ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ତିବ୍ରତା ମଧ୍ୟରେ ହର୍ମୁଜ ପ୍ରଣାଳୀରେ ନୂତନ ଘଟଣା ସାମ୍ନାକୁ ଆସିଛି। ସିପିଂ ତଥ୍ୟ ଅନୁଯାୟୀ, ଆମେରିକା କଟକଣାରେ ଥିବା ‘ରିଚ୍ ଷ୍ଟାରି’ ଟ୍ୟାଙ୍କର୍ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାରେ ବିଫଳ ହୋଇ ବୁଧବାର ପୁଣି ଫେରି ଆସିଛି।
ପାକିସ୍ତାନରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ କଡା ନୌସେନା ଅବରୋଧ ଲାଗୁ କରିବାକୁ ଘୋଷଣା କରିଥିଲେ। ସୋମବାର ସନ୍ଧ୍ୟାଠାରୁ ଏହି ଅବରୋଧ ଲାଗୁ ହୋଇଛି ଏବଂ ଗତ ୨୪ ଘଣ୍ଟାରେ କୌଣସି ଜାହାଜ ଏହାକୁ ଭାଙ୍ଗି ପାରିନାହିଁ।
ଆମେରିକା ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ, କିଛି ଜାହାଜ ପଛକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ‘ରିଚ୍ ଷ୍ଟାରି’ ଟ୍ୟାଙ୍କର୍ ମଧ୍ୟ ଏହି ଅବସ୍ଥାରେ ପଡ଼ିଥିଲା। ଏହି ଟ୍ୟାଙ୍କର୍ ମିଥାନଲ୍ ବହନ କରୁଥିବା ବେଳେ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସର ହାମରିୟା ବନ୍ଦରରୁ ଲୋଡ୍ କରାଯାଇଥିଲା।
ଏହା ସହିତ ଆମେରିକା ଆଉ କିଛି ତୈଳ ଟ୍ୟାଙ୍କରକୁ ମଧ୍ୟ ଅଟକାଇଛି ଏବଂ ଇରାନର ତୈଳ ରପ୍ତାନିକୁ ବନ୍ଦ କରିବାକୁ ଚେଷ୍ଟା କରୁଛି। ଏହା ଫଳରେ ବିଶ୍ୱ ତୈଳ ବଜାର ଓ ବାଣିଜ୍ୟ ରୁଟ୍ ଉପରେ ପ୍ରଭାବ ପଡ଼ୁଛି।
ଏହି ପରିସ୍ଥିତିରେ ଜାହାଜ ଚାଳକ, ତୈଳ କମ୍ପାନୀ ଏବଂ ବୀମା କମ୍ପାନୀମାନେ ଅନିଶ୍ଚିତତାରେ ପଡ଼ିଛନ୍ତି। ଯଦିଓ କିଛି ଜାହାଜ ହର୍ମୁଜ ପ୍ରଣାଳୀ ଦେଇ ଗତି କରୁଛନ୍ତି, ତଥାପି ସାଧାରଣ ଯାତାୟାତ ଅନେକ କମିଯାଇଛି।
କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସେସ୍ (KISS) ପର...
ପବିତ୍ରବାହୁଡ଼ା ଯାତ୍ରା–୨୦୨୬ଅବସରରେ ଶୁକ୍ରବାର ପୁର...
ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାରୁ ଏକ ଅସାଧାରଣ ଘଟଣା ସାମ୍ନ...
ଉତ୍ତରପ୍ରଦେଶର ଉନ୍ନାଓରେ ଟ୍ରାଫିକ୍ ଚାଲାଣକୁ କେନ୍ଦ୍ର କରି...
ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନର ରାଜନୀତି ପୁଣିଥରେ ଚର୍ଚ୍ଚାର...
ବ୍ୟକ୍ତିଗତ କାରଣରେ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯାତ୍ରା...
ଗୁଜୁରାଟରେ ଲଗାଣ ବର୍ଷାର ପ୍ରଭାବରେ ରେଳ ଚଳାଚଳ ଗୁରୁତର ଭା...
ଦେଶବ୍ୟାପୀ ନିଟ୍ ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାକୁ ନ...
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହ ହଟ୍ଟଗୋଳ ମଧ୍ୟରେ...
ଦେଶର ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ...
୨୦୦୪ ଲୋକସଭା ନିର୍ବାଚନ ପରେ ଡ଼. ମନମୋହନ ସିଂହଙ୍କ ନେତୃତ୍...
ରଥଯାତ୍ରା ଅବସରରେ ଶୈଳଶ୍ରୀ ବିହାର ଅଞ୍ଚଳରେ ଭକ୍ତଙ୍କ ବହୁ...