‘ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଯାଉଛି ଭାରତ!’ ବେକାରୀ ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

ଭାରତରେ ବଢ଼ୁଥିବା ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆମେରିକାର କଲମ୍ବିଆ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଭାରତ ଏକ ବଡ଼ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛି। ଯୁବପିଢ଼ିଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ନିରାଶା ବଢ଼ୁଥିବା ନେଇ ମଧ୍ୟ ସେ ମତ ରଖିଛନ୍ତି।
Rahul Gandhi Warns of Economic Crisis in India, Flags Unemployment
Rahul Gandhi Warns of Economic Crisis in India, Flags Unemployment

ନୂଆଦିଲ୍ଲୀ: ଭାରତର ଆର୍ଥିକ ସ୍ଥିତି, ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଭାରତ ଏକ ବଡ଼ ଆର୍ଥିକ ବିପର୍ଯ୍ୟୟ ଆଡ଼କୁ ଯାଉଥିବା ସେ କହିଛନ୍ତି। ଦେଶରେ ବେକାରୀ ସମସ୍ୟା ଗମ୍ଭୀର ରୂପ ନେଇଥିବା ସହ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ସମସ୍ୟା ରହିଥିବା ସେ ମତ ଦେଇଛନ୍ତି।

ଆମେରିକା ଗସ୍ତ ସମୟରେ ନ୍ୟୁୟର୍କର କଲମ୍ବିଆ ୟୁନିଭର୍ସିଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ଗାନ୍ଧୀ ଏହି ମନ୍ତବ୍ୟ ଦେଇଥିଲେ। ଭାରତର ଯୁବପିଢ଼ିଙ୍କ ସ୍ଥିତି ଓ ସେମାନଙ୍କ ଭବିଷ୍ୟତକୁ ନେଇ ଆଲୋଚନା ସମୟରେ ସେ ଏହି ମତ ରଖିଥିଲେ।

ରାହୁଲ ଗାନ୍ଧୀ କହିଥିଲେ, ଭାରତରେ ବେକାରୀ ଏକ ବଡ଼ ସମସ୍ୟା। ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗଭୀର ସମସ୍ୟା ଦେଇ ଗତି କରୁଛି। ଏହି ବାସ୍ତବତାକୁ ଅଣଦେଖା କରିବା କିମ୍ବା ଗଣମାଧ୍ୟମ ଏହାକୁ ଅଣଦେଖା କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ କହିଥିଲେ।

ଏହା ସହିତ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଥିବା ଅସନ୍ତୋଷର କାରଣ ମଧ୍ୟ ସେ ବୁଝାଇଥିଲେ। ତାଙ୍କ କହିବା ଅନୁସାରେ, ଅନେକ ଯୁବକଯୁବତୀ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି ଏବଂ ଔପଚାରିକ ଶିକ୍ଷା ଗ୍ରହଣ କରିଛନ୍ତି। ହେଲେ ଶିକ୍ଷା ପରେ ମଧ୍ୟ ନିଜ ପାଇଁ ଉନ୍ନତ ଭବିଷ୍ୟତ ଓ ଭଲ ରୋଜଗାରର ସୁଯୋଗ ଦେଖିପାରୁନାହାନ୍ତି।

ଏହି କାରଣରୁ ଯୁବପିଢ଼ିଙ୍କ ମନରେ ନିରାଶା ବଢ଼ୁଛି। ପୂର୍ବ ପିଢ଼ିର ଅନୁଭବ ଓ ପରାମର୍ଶ ବର୍ତ୍ତମାନର ପରିସ୍ଥିତିରେ କାମ କରୁନଥିବା ଯୁବପିଢ଼ି ଅନୁଭବ କରୁଛନ୍ତି। ଏହାକୁ ନେଇ ପରିବାର ମଧ୍ୟରେ ମଧ୍ୟ ଏକ ପିଢ଼ିଗତ ଦୂରତା ସୃଷ୍ଟି ହେଉଥିବା ସେ କହିଥିଲେ।

ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ, ଯୁବପିଢ଼ି ନିଜ ପିତାମାତାଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଯେତେବେଳେ ଚାକିରି ମିଳୁନାହିଁ ଏବଂ ପୂର୍ବ ପିଢ଼ି ଅନୁସରଣ କରିଥିବା ରାସ୍ତାରେ ସଫଳତା ମିଳୁନାହିଁ, ସେତେବେଳେ ସେହି ପରାମର୍ଶକୁ କାହିଁକି ଅନୁସରଣ କରିବେ?

ବେକାରୀ, ଭବିଷ୍ୟତରେ ସୀମିତ ରୋଜଗାର ସୁଯୋଗ ଏବଂ ଶିକ୍ଷା ବ୍ୟବସ୍ଥାର ସମସ୍ୟା ଦେଶ ପାଇଁ ଗମ୍ଭୀର ଆହ୍ୱାନ ବୋଲି ରାହୁଲ କହିଛନ୍ତି। ତାଙ୍କର ଦୁଇଦିନିଆ ଆମେରିକା ଗସ୍ତ ସମୟରେ ଏହି ମନ୍ତବ୍ୟ ଏବେ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

LIVE TV
LIVE
Latest News
IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି! ୨୦୨୭ରୁ CSKର ନୂଆ ମେଣ୍ଟର ଭୂମିକାରେ ନଜର ଆସିବେ ମାହି

IPLରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି!...

