରେ ପଥର ବୋଝେଇ ଏକ ଟ୍ରକ୍ ଉପରେ ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଚଳାଇଛନ୍ତି। ଘଟଣାରେ ଟ୍ରକ୍ ଡ୍ରାଇଭର ବନାରସି ଓରାମ ଅଳ୍ପକେ ପ୍ରାଣରକ୍ଷା ପାଇଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଥରେ ଗୁଳିକାଣ୍ଡ ଘଟିଛି। କୁତ୍ରା ଥାନା ଅନ୍ତର୍ଗତଲିଟିବେଡା ଜଙ୍ଗଲନିକଟରେ ଦିନଦ୍ୱିପ୍ରହରରେ ପଥର ବୋଝେଇ ଏକ ଟ୍ରକ୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଆନ୍ଧାଧୁନ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ସୌଭାଗ୍ୟବଶତଃ ଟ୍ରକ୍ ଡ୍ରାଇଭରବନାରସି ଓରାମଏହି ଘଟଣାରେ ଅଳ୍ପକେ ପ୍ରାଣରକ୍ଷା ପାଇଛନ୍ତି।

ସୂଚନା ଅନୁଯାୟୀ, ଖତକୁରବାହାଲ ଅଞ୍ଚଳରୁ ପଥର ଚିପ୍ସ ବୋଝେଇ ଟ୍ରକ୍ ନେଇ ଯାଉଥିବା ବେଳେ ଦୁଇଟି ବାଇକ୍ରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ ଟ୍ରକ୍କୁ ଅଟକାଇଥିଲେ। ପରେ କୌଣସି କଥାବାର୍ତ୍ତା ନକରି ସେମାନେ ଟ୍ରକ୍ ଉପରକୁ ଲଗାତାର ଗୁଳି ଚଳାଇଥିଲେ।

ପ୍ରାୟ୫ ରାଉଣ୍ଡ ଗୁଳିଚଳାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ଟ୍ରକ୍ରେ ବାଜିଥିଲେ ମଧ୍ୟ ଡ୍ରାଇଭର ବନାରସି ଓରାମ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁଳିର ଖୋକା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ର କାରଣ ଓ ଦୁର୍ବୃତ୍ତମାନଙ୍କ ପରିଚୟ ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ଛାନଭିନ ଚଳାଇଛି।

ଏହି ଘଟଣାକୁ ନେଇ ଟ୍ରକ୍ ମାଲିକଶାବନ ଲେହେରିକହିଛନ୍ତି ଯେ, ପୂର୍ବରୁ ତାଙ୍କୁ ବାରମ୍ବାର ଧମକ ମିଳୁଥିଲା। ଆଜିର ଗୁଳିକାଣ୍ଡ ସେହି ଧମକର ପରିଣାମ ହୋଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି।

ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ଏହି ଘଟଣା ପଛରେ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ଦିନଦ୍ୱିପ୍ରହରରେ ଏଭଳି ଗୁଳିମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି କରିଛି।

Latest News
ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ ୧୫-୦ରେ ହରାଇ ସେମିଫାଇନାଲରେ ଭାରତ, ଚମକିଲେ ଓଡ଼ିଆ ପୁଅ ଅନମୋଲ

ଜୁନିଅର ଏସିଆ କପ୍‌ ହକି: ଚାଇନିଜ୍‌ ତାଇପେକୁ...

କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...

Air Indiaରେ ଆହୁରି ଟଙ୍କା ଲଗାଇବା ପୂର୍ବରୁ ଅଧିକ ଅଧିକାର ଚାହିଁପାରେ Singapore Airlines

Air Indiaରେ ଆହୁରି ଟଙ୍କା ଲଗାଇବା ପୂର୍ବରୁ...

ନୂଆଦିଲ୍ଲୀ:Air Indiaରେ ଆହୁରି ପୁଞ୍ଜି ନିବେଶ କରିବା ପୂର...

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗାଏକୱାଡ ଓ ପାଡିକ୍କଲଙ୍କୁ ମିଳିଲା ଅଲଗା ଅଲଗା କ୍ୟାପ୍ଟେନ୍ସି

ଅଷ୍ଟ୍ରେଲିଆ ଏ’ ବିପକ୍ଷ ସିରିଜ୍ ପାଇଁ ଟିମ୍...

ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର ଆସୋସିଏଟ୍‌ ପାର୍ଟନର ହେଲେ ୩ ବଡ଼ ବ୍ରାଣ୍ଡ୍

ଭାରତୀୟ କ୍ରିକେଟ୍‌ ସହ ଯୋଡ଼ିହେଲା ChatGPT, BCCIର...

ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

ୱେଟରରୁ ₹୮,୦୦୦ କୋଟିର କ୍ରୁଜ୍ ବ୍ୟବସାୟ! ଜାଣନ୍ତୁ Austrian CEO Jurgen Bailomଙ୍କ ସଫଳତାର କାହାଣୀ

ୱେଟରରୁ ₹୮,୦୦୦ କୋଟିର କ୍ରୁଜ୍ ବ୍ୟବସାୟ! ଜାଣନ୍ତୁ...

ନୂଆଦିଲ୍ଲୀ:କ୍ୟାରିୟରର ପ୍ରଥମ ପାହାଚ ଜୀବନର ଶେଷ ଗନ୍ତବ୍ୟ...

ଆକାଶଛୁଆଁ ବିମାନ ଇନ୍ଧନ ଦର: ଖର୍ଚ୍ଚ କମାଇବାକୁ ଫ୍ଲାଇଟ୍ କମାଉଛନ୍ତି ଏୟାରଲାଇନ୍ସ

ଆକାଶଛୁଆଁ ବିମାନ ଇନ୍ଧନ ଦର: ଖର୍ଚ୍ଚ କମାଇବାକୁ...

ନୂଆଦିଲ୍ଲୀ:ବିମାନ ଯାତ୍ରୀଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର...

₹୯,୮୨୫ କୋଟି ଉଠାଇବ Adani Airports, ୫.୫୪% ଅଂଶଧନ ବିକ୍ରି ଖବରରେ Adani Enterprises ଶେୟର ୫% ବଢ଼ିଲା

₹୯,୮୨୫ କୋଟି ଉଠାଇବ Adani Airports, ୫.୫୪%...

ନୂଆଦିଲ୍ଲୀ:ଭାରତର ଏୟାରପୋର୍ଟ ଓ ବିମାନ ଭିତ୍ତିଭୂମି କ୍ଷେତ...

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା କଲେ ଓ୍ୱାସିମ୍‌ ଆକ୍ରମ୍‌, କହିଲେ- ‘ମୁଁ ଏକା କିଛି କରିପାରିବିନି’

ବୁଡ଼ିଯାଉଛି ପାକିସ୍ତାନ କ୍ରିକେଟ୍‌? ସାହାଯ୍ୟ କରିବାକୁ ମନା...

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+