ଭୁବନେଶ୍ୱର ବାଲିଅନ୍ତାରେ GRP କନେଷ୍ଟବଲ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ଘଟଣା ରାଜ୍ୟଜୁଡ଼ା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ଡିଜି ୱାଇ. ବି. ଖୁରାନିଆ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ପରେ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ବିଭିନ୍ନ ସ୍ଥାନରେ ଛାପାମାରି ଜାରି ରଖିଛି।
ଘଟଣା ପରେ ବାଲିଅନ୍ତା ଓ ଆଖପାଖ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ବେଣୁପୁର ଗାଁରେ ପୀଡିତାଙ୍କ ଘର ଥିବାରୁ ତାଙ୍କ ଫୋନ୍ କଲାପରେ ଅନେକ ଗ୍ରାମବାସୀ ଘଟଣାସ୍ଥଳକୁ ଆସିଥିବା କୁହାଯାଉଛି। ଗିରଫଦାରି ଭୟରେ ଅନେକ ଗାଁରୁ ପୁରୁଷମାନେ ଘରଛାଡ଼ା ହୋଇଥିବା ସୂଚନା ମିଳିଛି। ବିଶେଷ କରି ବାଲିଅନ୍ତା ଗାଁର ଅଧିକାଂଶ ଘରେ ପୁରୁଷମାନଙ୍କ ଦେଖା ମିଳୁନାହିଁ।
ସୌମ୍ୟରଞ୍ଜନଙ୍କ ପରିବାର ତାଙ୍କ ବିରୋଧରେ ଥିବା ଅସଦାଚରଣ ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ସେମାନେ ଦୁଇ ପୀଡିତା ଯୁବତୀଙ୍କର ରାଜ୍ୟ ବାହାରେ ପଲିଗ୍ରାଫ୍ ଟେଷ୍ଟ କରାଯିବାକୁ ଦାବି କରିଛନ୍ତି। ଏହି ଘଟଣା ପରେ ପୋଲିସ DG ଓ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।
ଅନ୍ୟପଟେ ସୌମ୍ୟରଞ୍ଜନଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ନ୍ୟାୟ ଦାବି କରି ସେମାନେ ରାସ୍ତା ଅବରୋଧ କରିଥିଲେ ଓ ଏହି ଘଟଣା ପାଇଁ ପୋଲିସକୁ ଦାୟୀ କରିଥିଲେ।
ଦେଶରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତାକୁ...
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ଓ ବର୍ଷାକୁ ନେଇ ପୁଣି ବଢ଼ି...
ତାମିଲନାଡୁ ରାଜନୀତିରେ ଅଭିନେତାରୁ ରାଜନେତା ଏବଂ ଏବେ ମୁଖ୍...
ଆଳୁ ଚାଷୀଙ୍କ ଦୁଃଖ ଦୂର କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ବ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଛଟ୍ ପୂଜା ୨୦୨୬କୁ ନଜରରେ ରଖି ବିହାରର ପାଟନାରେ ଗଙ୍ଗା ଘାଟ...
ଭାରତରେ ଅବସର ପରବର୍ତ୍ତୀ ଜୀବନଶୈଳୀକୁ ନେଇ ଲୋକଙ୍କ ଚିନ୍ତା...