ନୂଆଦିଲ୍ଲୀ: ଶେଷ ହେଲା IPLରେ ମହେନ୍ଦ୍ର ସିଂ ଧୋନିଙ୍କ ଖେଳ...

ବକ୍ସ ଅଫିସ୍‌ରେ ‘ରାମାୟଣ’ର ପ୍ରଥମ ବଡ଼ ଝଟକା! ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧,୪୩୭ କୋଟି ପାର୍

ବକ୍ସ ଅଫିସ୍‌ରେ ‘ରାମାୟଣ’ର ପ୍ରଥମ ବଡ଼ ଝଟକା!...

ମୁମ୍ବାଇ: ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରୁଥ...

ଇଣ୍ଡୋନେସିଆରେ ରାମାୟଣ ପାଇଁ ଅଦ୍ଭୁତ ଉତ୍ସାହ! ରାମ, ଲକ୍ଷ୍ମଣଙ୍କ ବେଶରେ ସିନେମା ହଲ୍‌ରେ ପହଞ୍ଚିଲେ ଦର୍ଶକ, ଭାଇରାଲ୍ ହେଲା ଭିଡିଓ

ଇଣ୍ଡୋନେସିଆରେ ରାମାୟଣ ପାଇଁ ଅଦ୍ଭୁତ ଉତ୍ସାହ! ରାମ,...

ଇଣ୍ଡୋନେସିଆରେ ‘ରାମାୟଣ’ ଫିଲ୍ମକୁ ନେଇ ଜବରଦ...

ଅବଦୁଲ କାଦିରଙ୍କ ଛକାଠାରୁ ସିଆଲକୋଟ୍‌ର ୫୭ ରନ୍‌ ଅଧିକ ମହତ୍ତ୍ୱପୂର୍ଣ୍ଣ; ନିଜ କ୍ୟାରିୟରର ନିର୍ଣ୍ଣାୟକ ଇନିଂସ୍‌କୁ ମନେ ପକାଇଲେ ସଚିନ

ଅବଦୁଲ କାଦିରଙ୍କ ଛକାଠାରୁ ସିଆଲକୋଟ୍‌ର ୫୭ ରନ୍‌...

ଅବଦୁଲ କାଦିରଙ୍କ ଛକାଠାରୁ ସିଆଲକୋଟ୍ର ୫୭ ରନ୍ ଅଧିକ ମହତ୍ତ...

ଚୀନ୍‌ର ଗୁପ୍ତ ମହାକାଶ ବିମାନକୁ ନେଇ ବିଶ୍ୱରେ ଚର୍ଚ୍ଚା! ୪୦ଟି ସ୍ପେସ୍‌ପ୍ଲେନ୍ ଥିଲେ ୨.୫ ମିନିଟ୍‌ରେ ଆରମ୍ଭ ହୋଇପାରିବ ଅବତରଣ

ଚୀନ୍‌ର ଗୁପ୍ତ ମହାକାଶ ବିମାନକୁ ନେଇ ବିଶ୍ୱରେ...

ଚୀନ୍ର ମହାକାଶ ବିମାନକୁ ନେଇ କାହିଁକି ଚର୍ଚ୍ଚା? ମହାକା...

ମାନବିକତା ଦେଖାଇଲେ ସଲମାନ ଓ ସୋନୁ ସୁଦ୍! ଅସୁବିଧାରେ ଥିବା ଅଭିନେତା ଶରଦ କପୁରଙ୍କୁ ବଢ଼ାଇଲେ ସହାୟତାର ହାତ

ମାନବିକତା ଦେଖାଇଲେ ସଲମାନ ଓ ସୋନୁ ସୁଦ୍!...

ମୁମ୍ବାଇ: ବଲିଉଡ୍‌ରେ ମାନବିକତାର ଏକ ସୁନ୍ଦର ଉଦାହରଣ...

ହର୍ମୁଜ୍‌ରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ! ଜଣେ ଭାରତୀୟ ନାବିକ ନିଖୋଜ, ୨ ଆହତ

ହର୍ମୁଜ୍‌ରେ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ! ଜଣେ...

ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀରେ ପୁଣି ଏକ ବାଣିଜ୍ୟିକ ଜାହ...

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌! ରାଜସ୍ଥାନ ରୟାଲ୍ସକୁ ଗଲେ ମହମ୍ମଦ ଶାମି ଓ ସିଦ୍ଧାର୍ଥ, ଲକ୍ଷ୍ନୌକୁ ଫେରିଲେ ସାମ୍‌ କରନ୍‌

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌! ରାଜସ୍ଥାନ...

IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍! ରାଜସ୍ଥାନ ରୟାଲ୍ସକୁ ଗଲେ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+