ସମ୍ବଲପୁର/ବରଗଡ଼: ପଶ୍ଚିମ ଓଡ଼ିଶାର ଧାନ ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ନଭେମ୍ବର ୩୦ ତାରିଖରୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ମଣ୍ଡି ଖୋଲିବା ତାରିଖ ଘୋଷଣା ପରେ ଚାଷୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି।
ବରଗଡ଼ ଜିଲ୍ଲାରେ ନଭେମ୍ବର ୩୦ରୁ ଧାନ କିଣା ଆରମ୍ଭ ହେବ। ବରଗଡ଼, ଅତାବିରା ଓ ପଦ୍ମପୁର RMC ଅଧୀନରେ ଥିବା ସମସ୍ତ ମାର୍କେଟ ୟାର୍ଡ ଏହି ଦିନଠାରୁ ଖୋଲିବ। ଫଳରେ ଚାଷୀମାନେ ନିଜ ଅମଳ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିପାରିବେ।
ସମ୍ବଲପୁର ଜିଲ୍ଲାରେ ମଧ୍ୟ ନଭେମ୍ବର ୩୦ରୁ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତ ଖରିଫ ଋତୁରେ ଜିଲ୍ଲାରେ ମୋଟ ୭୨ ହଜାର ୬୪ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି।
ଜିଲ୍ଲାର ୪୫ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ଅଧୀନରେ ଥିବା ୧୨୬ଟି କ୍ରୟ କେନ୍ଦ୍ରରେ ଧାନ କିଣାଯିବ। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତ ହେବେ।
ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ଚଳିତ ଖରିଫ ଋତୁରେ ଚାଷୀଙ୍କୁ ଧାନର କ୍ୱିଣ୍ଟାଲ ପିଛା ମୋଟ ୩,୧୦୦ ଟଙ୍କା ମିଳିବ। ଏଥିରେ କେନ୍ଦ୍ର ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସହ ରାଜ୍ୟ ସରକାରଙ୍କ ଅତିରିକ୍ତ ଇନପୁଟ୍ ସହାୟତା ସାମିଲ ରହିଛି।
ମଣ୍ଡି ଖୋଲିବା ତାରିଖ ସ୍ପଷ୍ଟ ହେବା ପରେ ଚାଷୀମାନେ ନିଜ ଅମଳ ଧାନ ବିକ୍ରି କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାଦ୍ୱାରା ଧାନ ସଂରକ୍ଷଣ ଓ ଅଭାବୀ ବିକ୍ରିକୁ ନେଇ ଚାଷୀଙ୍କ ଚିନ୍ତା କିଛି ମାତ୍ରାରେ ଦୂର ହେବା ଆଶା କରାଯାଉଛି।
ନୂଆଦିଲ୍ଲୀ: ଭାରତ ଓ ଲେବାନନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍...
ନୂଆଦିଲ୍ଲୀ: ଭାରତ ଓ ନେପାଳ ମଧ୍ୟରେ କୂଟନୈତିକ ସମ୍ପର୍କକୁ...
ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ନିଜର ଲେଗ୍ ସ୍ପିନ୍ ବୋଲିଂ...
ଧୋନିଙ୍କ ମେଣ୍ଟର ଭୂମିକା CSK ପାଇଁ ହେବ ଲାଭଦାୟକ ନୂଆଦ...
ଇଟାନଗର: ଚୀନ୍ ସୀମାନ୍ତ ଅରୁଣାଚଳ ପ୍ରଦେଶର ଗାଁଗୁଡ଼ିକରେ ବ...
ମୁମ୍ବାଇ: ଆଇପିଏଲ୍‌ ୨୦୨୭ ପାଇଁ ଏବେଠାରୁ ପ୍ରସ୍ତୁତି...
ନୂଆଦିଲ୍ଲୀ: ସୁନା କିଣିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍...
ଦୋହା:କ୍ରିକେଟ୍ ମଇଦାନରେ ପୁଣି ଦେଖିବାକୁ ମିଳିବ ଭାରତ-ପାକ...