Thousands of devotees gather at Puri as the three chariots resume their journey during Rath Yatra 2026.

ରଥଯାତ୍ରା ୨୦୨୬: ଆଜି ପୁଣି ଗଡ଼ିବ ତିନି ରଥ, ପୁରୀରେ ଭକ୍ତଙ୍କ ଅପାର ଭିଡ଼

ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଦ୍ୱିତୀୟ ଦିନରେ ଆଜି ସକାଳ ୯ଟା ୩୦ ମିନିଟରୁ ପୁଣି ଆରମ୍ଭ ହେବ ତିନି ରଥର ଟଣା। ଭକ୍ତଙ୍କ ଅପାର ସମାଗମ ମଧ୍ୟରେ ଶ୍ରୀଜୀଉମାନଙ୍କ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିବ। ଆସନ୍ତାକାଲି ଅଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ ଅଡ଼ପ ବିଜେ ନୀତି।

ପବିତ୍ର ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ପୁଣିଥରେ ଭକ୍ତି ଓ ଆଧ୍ୟାତ୍ମିକତାରେ ଉଛୁଳି ପଡ଼ିଛି। ଆଜି (ଶୁକ୍ରବାର) ସକାଳ ୯ଟା ୩୦ ମିନିଟରୁ ତିନି ରଥର ଟଣା ପୁଣି ଆରମ୍ଭ ହେବ। ରଥଯାତ୍ରାରେ ସାମିଲ ହେବା ପାଇଁ ଭୋରରୁ ହଜାର ହଜାର ଭକ୍ତ ପୁରୀରେ ପହଞ୍ଚିଛନ୍ତି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମେ ତିନି ରଥ ଉପରେ ଶ୍ରୀଜୀଉମାନଙ୍କର ସକାଳ ନୀତି ସମ୍ପନ୍ନ ହେବ। ଏହାପରେ ଭକ୍ତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଭଦ୍ରଙ୍କ ତାଳଧ୍ୱଜ ଓ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣି ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେବେ।

ଗୁରୁବାର ରଥଟଣା ସମୟରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଫାୟାର ଷ୍ଟେସନ ଛକ ନିକଟରେ ଅଟକି ରହିଥିଲା। ସେହିପରି ମା' ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚିକୋଟ ଛକ ନିକଟରେ ଅଟକିଥିବାବେଳେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରୁ ଅଳ୍ପ ଦୂର ଗଡ଼ିବା ପରେ ଅଟକି ଯାଇଥିଲା।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ମହାପ୍ରଭୁଙ୍କ ପହଣ୍ଡି ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ନନ୍ଦିଘୋଷ ରଥ କାହିଁକି ଅଳ୍ପ ଦୂରତା ଗଡ଼ିବା ପରେ ଅଟକିଲା ତାହା ସ୍ପଷ୍ଟ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି। ଆଜି ସକାଳ ୯ଟା ୩୦ରୁ ରଥଟଣା ପୁଣି ଆରମ୍ଭ ହେବ।

ସେ ଆହୁରି କହିଛନ୍ତି ଯେ, ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ଆସନ୍ତାକାଲି ପାରମ୍ପରିକ ନୀତି ଅନୁଯାୟୀ ଅଡ଼ପ ବିଜେ ଅନୁଷ୍ଠିତ ହେବ।

ରଥଟଣା ପୁଣି ଆରମ୍ଭ ହେବାକୁ ଥିବାରୁ ପୁରୀର ବଡ଼ଦାଣ୍ଡ ପୁଣିଥରେ ଭକ୍ତଙ୍କ ଅପାର ଭିଡ଼ରେ ଉଛୁଳି ପଡ଼ିଛି। ଶ୍ରୀଜୀଉଙ୍କ ଦର୍ଶନ ଏବଂ ରଥ ଟାଣିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ପୁରୀରେ ପହଞ୍ଚୁଛନ୍ତି।

Latest News
ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି କଳା: ଘଣ୍ଟାକୁ ରୋଜଗାର ₹୧୦ ହଜାର ପର୍ଯ୍ୟନ୍ତ

ଆମେରିକାରେ Software Engineer ଚାକିରି ସହ ମେହେନ୍ଦି...

ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...

GDP ଭଲ, କିନ୍ତୁ Viksit Bharat 2047 ପାଇଁ ଯଥେଷ୍ଟ ନୁହେଁ: ସୁରଜିତ ଭଲ୍ଲା, ମୋଣ୍ଟେକ ସିଂହ ଅହଲୁୱାଲିଆ

GDP ଭଲ, କିନ୍ତୁ Viksit Bharat 2047...

ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ, ଆମେରିକାରେ ବିମାନ ତିଆରି କର ନଚେତ୍ ବଜାର ବନ୍ଦ

US-Canada ଟାରିଫ୍ ଯୁଦ୍ଧ: Bombardierକୁ ଟ୍ରମ୍ପଙ୍କ ଚେତାବନୀ,...

ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ ୨୫ ଦିନକୁ କମିଲା: ଗ୍ରାହକଙ୍କ ପାଇଁ କ’ଣ ବଦଳିଲା?

LPG ସିଲିଣ୍ଡର ବୁକିଂ ଗ୍ୟାପ୍ ୪୫ ଦିନରୁ...

ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ
+