ଗଣେଶ ପୂଜାରେ ସୌମ୍ୟରଞ୍ଜନ: କେନ୍ଦୁଝର ଯୁବକଙ୍କ ରୋଜଗାର ଉପରେ ଦେଲେ ଗୁରୁତ୍ୱ

ଆନନ୍ଦପୁର ଫ୍ରେଣ୍ଡସ କ୍ଲବ ପୂଜା ମଣ୍ଡପରେ ଗଣେଶ ପୂଜା ଅବସରରେ ପହଞ୍ଚି ଗଜାନନଙ୍କ ଦର୍ଶନ କରିଛନ୍ତି ଇଷ୍ଟର୍ଣ୍ଣ ମିଟିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ପ୍ରଭାରଞ୍ଜନ ପଟ୍ଟନାୟକ। ଏହି ଅବସରରେ ସେ କେନ୍ଦୁଝର ଯୁବକଙ୍କ ରୋଜଗାର ପ୍ରସଙ୍ଗ ଉଠାଇଛନ୍ତି।
Soumya Ranjan Patnaik at Ganesh Puja in Anandapur focusing on jobs for Keonjhar youth
Soumya Ranjan Patnaik at Ganesh Puja in Anandapur focusing on jobs for Keonjhar youth

କେନ୍ଦୁଝର: ଆନନ୍ଦପୁର ଫ୍ରେଣ୍ଡସ କ୍ଲବ ପକ୍ଷରୁ ମହାଆଡ଼ମ୍ବରରେ ଗଣେଶ ପୂଜା ପାଳନ କରାଯାଉଛି। ପୂଜା ମଣ୍ଡପରେ ପହଞ୍ଚି ଗଜାନନଙ୍କ ଦର୍ଶନ କରିବା ସହ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ଇଷ୍ଟର୍ଣ୍ଣ ମିଟିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାଙ୍କ ଭାଇ ପ୍ରଭାରଞ୍ଜନ ପଟ୍ଟନାୟକ।

ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ମାଟି ତଳେ ଥିବା ପ୍ରାକୃତିକ ସମ୍ପଦ ଓ ଖଣିଜ ସମ୍ପଦ ଅନେକଙ୍କୁ ସମୃଦ୍ଧ କରିଛି। ତେବେ ତାଙ୍କ ମତରେ କେନ୍ଦୁଝରବାସୀ ଏବେ ବି ଅବହେଳିତ ଅନୁଭବ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ କେନ୍ଦୁଝର ଜିଲ୍ଲାରୁ କେହି ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇନଥିଲେ। ବର୍ତ୍ତମାନ ଜିଲ୍ଲାର ଜଣେ ଯୁବ ନେତା ମୁଖ୍ୟମନ୍ତ୍ରୀ ହୋଇଥିବା ଉଲ୍ଲେଖ କରି ସେ କହିଛନ୍ତି, କେନ୍ଦୁଝରର ସବୁ ଯୁବକଙ୍କ ହାତକୁ କାମ ଯୋଗାଇ ଦେବା ସବୁଠୁ ବଡ଼ ଉପଲବ୍ଧି ହେବ।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+