ରୋଜଗାର ଆଶାରେ ଦାଦନ ଖଟିବାକୁ ଗୋଆ ଯାଇଥିବା ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୋଆ ଯିବାର କିଛି ଦିନ ପରେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଗୌରାଙ୍ଗ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏଭଳି ଦୁଃଖଦ ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଅନ୍ତର୍ଗତ କୁରେଇ ପଞ୍ଚାୟତର ଜାମଦରହ ଦୂତପାଣି ଗାଁରେ ଶୋକର ଛାୟା ଖେଳାଇଦେଇଛି।
ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଗୌରାଙ୍ଗ କିଛି ସାଙ୍ଗଙ୍କ ସହ ରୋଜଗାର ପାଇଁ ଗୋଆ ଯାଇଥିଲେ। ସେଠାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ତାଙ୍କୁ ରତ୍ନଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ରବିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଗୌରାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
ଗୌରାଙ୍ଗଙ୍କ ମୃତ୍ୟୁର ପ୍ରକୃତ କାରଣକୁ ନେଇ ପରିବାର ପକ୍ଷରୁ ପ୍ରଶ୍ନ ଉଠିଛି। ପରିବାର ଓ ସମ୍ପର୍କୀୟମାନେ ଗୋଆ ଯାଇ ତାଙ୍କ ମୃତଦେହକୁ ଗାଁକୁ ଆଣିଛନ୍ତି।
ଗୌରାଙ୍ଗଙ୍କ ପରିବାରରେ ତାଙ୍କ ପତ୍ନୀ ସାବିତ୍ରୀ ଓ ୧୫ ବର୍ଷର ପୁଅ ସୂରଜ ଅଛନ୍ତି। ରୋଜଗାର ପାଇଁ ଘରଠାରୁ ଦୂରକୁ ଯାଇଥିବା ଗୌରାଙ୍ଗଙ୍କ ମୃତ୍ୟୁ ପରେ ପରିବାର ସହ ସମଗ୍ର ଗାଁରେ ଶୋକର ବାତାବରଣ ସୃଷ୍ଟି ହୋଇଛି।
ସୁନ୍ଦରଗଡ଼ରୁ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଏଭଳି ଘଟଣା ସାମ୍ନାକୁ ଆସୁଥିବାରୁ ଦାଦନ ଶ୍ରମିକଙ୍କ ସୁରକ୍ଷା, ରୋଜଗାର ଓ ଦାଦନ ଚାଲାଣ ରୋକିବା ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।
‘Hanuman Ansh’ବକ୍ସ ଅଫିସ୍ରେ ଲଗାତାର ଚମକ...
‘କଚ୍ଚା ବାଦାମ’ ରିଲ୍‌ ଜରିଆରେ ଲୋକପ୍ର...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ପାଇକିରାପୁର ଗାଁରେ...
ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ...
ଦେଶବ୍ୟାପୀ ଚର୍ଚ୍ଚାରେ ଥିବାଗୁରୁଗ୍ରାମ ମହିଳା ବାଇକର ହିଟ୍...
ନ୍ୟାସନାଲ୍ ଆୱାର୍ଡ ବିଜେତା ଫିଲ୍ମ ନିର୍ଦ୍ଦେଶକ ତଥା **Fil...
LPG ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଇ-କେୱାଇସି ପ୍ରକ୍ରିୟାକୁ...
ଅଭିନେତାରୁ ରାଜନେତା ଏବଂ ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ...