Sugar prices rise to Rs 70 per kg across Odisha

ଓଡ଼ିଶାରେ ଚିନି ଦର ଆକାଶଛୁଆଁ, କିଲୋ ପିଛା ୭୦ ଟଙ୍କା

ଓଡ଼ିଶାରେ ଚିନି ଦରରେ ବଡ଼ ବୃଦ୍ଧି। କିଛି ସ୍ଥାନରେ କିଲୋ ପିଛା ଚିନି ଦର ୬୦ରୁ ୭୦ ଟଙ୍କାରେ ପହଞ୍ଚିଛି। ବରହମପୁରରେ ସର୍ବାଧିକ ୭୦ ଟଙ୍କା ହୋଇଥିବା ବେଳେ ବାଲେଶ୍ୱରରେ ୬୦ ଓ ଜୟପୁରରେ ୬୮ ଟଙ୍କା ରହିଛି।

ଭୁବନେଶ୍ୱର ସମେତ ସମଗ୍ର ଓଡ଼ିଶାରେ ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଚିନି ଦରରେ ହୋଇଛି ବଡ଼ ବୃଦ୍ଧି। ଗୁରୁବାର ଖୁଚୁରା ବଜାରରେ ଚିନି ଦର କିଲୋ ପିଛା ପ୍ରାୟ ୨୦ ଟଙ୍କା ବଢ଼ିଛି।

କିଛି ଦିନ ପୂର୍ବରୁ ଚିନି କିଲୋ ପିଛା ୪୦ରୁ ୪୨ ଟଙ୍କାରେ ମିଳୁଥିଲା। ଏବେ ଖୋଲା ବଜାରରେ ଏହାର ଦର କେତେକ ସ୍ଥାନରେ ୬୦ ଟଙ୍କା ଏବଂ ଅନ୍ୟ କେତେକ ସ୍ଥାନରେ ୭୦ ଟଙ୍କାରେ ପହଞ୍ଚିଛି। ଚିନି ଦର ବଢ଼ିବା ଯୋଗୁଁ ମିଠା, ବେକେରୀ ସାମଗ୍ରୀ ଓ ଅନ୍ୟ ଚିନି ଭିତ୍ତିକ ଖାଦ୍ୟପଦାର୍ଥର ଦର ମଧ୍ୟ ବଢ଼ିବା ଆଶଙ୍କା ରହିଛି।

କେଉଁଠି କେତେ ଚିନି ଦର?

ରିପୋର୍ଟ ଅନୁସାରେ, ବରହମପୁରରେ ଚିନି ଦର ୪୫ ଟଙ୍କାରୁ ବଢ଼ି ୭୦ ଟଙ୍କା ପ୍ରତି କିଲୋ ହୋଇଛି। ସେହିପରି ବାଲେଶ୍ୱରରେ ୪୫ରୁ ୬୦ ଟଙ୍କା, ରାଉରକେଲାରେ ୫୫ରୁ ୬୪ ଟଙ୍କା ଏବଂ ସମ୍ବଲପୁରରେ ୪୫ରୁ ୬୦ ଟଙ୍କାକୁ ଦର ବଢ଼ିଛି।

ଜୟପୁରରେ ମଧ୍ୟ ଚିନି ଦରରେ ବଡ଼ ବୃଦ୍ଧି ହୋଇଛି। ସେଠାରେ କିଲୋ ପିଛା ୪୨ ଟଙ୍କାରୁ ଦର ବଢ଼ି ୬୮ ଟଙ୍କାରେ ପହଞ୍ଚିଛି।

କାହିଁକି ବଢ଼ୁଛି ଚିନି ଦର?

ସୂଚନା ଅନୁସାରେ, ଚିନି ଉତ୍ପାଦନକାରୀ ପ୍ରମୁଖ ରାଜ୍ୟଗୁଡ଼ିକରେ ଅନିୟମିତ ବର୍ଷା ଆଖୁ ଅମଳକୁ ପ୍ରଭାବିତ କରିଛି। ଏହା ସହିତOdisha News ଅନ୍ୟ ରାଜ୍ୟରୁ ଯୋଗାଣ କମିବା ଯୋଗୁଁ ଓଡ଼ିଶାର ହୋଲସେଲ୍ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି।

କେବଳ ଚିନି ନୁହେଁ, ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ବଢ଼ିଛି। ଗତ ଏକ ମାସ ମଧ୍ୟରେ ବାସୁମତୀ ଚାଉଳ କିଲୋ ପିଛା ୩୦ ଟଙ୍କା, ସିଝା ଚାଉଳ ୧୦ ଟଙ୍କା, ଡାଲି ୫ରୁ ୧୦ ଟଙ୍କା ଏବଂ ରନ୍ଧନ ତେଲ ପ୍ରାୟ ୫ ଟଙ୍କା ମହଙ୍ଗା ହୋଇଥିବା ରିପୋର୍ଟରେ କୁହାଯାଇଛି।

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+