ଇସ୍କନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତଅଦିନିଆ ରଥଯାତ୍ରାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବଡ଼ ନିଷ୍ପତ୍ତି ନେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୀତିନୀତି ଓ ସନାତନ ପରମ୍ପରାର ସୁରକ୍ଷା ପାଇଁ କମିଟି ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବ।
ଏହି ସୂଚନା ଦେଇଛନ୍ତିଗଜପତି ମହାରାଜ ଦିବ୍ୟସିଂହ ଦେବ। ସେ କହିଛନ୍ତି ଯେ, ଚଳିତ ବର୍ଷର ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ପରେଜୁଲାଇ ୨୭ରେ ନୀଳାଦ୍ରି ବିଜେସମ୍ପନ୍ନ ହେବ। ଏହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିବ।
ଦିଲ୍ଲୀ ଗସ୍ତ ସମୟରେ ପ୍ରତିନିଧି ଦଳରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କୁ ସାକ୍ଷାତ କରିବ। ଇସ୍କନ ପକ୍ଷରୁ ବିଭିନ୍ନ ଦେଶରେ ଆୟୋଜିତ ଅଦିନିଆ ରଥଯାତ୍ରା ଶାସ୍ତ୍ରସମ୍ମତ ନୁହେଁ ବୋଲି ଶ୍ରୀମନ୍ଦିର ପକ୍ଷରୁ ସେମାନଙ୍କୁ ଅବଗତ କରାଯିବ।
ଗଜପତି ମହାରାଜଙ୍କ କହିବା ଅନୁଯାୟୀ, ସନାତନ ଧର୍ମ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରା ଏବଂ ମର୍ଯ୍ୟାଦା ରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡ଼ାଯିବ। ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଜର ଆଭିମତ ଓ ଦାବି କେନ୍ଦ୍ରୀୟ ନେତୃତ୍ୱଙ୍କ ସମ୍ମୁଖରେ ଉପସ୍ଥାପନ କରିବ।
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ: ଜଟଣୀରେ RBI ଡାଟା ସ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦକୁ ନେଇ ଚର୍ଚ୍ଚିତ କୋଟି...
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...