ସିକ୍କିମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜ୍ୟର ନାଚିମ ଜିଲ୍ଲାରେ ନିର୍ମାଣାଧୀନ ଏକ ଟନେଲ ଭୁଶୁଡ଼ି ପଡ଼ିବାରୁ ଅତିକମରେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣା ପରେ ଟନେଲ ଭିତରେ ଆହୁରି ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ଟନେଲ ଭୁଶୁଡ଼ି ପଡ଼ିଥିଲା। ଘଟଣା ଘଟିବା ସହିତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଅଭିଯାନ ଆରମ୍ଭ କରିଥିଲେ।
ବର୍ତ୍ତମାନ ଏନ୍ଡିଆର୍ଏଫ୍ (NDRF), ଏସ୍ଡିଆର୍ଏଫ୍ (SDRF), ସିକ୍କିମ ପୁଲିସ ଓ ଅଗ୍ନିଶମ ବାହିନୀର ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଟନେଲ ଭିତରେ ଭୂସ୍ଖଳନ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ଅନ୍ୟପଟେ, ଟନେଲ ଭିତରେ ମିଥେନ୍ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଏହା ଉଦ୍ଧାରକାରୀ ଦଳ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ଏହି କାରଣରୁ ସୁରକ୍ଷା ସାମଗ୍ରୀ ଓ ମାସ୍କ ପିନ୍ଧି ଉଦ୍ଧାରକାରୀ ଟିମ୍ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଛନ୍ତି।
ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ବେଳେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି।
୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶାର ଏକକ-ଶିକ୍ଷକ ବିଦ୍ୟାଳୟ (...
ବିଶ୍ୱକପ୍ ଫାଇନାଲ୍ ଶେଷ ହେବା ପରେ ପଡ଼ିଆରେ ଆର୍ଜେଣ୍ଟିନା...
ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ଅବକାରୀ ବିଭାଗକୁ ଏକ...
ସାଇବର ଠକମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X&r...
ଫିଫା ବିଶ୍ୱକପ୍ ଫାଇନାଲରେ ସ୍ପେନ୍‌ ନିକଟରେ ପରାଜିତ...
ଇଂଲଣ୍ଡ ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜ୍‌ରେ ପରାଜୟ...
APAAR (Automated Permanent Academic Account Regist...
SCERT ପାଠ୍ୟପୁସ୍ତକରେ ତ୍ରୁଟି ଘଟଣାକୁ ନେଇ ଚାଲିଥିବା କ୍ର...
ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ପ୍ରଶାସନ କ୍ଷେତ୍ରରେ ଏକ...
ଫିଲ୍ମୀ ଶୈଳୀରେ ଏକ ହୀରା ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍...
ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ବ...