ରାୟଗଡ଼ା ଜିଲ୍ଲାରେ ପୁଣି ଥରେ ମ୍ୟାଲେରିଆକୁ ନେଇ ଚିନ୍ତା ବଢ଼ିଛି। ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବାରୁ ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି।
ମୃତ ଛାତ୍ରଙ୍କ ନାମଜୟସେନ କଣ୍ଡାଗରି। ସେ ସରକାରୀ ହଷ୍ଟେଲରେ ରହି ପାଠପଢ଼ା କରୁଥିଲେ। କିଛି ଦିନ ପୂର୍ବରୁ ସେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ସ୍ଥାନୀୟ ସ୍ତରରେ ଚିକିତ୍ସା କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜୟସେନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପରିବାର, ସହପାଠୀ ଏବଂ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଏହି ମୃତ୍ୟୁ ପରେ ରାୟଗଡ଼ାରେମ୍ୟାଲେରିଆ ନିୟନ୍ତ୍ରଣ ବ୍ୟବସ୍ଥା,ସରକାରୀ ହଷ୍ଟେଲର ସ୍ୱାସ୍ଥ୍ୟ ସୁବିଧାଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ନିରୀକ୍ଷଣକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।
ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଥିବା ସହ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଜୋରଦାର କରାଯାଉଥିବା ସୂଚନା ମିଳିଛି।
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...