ୟୁକ୍ରେନର ରାଜଧାନୀକିଭ୍ରେ ମଙ୍ଗଳବାର ମଧ୍ୟରାତ୍ରିରେ ଏକାଧିକ ବିସ୍ଫୋରଣହୋଇଛି। ଆକ୍ରମଣ ପୂର୍ବରୁ ୟୁକ୍ରେନ ବାୟୁସେନା ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ନେଇ ସତର୍କ ସୂଚନା ଜାରି କରାଯାଇଥିଲା।
କିଭ୍ର ମେୟରଭିଟାଲି କ୍ଲିଟ୍ସକୋଟେଲିଗ୍ରାମ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ରାଜଧାନୀର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ରହିଛି। ଶତ୍ରୁ ପକ୍ଷରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଧ୍ୟମରେ କିଭ୍ ଉପରେ ଆକ୍ରମଣ କରାଯାଇଥିବା ସେ କହିଛନ୍ତି।
ଏହି ଆକ୍ରମଣରେ କିଭ୍ର ଦକ୍ଷିଣ ଅଞ୍ଚଳରହୋଲୋସିଭସ୍କି ଜିଲ୍ଲାରେ ନିଆଁ ଲାଗିଥିବାଜଣାପଡ଼ିଛି। ତେବେ କ୍ଷୟକ୍ଷତି ଓ ମୃତାହତଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ।
ଗତ କିଛି ସମୟ ଧରି କିଭ୍ ରୁଷର ଲଗାତାର କ୍ଷେପଣାସ୍ତ୍ର ଆକ୍ରମଣର ଟାର୍ଗେଟରେ ରହିଛି। ରୁଷ ବିଶେଷକରି ବାଲିଷ୍ଟିକ୍ ଅସ୍ତ୍ର ବ୍ୟବହାର କରୁଥିବା କୁହାଯାଉଛି। ଏହି କ୍ଷେପଣାସ୍ତ୍ରର ଗତି ବହୁତ ଅଧିକ ଥିବାରୁ ଏହାକୁ ଆକାଶରେ ରୋକିବା କଷ୍ଟକର ହୋଇଥାଏ।
ଏହି ଆକ୍ରମଣ ଏପରି ସମୟରେ ହୋଇଛି, ଯେତେବେଳେ ସୋମବାର ପ୍ୟାରିସ୍ରେ ୟୁକ୍ରେନ ଓ ତାହାର ସହଯୋଗୀ ଦେଶମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...
ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...
ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଓଡ଼ିଶା ସମେତ ୫ଟି ରାଜ୍ୟର ରେଳ ଯୋଗାଯୋଗକୁ ଆହୁରି ମଜବୁତ କ...
କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...