ରିଲ୍ସ କରିବା ନିଶାରେ ଜୀବନ ସହ ଖେଳ ଖେଳୁଛନ୍ତି କିଛି ଯୁବକ ଓ ନାବାଳକ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଞ୍ଚଳରରେଙ୍ଗାଳି ଡ୍ୟାମଠାରେ କିଛି ଯୁବକ ପ୍ରାୟ୫୦ ଫୁଟ୍ ଉଚ୍ଚରୁ ପାଣିକୁ ଡେଇଁଭିଡିଓ ରିଲ୍ସ ତିଆରି କରୁଥିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ କିଛି ଯୁବକ ଓ ନାବାଳକ ଡ୍ୟାମର ଉପରୁ ଅତ୍ୟନ୍ତ ଦୁଃସାହାସିକ ଭାବରେ ତଳକୁ ପାଣିରେ ଲାଫ ମାରୁଛନ୍ତି। ଏପରି କାର୍ଯ୍ୟ ଯେକୌଣସି ସମୟରେ ଘଟଣାକୁ ଆମନ୍ତ୍ରଣ ଦେଇପାରେ।
ସବୁଠୁ ଚିନ୍ତାର ବିଷୟ ହେଉଛି ଯେଡ୍ୟାମର ସମ୍ପୂର୍ଣ ଅଞ୍ଚଳରେ ସାଧାରଣ ଯାତାୟାତ ଉପରେ ପ୍ରତିବନ୍ଧକଥିବା ସତ୍ତ୍ୱେ ଏମାନେ କିପରି ଡ୍ୟାମ ଭିତରକୁ ପ୍ରବେଶ କଲେ ଓ ଏଭଳି ଅସୁରକ୍ଷିତ ଭାବରେ ପାଣିକୁ ଡେଇଁ ରିଲ୍ସ କରିପାରିଲେ, ସେନେଇ ବନ୍ଧ ବିଭାଗ ଓ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଭଳି ଭାବେ ପାଣିକୁ ଡେଇଁବା ସମୟରେ ଯଦି କୌଣସି ଅଘଟଣ ଘଟେ, ତେବେ ସେଥିପାଇଁ ଦାୟିତ୍ୱ କିଏ ନେବ—ସେନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ରେଙ୍ଗାଳି ଡ୍ୟାମ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ଅସ୍ୱୀକାର କରିଛନ୍ତି।
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...