ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ମଧ୍ୟରେ ଜାରି ଥିବା ଯୁଦ୍ଧ ଏବଂ ୟୁରୋପରେ ରୁଷ-ୟୁକ୍ରେନ ସଂଘର୍ଷର ପ୍ରଭାବ ଏବେ ଭାରତୀୟ ନାବିକମାନଙ୍କ ଉପରେ ମଧ୍ୟ ପଡ଼ୁଛି। ହର୍ମୁଜ୍ ପ୍ରଣାଳୀ ପରେ କୃଷ୍ଣସାଗରରେ ମଧ୍ୟ ଭାରତୀୟ ନାବିକମାନେ ବିପଦର ସମ୍ମୁଖୀନ ହୋଇଥିବା ଖବର ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ତୁର୍କୀ ମାଲିକାନାରେ ଥିବା ଶସ୍ୟ ବୋଝେଇ ମାଲବାହୀ ଜାହାଜ ‘ଗୋଲଡେନ୍ ଲିଓ’ ଉପରେ ରୁଷ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଜାହାଜଟି ଗିନି-ବିସାଉର ପତାକା ବହନ କରୁଥିଲା ଏବଂ ୟୁକ୍ରେନର ଓଡେସା ବନ୍ଦରରୁ ଯାତ୍ରା ଆରମ୍ଭ କରିଥିଲା।
ୟୁକ୍ରେନ ନୌସେନାର ସୂଚନା ଅନୁଯାୟୀ, ରୁଷ ପକ୍ଷରୁ ତିନୋଟି କ୍ରୁଜ୍ ମିସାଇଲ ଜାହାଜକୁ ଟାର୍ଗେଟ କରାଯାଇଥିଲା। ଜାହାଜରେ ଭାରତ ଓ ସିରିଆର ନାବିକମାନେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ତୁର୍କୀରୁ ଆସିଥିବା ରିପୋର୍ଟରେ ରୁଷ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ତେବେ ଏହା ସମ୍ପର୍କରେ ସରକାରୀ ସ୍ତରରେ ଅନ୍ତିମ ପୁଷ୍ଟି ହୋଇନାହିଁ।
ୟୁକ୍ରେନର ପରିବହନ ମନ୍ତ୍ରୀ ମାଇକୋଲା କଲେଶନିକ କହିଛନ୍ତି ଯେ, ଆକ୍ରମଣ ପରେ ୮ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଛନ୍ତି। ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ନିଖୋଜ ଅଛନ୍ତି। ଏହି ଆକ୍ରମଣରେ ଜଣେ ୟୁକ୍ରେନୀୟ ମେରିଟାଇମ୍ ପାଇଲଟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ କହିଛି।
ଅନ୍ୟପକ୍ଷରେ, ହର୍ମୁଜ୍ ପ୍ରଣାଳୀରେ ଜାରି ଥିବା ଉତ୍ତେଜନା ମଧ୍ୟ ଭାରତୀୟ ନାବିକଙ୍କ ପାଇଁ ଚିନ୍ତା ବଢ଼ାଇଛି। ଏହି ଯୁଦ୍ଧ ପରିସ୍ଥିତିରେ ୧୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ଦାବି ମଧ୍ୟ ସାମ୍ନାକୁ ଆସିଛି।
ଭାରତ ବିଶ୍ୱର ସବୁଠାରୁ ବଡ଼ ନାବିକ ଯୋଗାଣକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ହଜାର ହଜାର ଭାରତୀୟ ନାବିକ ବିଭିନ୍ନ ବିଦେଶୀ ମାଲବାହୀ ଜାହାଜରେ ତୈଳ, ଶସ୍ୟ, ରାସାୟନିକ ପଦାର୍ଥ ଓ ଅନ୍ୟାନ୍ୟ ସାମଗ୍ରୀ ପରିବହନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନେ ହର୍ମୁଜ୍ ପ୍ରଣାଳୀ ଓ କୃଷ୍ଣସାଗର ଭଳି ସମ୍ବେଦନଶୀଳ ସାମୁଦ୍ରିକ ବାଣିଜ୍ୟ ପଥ ଦେଇ ଯାତାୟାତ କରୁଥିବାରୁ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ି...
ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ବଢ଼ୁଥିବା ଜନଅସନ୍ତୋ...
ସାଉଦି ଆରବରେ କାର୍ଯ୍ୟରତ ଭାରତୀୟ ଘରୋଇ ଶ୍ରମିକଙ୍କ ପାଇଁ ଏ...
କୋଲକାତାରେ ପୁଣିଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଚିନ୍ତା ବ...
ଉତ୍ତର ଭାରତରେ ଲଗାତାର ପ୍ରବଳ ବର୍ଷା ଜନଜୀବନକୁ ବିପର୍ଯ୍ୟସ...
ଆନ୍ଧ୍ରପ୍ରଦେଶରେ ପୁଣି ଥରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଚି...
ଶିକ୍ଷାବିତ୍ ଓ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ...
ଦକ୍ଷିଣ ଆମେରିକୀୟ ଦେଶ ଗୁଆନାରେ ଏକ ହୃଦୟବିଦାରକ ସାମୁଦ୍ରି...