ରେଳବାଇରେ ସରକାରୀ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ ଆସିଛି। ରେଳବାଇ ନିଯୁକ୍ତି ବୋର୍ଡ (RRB) ପକ୍ଷରୁ ୧୧୯ଟି ସେକ୍ସନ୍ କଣ୍ଟ୍ରୋଲର ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ପଦବି ରେଳ ଚଳାଚଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଓ ଦାୟିତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ।
ବିଜ୍ଞପ୍ତି ଅନୁଯାୟୀ, ଆବେଦନ ପ୍ରକ୍ରିୟା ୨୦୨୬ ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ। ନିର୍ବାଚିତ ପ୍ରାର୍ଥୀମାନେ ଦେଶର ବିଭିନ୍ନ ରେଳବାଇ ଜୋନରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।
ଖାଲି ପଦବିଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ରେଳବାଇ, ପୂର୍ବ ତଟ ରେଳବାଇ, ପୂର୍ବ କେନ୍ଦ୍ରୀୟ ରେଳବାଇ, ପୂର୍ବ ରେଳବାଇ, ଉତ୍ତର ରେଳବାଇ, ଦକ୍ଷିଣ ରେଳବାଇ, ପଶ୍ଚିମ ରେଳବାଇ ସହ ବିଭିନ୍ନ ଜୋନରେ ନିଯୁକ୍ତି ହେବ।
ଏହି ପଦବି ପାଇଁ ଆବେଦନକାରୀ ଭାରତର ନାଗରିକ ହେବା ସହ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଆବଶ୍ୟକ। ବୟସ ସୀମା ୨୦ରୁ ୩୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ ମିଳିବ।
ଚୟନ ପ୍ରକ୍ରିୟାରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT), ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ସାମିଲ ରହିବ। ଚୟନିତ ପ୍ରାର୍ଥୀମାନେ ପେ-ଲେଭେଲ୍-୬ ଅନୁଯାୟୀ ପ୍ରାରମ୍ଭିକ ଦରମା ୩୫,୪୦୦ ଟଙ୍କା ସହ ଅନ୍ୟାନ୍ୟ ସରକାରୀ ଭତ୍ତା ପାଇବେ।
ଆବେଦନ କରିବାକୁ ପ୍ରାର୍ଥୀମାନେ RRBର ଅଧିକୃତ ୱେବସାଇଟକୁ ଯାଇ Section Controller Recruitment 2026 ଲିଙ୍କରେ କ୍ଲିକ୍ କରି ପ୍ରଥମେ ପଞ୍ଜିକରଣ କରିବେ। ପରେ ଲଗ୍ଇନ୍ କରି ଆବେଦନ ଫର୍ମ ପୂରଣ, ଆବଶ୍ୟକ ଦଲିଲ ଅପଲୋଡ୍ ଏବଂ ସମସ୍ତ ତଥ୍ୟ ଯାଞ୍ଚ କରି ଫର୍ମ ଦାଖଲ କରିପାରିବେ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଓଡ଼ିଶାରେ ସକ୍ରିୟ ହେ...
ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା...
ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁ...
ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...
ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ମିଳିଥିବା ବ୍ୟାପକ ତ୍ରୁଟି...
ଚୌଦ୍ୱାର ସର୍କଲ ଜେଲରୁ ଦୁଇ ଜଣ ବନ୍ଦୀ ଫେରାର ଘଟଣା ପୁଣିଥର...