ଉତ୍ତରପ୍ରଦେଶର ଶାହଜାହାନପୁରରେ ମାନବିକତା ଓ ସାମାଜିକ ସହଯୋଗର ଏକ ଉଦାହରଣ ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ନମକିନ୍ ବ୍ୟବସାୟୀ ବିନୟ ଅଗ୍ରୱାଲଙ୍କ ପକ୍ଷରୁ ଆର୍ଥିକ ଭାବେ ଅସୁବିଧାରେ ଥିବା ପରିବାରର ୧୦୧ ଯୋଡ଼ିଙ୍କ ପାଇଁ ସାମୂହିକ ବିବାହ ଆୟୋଜନ କରାଯାଇଥିଲା। ରବିବାର ଖିର୍ନି ବାଘରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୯୩ ହିନ୍ଦୁ ଯୋଡ଼ି ବୈଦିକ ରୀତିନୀତିରେ ବିବାହ କରିଥିବାବେଳେ ୮ ମୁସଲିମ ଯୋଡ଼ିଙ୍କ ନିକାହ୍ ଧାର୍ମିକ ରୀତିରେ ସମ୍ପନ୍ନ ହୋଇଥିଲା।
ଏହି ଆୟୋଜନର ଉଦ୍ଦେଶ୍ୟ କେବଳ ବିବାହ କରାଇବା ନୁହେଁ, ନବଦମ୍ପତିଙ୍କୁ ନୂଆ ଜୀବନ ଆରମ୍ଭ କରିବାରେ ସହଯୋଗ କରିବା ମଧ୍ୟ ଥିଲା। ପ୍ରତ୍ୟେକ ଦମ୍ପତିଙ୍କୁ ଟିଭି, ଫ୍ରିଜ୍, ୱାଶିଂ ମେସିନ୍, ଖଟ, ଆଲମାରି ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଦିଆଯାଇଥିଲା।
ବିନୟ ଅଗ୍ରୱାଲଙ୍କ କହିବା ଅନୁସାରେ, ଭଉଣୀ ନଥିବାରୁ ଛୋଟବେଳୁ ଆର୍ଥିକ ସଂକଟରେ ଥିବା ପରିବାରର ଝିଅମାନଙ୍କ ବିବାହରେ ସାହାଯ୍ୟ କରିବା ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ୨୦୨୩ରେ ୧୧ ଜଣ, ପରବର୍ତ୍ତୀ ବର୍ଷ ୨୧ ଜଣ ଏବଂ ତା’ପରେ ୫୧ ଜଣଙ୍କ ବିବାହରେ ସହଯୋଗ କରିବା ପରେ ଚଳିତ ବର୍ଷ ସଂଖ୍ୟା ୧୦୧ରେ ପହଞ୍ଚିଛି।
ଚଳିତ ବର୍ଷ ପ୍ରାୟ ୨୦୦ଟି ଆବେଦନ ମିଳିଥିଲା। ତିନି ପର୍ଯ୍ୟାୟର ଯାଞ୍ଚ ପରେ ୧୦୧ ଜଣଙ୍କୁ ଚୟନ କରାଯାଇଥିଲା। ଆର୍ଥିକ ଭାବେ ସକ୍ଷମ ପରିବାର ଏବଂ ଦ୍ୱିତୀୟ ବିବାହ ପାଇଁ ଆବେଦନକୁ ବାଦ ଦିଆଯାଇଥିଲା। ଆୟୋଜକ କହିଛନ୍ତି ଯେ ଏହି ସେବା ଆଗକୁ ମଧ୍ୟ ଜାରି ରହିବ।
ଏହି ସାମୂହିକ ବିବାହ ଜାତି, ଧର୍ମ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା ସାମାଜିକ ସେବାର ଏକ ଉଦାହରଣ ବୋଲି ସ୍ଥାନୀୟ ସାମାଜିକ କର୍ମୀମାନେ କହିଛନ୍ତି।
ମେଣ୍ଟ ଉପରେ ଅନ୍ତିମ ନିଷ୍ପତ୍ତି ହାଇକମାଣ୍ଡର SAD ସହ ପ...
ସମ୍ଭାବ୍ୟ ବାତ୍ୟା ‘ଆର୍ଣ୍ଣବ’କୁ ନେଇ ଗଞ୍ଜାମ...
ବଙ୍ଗୋପସାଗରରେ ସୃଷ୍ଟ ଚକ୍ରବାତୀୟ ଝଡ଼ ‘ଆର୍ଣ୍ଣବ&rs...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ପାଟନା: କଂଗ୍ରେସ ଅଧ୍ୟକ୍ଷମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଧାନମ...
ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ବଡ଼ ରାଜନ...