ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଘଟଣା ଚିନ୍ତା ବଢ଼ାଇଛି। ପମ୍ପାସର ବନାଞ୍ଚଳର ଟାଇଁସି ଗ୍ରାମ ନିକଟରେ ଶିକାରୀମାନେ ଫାଶ ପକାଇ ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ଏହି ଫାଶରେ ତିନୋଟି ଖରିଆ (ଠେକୁଆ) ସହ ଏକ ଜଙ୍ଗଲି ପ୍ରାଣୀ ଫସିଯାଇଥିଲେ। ଅଭିଯୋଗ ରହିଛି ଯେ, ଶିକାରୀମାନେ ଖରିଆମାନଙ୍କୁ ହତ୍ୟା କରି ମାଂସ ନେଇଯାଇଥିବା ବେଳେ ଜଙ୍ଗଲି ପ୍ରାଣୀଟିକୁ ମଧ୍ୟ ନିର୍ମମ ଭାବେ ପିଟିପିଟି ମାରିଦେଇଥିଲେ। ପରେ ପ୍ରାଣୀଟିର ମୃତଦେହକୁ ରଶିରେ ବାନ୍ଧି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଘଟଣାସ୍ଥଳଠାରୁ ପ୍ରାୟ ୨୦୦ ମିଟର ଦୂରରେ ବନ ବିଭାଗର କର୍ମଚାରୀ ଥିବା ସତ୍ତ୍ୱେ ଏହି ଘଟଣା ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଗତ କିଛି ଦିନ ମଧ୍ୟରେ ସାତକୋଶିଆର ବିଭିନ୍ନ ରେଞ୍ଜରେ ମଧ୍ୟ ଶିକାର ସମ୍ପର୍କିତ ଏକାଧିକ ଘଟଣା ସାମ୍ନାକୁ ଆସିଛି। ଟିକରପଡା ରେଞ୍ଜରେ ଜଣେ ୱାଚରଙ୍କୁ ହରିଣ ଶିକାର କରି ରୋଷେଇ କରୁଥିବାବେଳେ ଧରାଯାଇଥିବା ବେଳେ ପୁରୁଣାକୋଟ ରେଞ୍ଜରେ ଦୁଇ ଶିକାରୀ ଦେଶୀ ବନ୍ଧୁକ ସହ ଧରାପଡ଼ିଥିଲେ। ସେହିପରି ଜିଲିଣ୍ଡା ରେଞ୍ଜରେ ମଧ୍ୟ ହରିଣ ଶିକାର ଘଟଣା ସାମ୍ନାକୁ ଆସିଥିଲା।
ଲଗାତାର ଏଭଳି ଘଟଣା ପରେ ସାତକୋଶିଆରେ ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଶିକାର ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ଭାରତରେ ବ୍ୟବହୃତ ଆଣ୍ଟି-ରାବିଜ୍ ଟିକାAbhayrabକୁ ନେଇ ପୁଣ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...