ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବିସ୍ଫୋରକ ବ୍ୟବହାର କରି ବନ୍ୟ ବାରହା ଶିକାର କରିବାକୁ ଯୋଜନା କରୁଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶର ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାରେ ଏକ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଶିକାର ଚକ୍ର ସକ୍ରିୟ ଥିବା ସନ୍ଦେହ କରୁଛି ପୁଲିସ।
କେ.ନୂଆଗାଁ ଥାନା ଅନ୍ତର୍ଗତ କୁଟଲିଙ୍ଗ ଗାଁ ପାହାଡ଼ ନିକଟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ବୁଲୁଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଚଢ଼ାଉ କରିଥିଲା।
ସୂଚନା ଅନୁସାରେ, ସନ୍ଦିଗ୍ଧମାନେ ଓଡ଼ିଆ ଭାଷାରେ କଥା ହୋଇପାରୁ ନଥିବାରୁ ସ୍ଥାନୀୟ ଲୋକ ସେମାନଙ୍କୁ ପ୍ରଥମେ ଚୋର ସନ୍ଦେହରେ ଅଟକ ରଖିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହେପାଜତକୁ ନେଇଥିଲା।
ତଲାସି ବେଳେ ସେମାନଙ୍କ ନିକଟରୁ ୮୫ଟି ଗୁଳି, କଳା ଓ ହଳଦିଆ ରଙ୍ଗର ବିସ୍ଫୋରକ ପାଉଡର ଭର୍ତ୍ତି ପାତ୍ର, ମିଶ୍ରଣ ଉପକରଣ, ଲୁହା ସାମଗ୍ରୀ ଏବଂ ୬ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହି ସାମଗ୍ରୀ ବାରହା ଶିକାର ପାଇଁ ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହୃତ ହେବାକୁ ଥିବା ସନ୍ଦେହ କରାଯାଉଛି।
ଗିରଫ ସମସ୍ତ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଳମ ଜିଲ୍ଲାର ବାସିନ୍ଦା। ସେମାନଙ୍କୁ ପାତ୍ରପୁର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରି ବିଚାରବିଭାଗୀୟ ହେପାଜତକୁ ପଠାଇଛନ୍ତି।
ପୁଲିସ କହିଛି, ଜବତ ସାମଗ୍ରୀର ପ୍ରକୃତ ଉଦ୍ଦେଶ୍ୟ ଓ ଅଭିଯୁକ୍ତମାନଙ୍କର କୌଣସି ସଂଗଠିତ ଆନ୍ତଃରାଜ୍ୟ ବନ୍ୟଜନ୍ତୁ ଶିକାର ଚକ୍ର ସହ ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।
ପୁଲିସର ସୂଚନା ଅନୁସାରେ, ଜେରା ବେଳେ ଅନୁବାଦକଙ୍କ ସହାୟତାରେ ଅଭିଯୁକ୍ତମାନେ ବନ ଅଞ୍ଚଳକୁ ବାରହା ଶିକାର ଉଦ୍ଦେଶ୍ୟରେ ଯାଇଥିବା ଏବଂ ସେଥିପାଇଁ ବିସ୍ଫୋରକ ସାମଗ୍ରୀ ନେଇଥିବା ସ୍ୱୀକାର କରିଥିବା ପୁଲିସ କହିଛି।
ବୀମା ପଲିସି କିଣିବା ପରେ ଅନେକ ଲୋକଙ୍କ ପାଇଁ ସବୁଠୁ ବଡ଼ ସ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ମାରୁତି ସୁଜୁକି କାର୍ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍...
ଟାଟା ମାଲିକାନାଧୀନJaguar Land Rover (JLR)ବ୍ରିଟେନ୍ରେ...
ଗୁରୁଗ୍ରାମରDLF Primus ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟ କଡ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...