ଲଗାତାର ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡରେ ଚାଷୀମାନଙ୍କ ଦୁର୍ଦ୍ଦଶା ବଢ଼ିଛି। ଉପଡ଼ା ବ୍ଲକ୍ ଅନ୍ତର୍ଗତ କଣ୍ଟାବଣିଆ ଗାଁର ବିଶାଳ ଚାଷଜମି ବାଲି ତଳେ ପୋତି ହୋଇଯାଇଥିବାରୁ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ଏହି ଜମିରେ ଧାନ ରୋପଣ ପାଇଁ ପ୍ରସ୍ତୁତି ସରିଥିଲା। ମାତ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଧାନ ରୋପଣ ଆରମ୍ଭ ହେବାକୁ ଥିବାବେଳେ ହଠାତ୍ ବନ୍ୟାଜଳ ମାଡ଼ି ଆସି ସମସ୍ତ ତଳିକୁ ନଷ୍ଟ କରିଦେଇଛି।
ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ହାତୀଙ୍କ ଚଳାଚଳ ରୋକିବା ପାଇଁ ବନ ବିଭାଗ ଖୋଳିଥିବା ଖାଲରେ ଘାଇ ସୃଷ୍ଟି ହେବା ପରେ ପାହାଡ଼ିଆ ଜଳ ଚାଷଜମିକୁ ମାଡ଼ି ଆସିଥିଲା। ଫଳରେ ପ୍ରାୟ ୧୫ ଏକର ଜମି ବାଲି ତଳେ ପୋତି ହୋଇଯାଇଛି।
ଜଣେ ଚାଷୀ କହିଛନ୍ତି, “ଆମେ ଧାନ ତଳି ପ୍ରସ୍ତୁତ କରିସାରିଥିଲୁ। ଆଉ ଦିନେ ଦୁଇ ଦିନ ଭିତରେ ରୋପଣ କରିଥାନ୍ତୁ। କିନ୍ତୁ ବନ୍ୟାଜଳ ଆସି ସବୁକିଛି ନଷ୍ଟ କରିଦେଲା। ଏବେ ଆମେ କଣ କରିବୁ? ପୁଣି ବିହନ କେଉଁଠୁ ଆଣିବୁ?”
ଅନ୍ୟ ଜଣେ ଚାଷୀ କହିଛନ୍ତି ଯେ, ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା। ଖାଲରେ ଜମା ହୋଇଥିବା ପାଣି ଏକାଥରେ ଚାଷଜମିକୁ ମାଡ଼ି ଆସିବାରୁ ବାଲି ଜମିରେ ପଡ଼ି ଚାଷ ଅନୁପଯୋଗୀ ହୋଇଯାଇଛି।
ଚାଷୀମାନେ ରାଜ୍ୟ ସରକାରଙ୍କୁ ତୁରନ୍ତ ବିହନ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ନଚେତ୍ ଚଳିତ ବର୍ଷ ସେମାନଙ୍କ ଜୀବିକା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ସେମାନେ କହିଛନ୍ତି।
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ଅଣ୍ଡର-୧୯ ଏସିଆ କପ୍‌ରେ ଆଜିଠାରୁ ଭାରତର ଅଭିଯାନ ଆରମ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳ ପାଇଁ ଫିଲ୍ଡିଂ ଏକ ବଡ଼ ଚ...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ନୂଆଦିଲ୍ଲୀ: ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତୀୟ ଖେଳାଳିମ...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...