Sonam Wangchuk during his hunger strike as Centre informs Delhi High Court it will act on doctors' advice.

ସୋନମ ୱାଙ୍ଗଚୁକଙ୍କ ଅନଶନ ନେଇ ହାଇକୋର୍ଟରେ କେନ୍ଦ୍ରର ଜବାବ: ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଆଯିବ ପଦକ୍ଷେପ

ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ବିରୋଧରେ ୧୯ ଦିନ ଧରି ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୱାଙ୍ଗଚୁକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

ପରୀକ୍ଷାରେ ଅନିୟମିତତା ଏବଂ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସାମାଜିକ କର୍ମୀସୋନମ ୱାଙ୍ଗଚୁକଗତ ୧୯ ଦିନ ଧରି ଦିଲ୍ଲୀର ଯନ୍ତର ମନ୍ତରରେ ଅନଶନ ଜାରି ରଖିଛନ୍ତି।

ଅନଶନକୁ ନେଇ ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆ ପ୍ଲାଟଫର୍ମ'ଏକ୍ସ'ରେ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ପୂର୍ବପରି ଭଲ ନଥିଲେ ମଧ୍ୟ ପରିସ୍ଥିତି ଏତେ ଗୁରୁତର ହୋଇନାହିଁ। ସେ ଲୋକମାନଙ୍କୁ ତାଙ୍କ ଅନଶନ ଭାଙ୍ଗିବାକୁ ଅନୁରୋଧ କରିବା ପରିବର୍ତ୍ତେ ଜୁଲାଇ ୨୦ ତାରିଖରେ ସଂସଦ ଅଭିମୁଖେ ଆୟୋଜିତ ପଦଯାତ୍ରାରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି।

ଅନ୍ୟପକ୍ଷରେ, ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ସରକାରୀ ଡାକ୍ତର ଏବଂ ବିଶେଷଜ୍ଞମାନେ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଚିକିତ୍ସକମାନଙ୍କ ପରାମର୍ଶ ଅନୁଯାୟୀ ଯେକୌଣସି ଆବଶ୍ୟକ ସହାୟତା କିମ୍ବା ଚିକିତ୍ସା ପଦକ୍ଷେପ ତୁରନ୍ତ ନିଆଯିବ।

ମୁଖ୍ୟ ବିଚାରପତି ଜଷ୍ଟିସ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ ତେଜସ କାରିଆଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟର ପ୍ରତିଦିନ କ୍ଲିନିକାଲ୍ ତଦାରଖ ସୁନିଶ୍ଚିତ କରିବା ସହ ଆବଶ୍ୟକ ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟକୁ କହିଥିଲେ ଯେ, ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନିୟମିତ ଭାବେ ପରୀକ୍ଷା କରାଯାଉଛି ଏବଂ ଡାକ୍ତରମାନଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରାଯିବ।

ଉଲ୍ଲେଖଯୋଗ୍ୟ, ୱାଙ୍ଗଚୁକଙ୍କ ସୁରକ୍ଷା, ଚିକିତ୍ସା ଏବଂ ଆବଶ୍ୟକ ହେଲେ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଦାବିରେ ଏହି ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା। ସୂଚନା ଅନୁଯାୟୀ, ଅନଶନ ଆରମ୍ଭ ହେବା ପରଠାରୁ ୱାଙ୍ଗଚୁକଙ୍କ ଓଜନ ପ୍ରାୟ୯ କିଲୋଗ୍ରାମକମିଯାଇଛି।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+