ଲଗାଣ ବର୍ଷା ଯୋଗୁଁ ରବିବାର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅତ୍ୟଧିକ ବର୍ଷା ଫଳରେ ବଲାଙ୍ଗିର ଓ କଟକ ଜିଲ୍ଲାରେ ଜଳବନ୍ଦୀ, ସଡ଼କ କ୍ଷତିଗ୍ରସ୍ତ ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ନିକଟସ୍ଥ ଝାଲିଆଲିଟି ଗାଁ ପାଖ ରେଳ ଅଣ୍ଡରପାସ୍ରେ ପାଣି ଜମିଯିବାରୁ ଚାରି ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର୍ ଫସି ଯାଇଥିଲା। ଗାଡ଼ିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ତେବେ ଗାଡ଼ିଟି ଦୀର୍ଘ ସମୟ ଧରି ଜଳମଗ୍ନ ଅଣ୍ଡରପାସ୍ରେ ଅଟକି ରହିଥିଲା।
ଅନ୍ୟପଟେ, ଖପ୍ରାଖୋଲ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଲାଠୋର ନିକଟରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେବାରୁ ବଲାଙ୍ଗିର–ନୂଆପଡ଼ା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା। ଫଳରେ ଅନେକ ଯାତ୍ରୀ ରାସ୍ତାରେ ଅଟକି ରହିଥିଲେ।
କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ବରବାରୀ କୁଆପୋଲ ନିକଟରେ ନବନିର୍ମିତ ସେତୁର ସଂଯୋଗ ରାସ୍ତା ପ୍ରାୟ ଚାରି ଫୁଟ ଧସି ପଡ଼ିଛି। ଏହାଫଳରେ ମାଡ଼ଙ୍ଗା ଓ ଶିଶୁଆ ମଧ୍ୟରେ ସଡ଼କ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସଦୃଶ ପରିସ୍ଥିତି ଓ ସଡ଼କ କ୍ଷୟକ୍ଷତି ଦେଖାଦେଇଥିବାରୁ ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି। ପାଣି ଜମିଥିବା ରାସ୍ତା ଓ ଅଣ୍ଡରପାସ୍ ବ୍ୟବହାର ନକରିବାକୁ ଏବଂ ପ୍ରଶାସନର ପରାମର୍ଶ ମାନିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...