ପବିତ୍ରରଥଯାତ୍ରା-୨୦୨୬ଅବସରରେ ଦେଶର ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ନେତାମାନେ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ମା' ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଅବସରରେ ଦେଶ ଓ ବିଦେଶରେ ଥିବା ସମସ୍ତ ଜଗନ୍ନାଥ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ଏହି ରଥଯାତ୍ରା ଭକ୍ତ ଓ ଭଗବାନଙ୍କ ମିଳନର ଏକ ଅଦ୍ୱିତୀୟ ପର୍ବ। ମହାପ୍ରଭୁଙ୍କ କୃପାରୁ ଦେଶ ଓ ଦେଶବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଥଯାତ୍ରାକୁ ଭାରତର ଚିରନ୍ତନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାର ଅନନ୍ୟ ପ୍ରତୀକ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ରଥଯାତ୍ରାର ପରମ୍ପରା ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସିଛି ଏବଂ ଏହା ବିନମ୍ରତା, ସାମୂହିକ ଅଂଶଗ୍ରହଣ ଓ ନିଃସ୍ୱାର୍ଥ ସେବାର ବାର୍ତ୍ତା ଦିଏ। ମହାପ୍ରଭୁ ସମସ୍ତଙ୍କୁ ସୁସ୍ଥତା, ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ସେ ପ୍ରାର୍ଥନା କରିଛନ୍ତି ଯେ, ମହାପ୍ରଭୁଙ୍କ ଅପାର କୃପାରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ବିକାଶର ଧାରା ଅବ୍ୟାହତ ରହୁ ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ମଙ୍ଗଳମୟ ହେଉ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରଥଯାତ୍ରାକୁ ଅଟୁଟ ବିଶ୍ୱାସ, ଭକ୍ତି ଓ ଆସ୍ଥାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ସେ ମହାପ୍ରଭୁଙ୍କ ନିକଟରେ ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ କଲ୍ୟାଣ କାମନା କରିଛନ୍ତି।
ସେହିପରି କେନ୍ଦ୍ରାପଡ଼ା ସାଂସଦ ଓ ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ସମସ୍ତଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି। ସେ ମହାପ୍ରଭୁଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ପ୍ରାର୍ଥନା କରିଛନ୍ତି।
ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସମୟସୀମା ମଧ୍...
ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...