ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଅଞ୍ଚଳକୁ ନେଇ ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ରେନାଇ ରିଫ୍ (Ren'ai Reef) ନିକଟରେ ଘଟିଥିବା ସଂଘର୍ଷ ପରେ ଚୀନ୍ ମଙ୍ଗଳବାର ଫିଲିପାଇନ୍ସ ରାଷ୍ଟ୍ରଦୂତଙ୍କୁ ଜରୁରୀ ସମନ ଜାରି କରିଛି।
ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ରେନାଇ ରିଫ୍ରେ ଫିଲିପାଇନ୍ସ ପକ୍ଷରୁ ଉଦ୍ଦେଶ୍ୟମୂଳକ ଉତ୍ତେଜନା ଓ ଆକ୍ରମଣାତ୍ମକ କାର୍ଯ୍ୟ କରାଯାଇଥିବାରୁ କଡ଼ା ପ୍ରତିବାଦ ଜଣାଇବା ପାଇଁ ଏହି ସମନ ଜାରି କରାଯାଇଛି। ଚୀନ୍ର ଅଭିଯୋଗ ଅନୁଯାୟୀ, ଫିଲିପାଇନ୍ସ ପ୍ରଥମେ ଉତ୍ତେଜନା ସୃଷ୍ଟି କରିଥିଲା ଏବଂ ପରେ ତଥ୍ୟକୁ ବିକୃତ କରି ଚୀନ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଛି।
ଅନ୍ୟପକ୍ଷରେ ଫିଲିପାଇନ୍ସ ଦାବି କରିଛି ଯେ, ଦକ୍ଷିଣ ଚୀନ୍ ସାଗରର ଏକ ବିବାଦୀୟ ଆଉଟପୋଷ୍ଟ ନିକଟରେ ଚୀନ୍ ତଟରକ୍ଷୀ ବାହିନୀ ଜଣେ ଫିଲିପାଇନ୍ ନାବିକଙ୍କୁ ବାଡ଼ିରେ ଆକ୍ରମଣ କରିଥିଲେ। ଏହି ଘଟଣା ପରେ ଉଭୟ ଦେଶ ପରସ୍ପର ବିରୋଧରେ କଡ଼ା ଅଭିଯୋଗ ଆଣିଛନ୍ତି।
ଘଟଣାକୁ ନେଇ ଆମେରିକା ଚୀନ୍ର କାର୍ଯ୍ୟକୁ ନିନ୍ଦା କରିଥିବାବେଳେ, ଫିଲିପାଇନ୍ସର ଅନ୍ୟତମ ସହଯୋଗୀ ଅଷ୍ଟ୍ରେଲିଆ ମଧ୍ୟ ଚୀନ୍ର ଆଚରଣକୁ "ଅସ୍ଥିରକାରୀ ଓ ବିପଜ୍ଜନକ" ବୋଲି ବର୍ଣ୍ଣନା କରିଛି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱୋଙ୍ଗ କହିଛନ୍ତି ଯେ, ଏଭଳି କାର୍ଯ୍ୟ ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି।
ଦକ୍ଷିଣ ଚୀନ୍ ସାଗର ବିଶ୍ୱର ଅନ୍ୟତମ ବ୍ୟସ୍ତ ବାଣିଜ୍ୟିକ ସମୁଦ୍ରପଥ ହୋଇଥିବାବେଳେ, ଏକ ଅନ୍ତର୍ଜାତୀୟ ଆଦାଲତର ରାୟ ସତ୍ତ୍ୱେ ଚୀନ୍ ପ୍ରାୟ ସମଗ୍ର ଅଞ୍ଚଳ ଉପରେ ସାର୍ବଭୌମତ୍ୱ ଦାବି କରୁଛି। ଏହି ଦାବିକୁ ଫିଲିପାଇନ୍ସ ସମେତ ଭିଏତନାମ, ମାଲେସିଆ, ବ୍ରୁନେଇ ଓ ତାଇୱାନ ବିରୋଧ କରୁଛନ୍ତି। ଫଳରେ ଏହି ଜଳପଥରେ ବାରମ୍ବାର ସାମୁଦ୍ରିକ ସଂଘର୍ଷ ଓ ଉତ୍ତେଜନା ଦେଖାଦେଉଛି।
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ...
ରାଜ୍ୟର ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ପ୍ରକ୍ରି...
ଭାରତ ଓ ଜିମ୍ବାୱେ ମଧ୍ୟରେ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବ...
ଜମ୍ମୁ-କଶ୍ମୀରର ଅଖନୁର ସେକ୍ଟର ଅଧୀନ ଅନ୍ତର୍ଜାତିକ ସୀମା ନ...
ଭୁବନେଶ୍ୱରକୁ ଅଧିକ ସବୁଜ, ଯାତ୍ରୀ-ଅନୁକୂଳ ଏବଂ ଆଧୁନିକ ସହ...
ଦିଲ୍ଲୀ ସଂଲଗ୍ନ ଗାଜିଆବାଦ-ନୂଆଦିଲ୍ଲୀ ରେଳ ସେକ୍ସନରେ ମଙ୍ଗ...
ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ ବିପକ୍ଷରେ ୦-୧ ଗୋଲରେ...
ଓଡ଼ିଶାର ବିଭିନ୍ନ ମନ୍ଦିରରେ ଘଟିଥିବା କ୍ରମାଗତ ଚୋରି ଘଟଣା...
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍‌ ସ୍ପିନର ରବିଚନ...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ...
ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଆର୍ଥିକ ସ୍ୱଚ୍ଛତା ଓ ଜବାବଦେ...
ଇଂଲଣ୍ଡ ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍‌ରେ ପରାଜୟ...