ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ଚୋରି ମାମଲାକୁ ନେଇ ତଦନ୍ତ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଉତ୍ତର ପ୍ରଦେଶ ପୁଲିସ, ଏସଆଇଟି (SIT) ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ଗଭୀର ତଦନ୍ତ କରାଯାଉଛି।
ଏହି ପ୍ରସଙ୍ଗରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପୂର୍ବତନ ମହାସଚିବ ଚମ୍ପତ ରାୟ, ପୂର୍ବତନ ସଦସ୍ୟ ଡା. ଅନିଲ ମିଶ୍ରା ଓ ବିଶେଷ ଆମନ୍ତ୍ରିତ ସଦସ୍ୟ ଗୋପାଳ ରାଓଙ୍କୁ ଦିଆଯାଇଥିବା ବିଶେଷ ପରିଚୟପତ୍ର ବାତିଲ କରିଛି। ଏହା ସହିତ ସେମାନଙ୍କର ଭିଆଇପି ଓ ସୁଗମ ଦର୍ଶନ ପାଇଁ ପାସ୍ ଜାରି କରିବାର କ୍ଷମତା ମଧ୍ୟ ରଦ୍ଦ କରାଯାଇଛି।
ତଦନ୍ତକାରୀ ସଂସ୍ଥା ସୂଚନା ଅନୁସାରେ, ମେ' ମାସର ଶେଷ ସପ୍ତାହରେ ଟ୍ରଷ୍ଟ ଦାନ ପେଟିରୁ ବ୍ୟାଙ୍କରେ ଜମା ହେଉଥିବା ରାଶିର ହିସାବ ଯାଞ୍ଚ କରିଥିଲା। ସେତେବେଳେ ଦାନ ରାଶିରେ ଅସଙ୍ଗତି ଦେଖାଯିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା।
ସାଧାରଣତଃ ଗୋଟିଏ ଦାନ ପେଟିରେ ୬ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ହେଉଥିଲା। କିନ୍ତୁ ୫୦୦ ଟଙ୍କିଆ ନୋଟର ବଣ୍ଡିଲରେ ଟଙ୍କା କମ୍ ଥିବା ଦେଖାଯିବା ପରେ ଟ୍ରଷ୍ଟ ନୋଟ ଗଣନା କକ୍ଷରେ ଗୁପ୍ତ କ୍ୟାମେରା ସ୍ଥାପନ କରିଥିଲା।
ଏକ ସପ୍ତାହର ସିସିଟିଭି ଓ ଗୁପ୍ତ କ୍ୟାମେରା ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଜଣେ କର୍ମଚାରୀ ଜାଣିଶୁଣି କ୍ୟାମେରା ସାମ୍ନାରେ ଠିଆ ହୋଇ ଅନ୍ୟ ଜଣେ ସହଯୋଗୀଙ୍କୁ ନୋଟ ବଣ୍ଡିଲରୁ ଟଙ୍କା କାଢ଼ି ପୋଷାକ ଭିତରେ ଲୁଚାଇବାର ସୁଯୋଗ ଦେଉଥିଲେ। ଗୁପ୍ତ କ୍ୟାମେରାରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ ହୋଇଥିବାରୁ ଚୋରିର ପ୍ରମାଣ ମିଳିଥିଲା।
ଏହି ମାମଲାରେ ଏପର୍ଯ୍ୟନ୍ତ ଅବିନାଶ ଶୁକ୍ଲା, ଲବକୁଶ ମିଶ୍ର, ଅନୁକଳ୍ପ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମାଶଙ୍କର ମିଶ୍ର, ରାମ ଶଙ୍କର ଯାଦବ ଓରଫ୍ ଟିନ୍ନୁ ଯାଦବ ଏବଂ ସୁଭାଷ ଶ୍ରୀବାସ୍ତବଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ପ୍ରମାଣରୁ ଅଧିକ ତଥ୍ୟ ସାମ୍ନାକୁ ଆସୁଥିବା ସୂଚନା ମିଳିଛି।
ସେୟାର ବଜାରରେ ଦୀର୍ଘମିଆଦୀ ନିବେଶକଙ୍କ ଉପରେ ଲାଗୁ ହେଉଥିବ...
ଭୁବନେଶ୍ୱର: ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ ବା S...
ବିହାରରେ ନୂଆ ରାଜନୈତିକ ବିବାଦ ବିହାର ବିଧାନ ପରିଷଦ ନି...
ମହାକାଶ ଅଭିଯାନରେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ...
ହାଇଦ୍ରାବାଦ: ତେଲେଙ୍ଗାନାର କଂଗ୍ରେସ ସରକାର ଓ ମୁଖ୍ୟମନ୍ତ୍...
ଉତ୍ତରପ୍ରଦେଶ ରାଜନୀତିରେ ‘ଅବ୍ଦୁଲ’କୁ ନେଇ ବ...
ବିଦେଶୀ ନିବେଶକଙ୍କ ପାଇଁ LTCG ଟ୍ୟାକ୍ସ ହଟାଇବାକୁ ପ୍ରସ୍ତ...
ବାତ୍ୟା ଆର୍ଣ୍ଣବ ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲ୍ଲାର ଅନେକ...