ରାଉରକେଲାର ସେକ୍ଟର-୭ ଥାନା ଅଧୀନ ନାରାୟଣୀ ବସ୍ତିରେ ଘଟିଥିବା ଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଗୁରୁବାର ହତ୍ୟା ମାମଲାରେ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ବେଆଇନ ଭାବେ ନିର୍ମିତ ଘର ଉପରେ ବୁଲଡୋଜର୍ ଚଲାଇ ଭାଙ୍ଗି ଦିଆଯାଇଛି।
ପ୍ରଶାସନର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବସ୍ତି ଅଞ୍ଚଳରେ ବେଆଇନ ଭାବେ ଘର ନିର୍ମାଣ କରିଥିଲେ। ସେଠାରୁ ସେମାନେ ବ୍ରାଉନ୍ ସୁଗାର କାରବାର ଚଳାଉଥିବା ଅଭିଯୋଗ ମଧ୍ୟ ରହିଛି।
ଯେଉଁ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି ସେମାନେ ହେଲେ ଚିନୁ ହରିପା, କାଳିଆ ନାୟକ, ଛୋଟୁ ନାୟକ, ବାବୁ ଲଣ୍ଡା ଓରଫ ସନ୍ତୋଷ ନାୟକ ଏବଂ ରୋହିତ ହରିପା ସମେତ ମୋଟ ୬ ଜଣ।
ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ବ୍ରାଉନ୍ ସୁଗାର ବେପାରକୁ ବିରୋଧ କରୁଥିବା ଦୁଇ ଯୁବକଙ୍କୁ ଅଭିଯୁକ୍ତମାନେ ଆକ୍ରମଣ କରିଥିଲେ। ଏହି ହିଂସାତ୍ମକ ଆକ୍ରମଣରେ ରାମେଶ୍ୱର ବସ୍ତିର ତୋଫାନ ବିନ୍ଧାଣୀଙ୍କ ମୃତ୍ୟୁ ହୋଇଥିବାବେଳେ ଶୁଭେନ୍ଦୁ ସେଠୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଜୁନ୍ ୧୬ ତାରିଖରେ ଘଟିଥିଲା।
ଘଟଣା ପରେ ରାଉରକେଲା ପୁଲିସ ବ୍ୟାପକ ଚଢ଼ାଉ ଆରମ୍ଭ କରିଥିଲା। ଜୁନ୍ ୨୦ରେ ପୁଲିସ ଏନକାଉଣ୍ଟର ପରେ ମୁଖ୍ୟ ଅଭିଯୁକ୍ତ ଚିନୁ ହରିପା ଓ ସନ୍ତୋଷ ନାୟକଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଆଉ ୪ ଜଣଙ୍କୁ ଗିରଫ କରି ମୋଟ ୬ ଜଣଙ୍କୁ ଜେଲ୍ ପଠାଯାଇଥିଲା।
ଆଇନ ଶୃଙ୍ଖଳା ସୁଦୃଢ଼ କରିବା ଏବଂ ବେଆଇନ ଦଖଲ ଉଚ୍ଛେଦ ଅଭିଯାନର ଅଂଶ ସ୍ୱରୂପ ପ୍ରଶାସନ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବେଆଇନ ଘରକୁ ଭଙ୍ଗି ଦେଇଛି।
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଅଭିନେତ୍ରୀବିପାଶା ବାସୁନିଜ ଫିଲ୍ମ କ୍ୟାରିୟରର ଏକ ଗୁରୁତ୍ୱ...
ମାଲାୟାଲମ୍ ସୁପରଷ୍ଟାରମମୁଟ୍ଟିଙ୍କ ୭୫ତମ ଜନ୍ମଦିନରେ ତାଙ୍କ...
**‘ମିର୍ଜାପୁର: ଦି ମୁଭି’**ରେ ଏକ ପ୍ରାୟ ୫୦...
‘ମିର୍ଜାପୁର: ଦି ମୁଭି’ବକ୍ସ ଅଫିସ୍ରେ ଜବରଦସ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...