ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନଙ୍କ ଚଢ଼ାଉ ଟଙ୍କାରେ କଥିତ ହେରଫେର ମାମଲାରେ ଏକ ବଡ଼ ମୋଡ଼ ଆସିଛି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଉତ୍ତର ପ୍ରଦେଶ ସରକାର ନୂଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରିବାକୁ ଯାଉଛନ୍ତି।
ସୁପ୍ରିମକୋର୍ଟ ପୂର୍ବରୁ ହେଉଥିବା ତଦନ୍ତ ପ୍ରକ୍ରିୟା ଉପରେ ଅସନ୍ତୋଷ ପ୍ରକାଶ କରି ମାମଲାର ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ନୂଆ SIT ଗଠନର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏହି SITର ନେତୃତ୍ୱ ଜଣେ ବରିଷ୍ଠ IPS ଅଧିକାରୀ କରିବେ।
ଏହା ସହିତ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମନ୍ଦିର ନିର୍ମାଣ ଆରମ୍ଭ ହେବା ଦିନଠାରୁ ମିଳିଥିବା ସମସ୍ତ ଚଢ଼ାଉର ରସିଦ ଓ ଆର୍ଥିକ ରେକର୍ଡ ସୁରକ୍ଷିତ ରଖିବାକୁ ମଧ୍ୟ କୁହାଯାଇଛି।
ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ସମ୍ବେଦନଶୀଳ ମାମଲାକୁ ରାଜନୈତିକ ରୂପ ଦିଆଯିବା ଉଚିତ ନୁହେଁ। ତଦନ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ସ୍ୱଚ୍ଛ ରହିବା ଆବଶ୍ୟକ ବୋଲି କୋର୍ଟ ମତ ରଖିଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୭ ତାରିଖରେ ହେବ। ସେହିଦିନ ନୂଆ SITର ଗଠନ, ତଦନ୍ତର ଅଗ୍ରଗତି ଓ ମାମଲାର ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ସମୀକ୍ଷା କରିବେ।
ଧନତେରସ ଆସିଲେ ସୁନା କିଣିବାର ପରମ୍ପରା ଭାରତୀୟ ପରିବାରରେ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ମହଙ୍ଗା ବିମାନ ଇନ୍ଧନ ଏବେ ଭାରତୀୟ ବିମାନ ଚଳାଚଳ କ୍ଷେତ୍ର...
ଶେୟାର ବଜାରରେ ଏକ ଛୋଟ SME IPOକୁ ନେଇ ଏବେ ଜୋରଦାର ଚର୍ଚ୍...
ଦୀପାବଳି ପରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ପାଇଁ ଖୁସ...
ଆଜି ଧନତେରସ। ଦୀପାବଳି ପୂର୍ବରୁ ପାଳନ କରାଯାଉଥିବା ଏହି ପର...
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ପୁଣି ଚର୍ଚ୍ଚାରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦୀୟ ଅଞ୍ଚଳ କୋ...