ରାୟଗଡା ଜିଲ୍ଲାରେ ଏକ ଚମକିଦେବା ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଝରଣାର ପାଣି ପିଇବା ବେଳେ ଜଣେ ଯୁବକଙ୍କ ଶରୀରକୁ ଜୁକା ପସିଯାଇଥିବା ଅଭିଯୋଗ ହୋଇଛି। ଏହା ପରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।
ଘଟଣାଟି କଲ୍ୟାଣସିଂହପୁର ବ୍ଲକର ରେଇଲିମା ଗାଁରେ ଘଟିଛି। ପୀଡିତ ଯୁବକଙ୍କ ପରିଚୟ ଶ୍ୟାମ ହୁଇକା ଭାବେ ହୋଇଛି। ସେ ସଙ୍ଗୀମାନଙ୍କ ସହ ଜଙ୍ଗଲକୁ ଜଳାନୀ କଠ ଆଣିବା ପାଇଁ ଯାଇଥିଲେ।
ତୀବ୍ର ଗରମରେ ତିଆରେ ହୋଇ ସେ ଝରଣାରୁ ପାଣି ପିଇଥିଲେ। କିନ୍ତୁ ଅଜାଣତେ ସେହି ପାଣି ସହ ଜୁକା ତାଙ୍କ ଶରୀରକୁ ପସିଯାଇଥିବା ସନ୍ଦେହ କରାଯାଉଛି।
କିଛି ସମୟ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଅବନତି ହୋଇଥିଲା ଏବଂ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ କଲ୍ୟାଣସିଂହପୁର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲା। ପରେ ଡାକ୍ତରମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ବର୍ତ୍ତମାନ ଯୁବକଙ୍କ ସ୍ଥିତି ଡାକ୍ତରୀ ନିରୀକ୍ଷଣ ତଳେ ରହିଛି ଏବଂ ଅଧିକ ପରୀକ୍ଷା ପରେ ସଠିକ ତଥ୍ୟ ସାମ୍ନାକୁ ଆସିବ।
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...