ଡୋନେସ୍କର ଗୁରୁତ୍ୱପୂର୍ଣ୍ଣ ସହର କୋସ୍ତିଆନ୍ତିନିଭ୍କା ଦଖଲ ଦାବି କଲା ରୁଷ

ରୁଷ ସେନା ଡୋନେସ୍କ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସହର କୋସ୍ତିଆନ୍ତିନିଭ୍କା ଦଖଲ କରିଥିବା ଦାବି କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାକୁ ଯୁଦ୍ଧରେ ଏକ ବଡ଼ ରଣନୀତିକ ସଫଳତା ବୋଲି କହିଥିବା ବେଳେ ୟୁକ୍ରେନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।
Russian troops claim capture of Kostiantynivka in Ukraine's Donetsk region
Russian troops claim capture of Kostiantynivka in Ukraine's Donetsk region

ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ଆଉ ଏକ ବଡ଼ ସଫଳତା ହାସଲ କରିଥିବା ଦାବି କରିଛି। ରୁଷ ସେନା ଡୋନେସ୍କ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସହର କୋସ୍ତିଆନ୍ତିନିଭ୍କା ଦଖଲ କରିଥିବା ସୂଚନା ଦେଇଛି।

ରୁଷ ସେନାର ମୁଖ୍ୟ ଜେନେରାଲ୍ ଭାଲେରି ଗେରାସିମୋଭ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ସୂଚନା ଦେଇଥିଲେ। ସେ କହିଛନ୍ତି, ଡୋନେସ୍କ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ଲକ୍ଷ୍ୟରେ ରୁଷ ସେନା ଅଗ୍ରସର ହେଉଛି ଏବଂ କୋସ୍ତିଆନ୍ତିନିଭ୍କା ଦଖଲ ସେହି ଅଭିଯାନର ଏକ ବଡ଼ ସଫଳତା।

ରାଷ୍ଟ୍ରପତି ପୁଟିନ ଏହି ସହରକୁ ଡୋନବାସ ଅଞ୍ଚଳର ଏକ ପ୍ରମୁଖ ଶିଳ୍ପ ଓ ପରିବହନ କେନ୍ଦ୍ର ବୋଲି ବର୍ଣ୍ଣନା କରି ଏହାର ଦଖଲକୁ ରଣନୀତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସହରର କିଛି ଫଟୋ ମଧ୍ୟ ପ୍ରକାଶ କରିଛି। ଏଥିରେ ଭଙ୍ଗା କୋଠା ନିକଟରେ ରୁଷ ସେନା ସଦସ୍ୟମାନେ ଜାତୀୟ ପତାକା ଧରିଥିବା ଦେଖିବାକୁ ମିଳିଛି।

ଜେନେରାଲ୍ ଗେରାସିମୋଭ କହିଛନ୍ତି, ରୁଷ ସେନା ଏବେ ଲିମାନ୍ ସହର ନିକଟରେ ପହଞ୍ଚିଛି। ଏହି ସହର ମଧ୍ୟ ସାମରିକ ଓ ଯୋଗାଣ ବ୍ୟବସ୍ଥା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏପଟେ ପୁଟିନ କହିଛନ୍ତି, ୟୁକ୍ରେନ ପକ୍ଷରୁ ରୁଷର ତୈଳ ଓ ଅନ୍ୟାନ୍ୟ ସ୍ଥାପନା ଉପରେ ଡ୍ରୋନ୍ ଆକ୍ରମଣ ବଢ଼ୁଥିବାରୁ ସୀମା ସୁରକ୍ଷା ଅଞ୍ଚଳକୁ ଆହୁରି ବିସ୍ତାର କରିବା ଆବଶ୍ୟକ ହୋଇପଡ଼ିଛି।

ତେବେ ରୁଷର ଏହି ଦାବି ଉପରେ ୟୁକ୍ରେନ ସରକାର ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୂର୍ବରୁ କହିଥିଲେ ଯେ, ବର୍ଷ ଆରମ୍ଭ ପରଠାରୁ ପୂର୍ବ ୟୁକ୍ରେନରେ ରୁଷର ଅଗ୍ରଗତି ମନ୍ଥର ହୋଇଛି ଏବଂ କିଛି ଅଞ୍ଚଳ ପୁଣିଥରେ ୟୁକ୍ରେନ ନିଜ ନିୟନ୍ତ୍ରଣକୁ ଆଣିଛି।

ଅନ୍ୟପଟେ, ଆମେରିକାର ମଧ୍ୟସ୍ଥତାରେ ଶାନ୍ତି ଆଲୋଚନା ପ୍ରୟାସ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସମାଧାନ ବାହାରିପାରିନାହିଁ।

LIVE TV
LIVE
Latest News
ବାପାଙ୍କ ସହ ଚୀନରେ ଖେଳୁ ଖେଳୁ ବ୍ୟାଡମିଣ୍ଟନ୍‌ ପ୍ରତି ଆଗ୍ରହ, ଏବେ ୟୁଥ୍ ଅଲିମ୍ପିକ୍ସରେ ରଚିଲେ ଇତିହାସ ଓଡ଼ିଆ ଝିଅ ତନ୍‌ଭୀ ପାତ୍ରୀ!

ବାପାଙ୍କ ସହ ଚୀନରେ ଖେଳୁ ଖେଳୁ ବ୍ୟାଡମିଣ୍ଟନ୍‌...

ଛୋଟବେଳେ ବାପାଙ୍କ ହାତ ଧରି ଚୀନରେ ବ୍ୟାଡମିଣ୍ଟନ୍ କୋର୍ଟକୁ...

ଏସିଆରେ ଭାରତର ଦବ୍‌ଦବା, ଏବେ ବିଶ୍ୱକୁ ଟାର୍ଗେଟ୍! LA 2028 ପାଇଁ ହକି ଦଳରେ ବଡ଼ ପରିବର୍ତ୍ତନର ସଙ୍କେତ

ଏସିଆରେ ଭାରତର ଦବ୍‌ଦବା, ଏବେ ବିଶ୍ୱକୁ ଟାର୍ଗେଟ୍!...

ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଦଳର ଐତି...

IND vs NZ 2nd ODI: ଦ୍ୱିତୀୟ ମ୍ୟାଚ୍‌ରେ ବଦଳିବ ଟିମ୍ ଇଣ୍ଡିଆ! ଫେରିବେ ମହମ୍ମଦ ସିରାଜ, ବାଦ୍ ପଡ଼ିପାରନ୍ତି ଏହି ଖେଳାଳି

IND vs NZ 2nd ODI: ଦ୍ୱିତୀୟ...

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍...

ବାପାଙ୍କ ରାସ୍ତାରେ ପୁଅ! U-19 ଏସିଆ କପ୍‌ରେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ଧମାକା

ବାପାଙ୍କ ରାସ୍ତାରେ ପୁଅ! U-19 ଏସିଆ କପ୍‌ରେ...

ବାପାଙ୍କ ଭଳି ପୁଅଙ୍କ ବ୍ୟାଟ୍‌ରେ ମଧ୍ୟ ଦେଖିବାକୁ ମି...

ଦୀପାବଳିରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ୧୧୦୩ କୋଟି ଟଙ୍କାର ପ୍ରକଳ୍ପ ଉପହାର

ଦୀପାବଳିରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ୧୧୦୩...

ଦୀପାବଳି ଅବସରରେ ନିଜ ଜନ୍ମମାଟି କେନ୍ଦୁଝରକୁ ବଡ଼ ଉପହାର ଦ...

ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ନବୀନ ପଟ୍ଟନାୟକ, ହିଞ୍ଜିଳି ସମେତ ୪ଟି ଅଞ୍ଚଳ ବୁଲି ବନ୍ୟା କ୍ଷୟକ୍ଷତି ଦେଖିବେ

ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ନବୀନ ପଟ୍ଟନାୟକ,...

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର...

ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଅନ୍ତରୀଣ ସୁରକ୍ଷା ମାମଲା: ଅପଡେଟ୍‌ କେସ୍‌ ଡାଏରୀ ମାଗିଲେ ହାଇକୋର୍ଟ

ଆଇପିଏସ୍‌ ସୁଶାନ୍ତ ନାଥଙ୍କୁ ଅନ୍ତରୀଣ ସୁରକ୍ଷା ମାମଲା:...

କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...

ଧନତେରସରେ ବାସୁଦେବପୁର ବଜାରରେ ପ୍ରବଳ ଭିଡ଼: ସୁନା ଦୋକାନରୁ ଝାଡୁ ଦୋକାନ ଯାଏଁ ଜମିଲା ବେପାର

ଧନତେରସରେ ବାସୁଦେବପୁର ବଜାରରେ ପ୍ରବଳ ଭିଡ଼: ସୁନା...

ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+