ସୋସିଆଲ ମିଡିଆ LIVE ଭିଡିଓକୁ ନେଇ ଗଣ୍ଡଗୋଳ, ଫୁଟିଲା ଗୁଳି; ୫ ଜଣ ଗୁରୁତର

ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳର ଘାଟିକିଆରେ ସୋସିଆଲ ମିଡିଆ LIVE ଭିଡିଓକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗଣ୍ଡଗୋଳ ବେଳେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଫୁଟିଥିବା ଜଣାପଡ଼ିଛି। ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ CCTV ଫୁଟେଜ୍ ଯାଞ୍ଚ କରି ଘଟଣାରେ ସମ୍ପୃକ୍ତଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚଳାଇଛି।
Clash over social media live video leaves five injured after gunshots in Bhubaneswar
Clash over social media live video leaves five injured after gunshots in Bhubaneswar

ଭୁବନେଶ୍ୱର:ସୋସିଆଲ ମିଡିଆରେ କରାଯାଇଥିବା ଏକ LIVE ଭିଡିଓକୁ ନେଇ ଭୁବନେଶ୍ୱରରେ ଘଟିଛି ବଡ଼ ଧରଣର ଗଣ୍ଡଗୋଳ। ଭରତପୁର ଥାନା ଅଞ୍ଚଳର ଘାଟିକିଆରେ ରବିବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଜଣେ ଯୁବକ ସୋସିଆଲ ମିଡିଆରେ LIVE ଆସି ଏକ ମାମଲାକୁ ନେଇ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଅନ୍ୟ ଗୋଷ୍ଠୀର କିଛି ଯୁବକ ଉତ୍ତେଜିତ ହୋଇ ଘାଟିକିଆରେ ଥିବା ଗଣେଶ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ।

ସେହି ସମୟରେ ଗଣେଶ ମୂର୍ତ୍ତି ବିସର୍ଜନ ଚାଲିଥିବାରୁ ମଣ୍ଡପ ନିକଟରେ ବହୁ ଯୁବକ ଉପସ୍ଥିତ ଥିଲେ। ଏହାପରେ LIVE ଭିଡିଓକୁ ନେଇ ଦୁଇ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

ଗଣ୍ଡଗୋଳ ସମୟରେ ବାହାରୁ ଆସିଥିବା କିଛି ଦୁର୍ବୃତ୍ତଦୁଇ ରାଉଣ୍ଡ ଫାଙ୍କା ଗୁଳିଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ଯୁବକମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଅଛନ୍ତି।

ଘଟଣା ପରେ ପୁଲିସ ଘଟଣାସ୍ଥଳରCCTV ଫୁଟେଜ୍ ଜବତ କରି ଯାଞ୍ଚ ଆରମ୍ଭ କରିଛି। ଗୁଳି ଚଳାଇବା ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+