ମାନିଲା: ସମୁଦ୍ର ପଥରେ ନାବିକଙ୍କ ସୁରକ୍ଷା, ଆନ୍ତର୍ଜାତୀୟ ଶାନ୍ତି ଓ ସାଇବର ଅପରାଧ ନିୟନ୍ତ୍ରଣ ଦିଗରେ ବଡ଼ ପଦକ୍ଷେପ ନେଇଛି ଭାରତ । ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ଅନୁଷ୍ଠିତ ଇଷ୍ଟ ଏସିଆ ସମ୍ମିଳନୀ (East Asia Summit)ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାବିକଙ୍କ ସୁରକ୍ଷା ପାଇଁ ଏକ ନୂଆ ଆନ୍ତର୍ଜାତୀୟ ପଦକ୍ଷେପ ଘୋଷଣା କରିଛନ୍ତି।
ନାବିକଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ
ସମ୍ମିଳନୀରେ ମୋଦୀ 'ସିଫେରର୍ସ ସେଫ୍ଟି ଇନିସିଏଟିଭ୍' (Seafarers' Safety Initiative) ଆରମ୍ଭ କରିବା ନେଇ ଘୋଷଣା କରିଥିଲେ। ଏହା ଅଧୀନରେ ବିଭିନ୍ନ ଦେଶ ମଧ୍ୟରେ ମିଳିତ ପ୍ରଶିକ୍ଷଣ ଓ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ।
ମୋଦୀ କହିଥିଲେ, ସମୁଦ୍ର ଆମର ସାମୂହିକ ସମୃଦ୍ଧିର ଜୀବନରେଖା। ଏହାର ସୁରକ୍ଷା ଏବଂ ମୁକ୍ତ ନୌଚଳାଚଳ ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।
ଆତଙ୍କବାଦ ଓ ସାଇବର ଅପରାଧ ଉପରେ ଚିନ୍ତା
ସମ୍ମିଳନୀରେ ଆତଙ୍କବାଦ ସହିତ ସୀମାପାର ସାଇବର ଅପରାଧ, ଅନଲାଇନ୍ ଠକେଇ ଓ ଡିଜିଟାଲ୍ ସ୍କାମ୍ ବୃଦ୍ଧିକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ।
ଏହି ନୂଆ ପ୍ରକାରର ଅପରାଧର ମୁକାବିଲା ପାଇଁ ନ୍ୟାସନାଲ୍ ଫୋରେନସିକ୍ ସାଇନ୍ସ ୟୁନିଭର୍ସିଟିରେ ଇଷ୍ଟ ଏସିଆ ସମ୍ମିଳନୀ ଅଧୀନରେ ଏକ ସାଇବର କ୍ରାଇମ୍ ସମ୍ମିଳନୀ ଆୟୋଜନ କରିବାକୁ ମୋଦୀ ପ୍ରସ୍ତାବ ଦେଇଥିଲେ।
ଲୋଥାଲରେ ସାମୁଦ୍ରିକ ଐତିହ୍ୟ ଉତ୍ସବ ପ୍ରସ୍ତାବ
ଭାରତର ଐତିହ୍ୟ ଓ ସାମୁଦ୍ରିକ ପରମ୍ପରାକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର କରିବା ପାଇଁ ଗୁଜରାଟର ଲୋଥାଲରେ ଏକ 'ମାରିଟାଇମ୍ ହେରିଟେଜ୍ ଫେଷ୍ଟିଭାଲ୍' (Maritime Heritage Festival) ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି ମୋଦୀ।
ଏହା ସହିତ ନାଳନ୍ଦାରେ ଇଷ୍ଟ ଏସିଆ ଦେଶଗୁଡ଼ିକର ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷାଗତ ସହଯୋଗ ବୃଦ୍ଧି ପାଇଁ ଏକ 'ଇଏଏସ୍ ୟୁନିଭର୍ସିଟି କନକ୍ଲେଭ୍' ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ।
ଶାନ୍ତି ଓ ସହଯୋଗ ଉପରେ ଗୁରୁତ୍ୱ
ମୋଦୀ କହିଥିଲେ ଯେ, ବିଶ୍ୱର ଭବିଷ୍ୟତ ସଂଘର୍ଷ ଦ୍ୱାରା ନୁହେଁ, ବରଂ ପାରସ୍ପରିକ ସମ୍ମାନ ଓ ସହଯୋଗ ଦ୍ୱାରା ନିର୍ଦ୍ଧାରିତ ହେବ। ୟୁକ୍ରେନ୍ ହେଉ କି ପଶ୍ଚିମ ଏସିଆ, ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସବୁ ପ୍ରୟାସକୁ ସମର୍ଥନ ଜଣାଇବ ।
ଡିଜିଟାଲ୍ ଦୁନିଆରେ ବିଶ୍ୱାସ ଓ ସୁରକ୍ଷାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଡିପ୍ଫେକ୍ ଓ ଭୁଲ୍ ତଥ୍ୟର ପ୍ରସାର ରୋକିବା ପାଇଁ ଡିଜିଟାଲ୍ ୱାଟରମାର୍କିଂ ଭଳି ପ୍ରଯୁକ୍ତିର ଉପଯୋଗ ଉପରେ ଭାରତ ଗୁରୁତ୍ୱ ଦେଉଥିବା ସେ କହିଥିଲେ। ଇଷ୍ଟ ଏସିଆ ସମ୍ମିଳନୀ ହେଉଛି ଆସିଆନ୍ ନେତୃତ୍ୱରେ ଆୟୋଜିତ ଏକ ବାର୍ଷିକ ଆଲୋଚନା ମଞ୍ଚ, ଯେଉଁଥିରେ ଆମେରିକା ଓ ଚୀନ୍ ସମେତ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ୧୯ଟି ଦେଶ ସାମିଲ ଅଛନ୍ତି।
ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କୁ ଟାର୍ଗେଟ୍‌ କରୁଛନ୍ତ...
ଗ୍ରୀନ୍ ଇକୋନୋମିରେ ବଢ଼ୁଛି ନିଯୁକ୍ତି ସୁଯୋଗ ନୂଆଦିଲ୍ଲ...
ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଯୁକ୍ତିର ବଡ଼ ବ୍ୟବହାର...
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷାକ...
SBI Clerk Prelims Result 2026: ରେଜଲ୍ଟକୁ ଅପେକ୍ଷା, ଆ...
NRI ନାବିକଙ୍କ ପାଇଁ NPS KYC ନିୟମରେ କୋହଳ ନୂଆଦିଲ୍ଲୀ...
ଥାଇଲ୍ୟାଣ୍ଡ: ପର୍ଯ୍ୟଟନସ୍ଥଳୀ ଫୁକେଟ୍ରେ ଭୟଙ୍କର ଅଗ୍ନିକାଣ...
ୱାଶିଂଟନ୍/ନ୍ୟୁୟର୍କ:ଜେଫ୍ରି ଏପଷ୍ଟିନ୍ଙ୍କ ରହସ୍ୟମୟ ମୃତ୍ୟ...