ପରିବେଶବିତ୍ ତଥା ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ହାଇକୋର୍ଟ ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଜନ୍ତର ମନ୍ତରରେ ଦୀର୍ଘଦିନ ଧରି ଅନଶନରେ ବସିଥିବା ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଉନ୍ନତ ଚିକିତ୍ସା ପାଇଁ ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ଦିଲ୍ଲୀ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରି ତାଙ୍କୁ ବେସରକାରୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ମାଗିଥିଲେ।
ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ସଫଦରଜଙ୍ଗ ହସ୍ପିଟାଲରେ ହୋଇଥିବା ସମସ୍ତ ଚିକିତ୍ସା ସମ୍ପର୍କିତ ରିପୋର୍ଟ ଓ ଆବଶ୍ୟକ ଦସ୍ତାବିଜ ମେଦାନ୍ତ ହସ୍ପିଟାଲକୁ ହସ୍ତାନ୍ତର କରାଯିବ।
ମେଦାନ୍ତ ହସ୍ପିଟାଲ ପକ୍ଷରୁ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ପ୍ୟାନେଲ ଗଠନ କରାଯିବ। ଏହି ପ୍ୟାନେଲ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ତଦାରଖ କରିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ସୋନମ ୱାଙ୍ଗଚୁକଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରଙ୍କ ପରାମର୍ଶ ବିନା ତାଙ୍କୁ ଡିସଚାର୍ଜ କରାଯିବା ଉଚିତ ନୁହେଁ ବୋଲି ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ସେ ଏହା ମଧ୍ୟ କହିଥିଲେ ଯେ, କିଛି ସହଯୋଗୀ ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲରୁ ବାହାର କରି ପୁଣି ଥରେ ଆନ୍ଦୋଳନ ସ୍ଥଳକୁ ନେବାକୁ ଚେଷ୍ଟା କରିପାରନ୍ତି, ଯାହା ତାଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ବିପଦଜନକ ହୋଇପାରେ।
ପୂର୍ବରୁ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରଖିବାକୁ ଅଦାଲତ ଅନୁମତି ଦେଇଥିବା ବେଳେ, ନୂତନ ମେଡିକାଲ ରିପୋର୍ଟ ଏବଂ ଡାକ୍ତରୀ ପରାମର୍ଶକୁ ଆଧାର କରି ହାଇକୋର୍ଟ ତାଙ୍କୁ ପରିବାର ପସନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜମ୍ମୁ-କଶ୍ମୀରର ଡୋଡାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଗୁଜରାଟ: ୬ ଲକ୍ଷ ଟଙ୍କାର ଋଣ ଶୁଝିବାରୁ ବଞ୍ଚିବା ଏବଂ ଋଣ ବ...
ଆମେ ପିଲାଦିନରୁ ଯେଉଁ ବିଶ୍ୱ ମାନଚିତ୍ର ଦେଖିଆସୁଛେ, ତାହା...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବି...