ପୁରୀ:ସାପ ଧରିବାରେ ଥିଲେ ମାହିର। ବିଷାକ୍ତ ସାପକୁ ସହଜରେ କାବୁ କରି ଲୋକଙ୍କୁ ସହାୟତା କରୁଥିଲେ। କିନ୍ତୁ ନାଗ ସାପ ସହ ରିଲ୍ସ କରିବା ତାଙ୍କ ପାଇଁ ଶେଷରେ ମହଙ୍ଗା ପଡ଼ିଛି। ସାପ କାମୁଡ଼ାରେ ଚାଲିଯାଇଛି ତାଙ୍କ ଜୀବନ। ମୃତ ଯୁବକ ହେଉଛନ୍ତି ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗ୍ରାମର ତପନ କୁମାର ପ୍ରଧାନ।
ଘର ବାରଣ୍ଡାରେ ନାଗ ସାପ ସହ କରୁଥିଲେ ରିଲ୍ସ
ଉପଲବ୍ଧ ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ତପନ ନିଜ ଘର ବାରଣ୍ଡାରେ ଏକ ନାଗ ସାପକୁ ଧରି ରିଲ୍ସ କରୁଥିଲେ। ଏହି ସମୟରେ ସାପଟି ତାଙ୍କ ହାତର ଆଙ୍ଗୁଠି, କହୁଣୀ ଓ ବାହୁରେ କାମୁଡ଼ିଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା।
ହସ୍ପିଟାଲରେ ମୃତ ଘୋଷଣା
ପରିବାର ଲୋକେ ତପନଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସାପ ଧରିବାରେ ଥିଲେ ଅଭିଜ୍ଞ
ପରିବାର ଲୋକଙ୍କ କହିବା ଅନୁଯାୟୀ, ତପନ ଜୀବନରେ ଅନେକ ସାପ ଧରିଥିଲେ। ଯେଉଁ ଘରେ ସାପ ପଶୁଥିଲା, ସେଠାରେ ପହଞ୍ଚି ସେ ସାପ ଧରିବାରେ ସହାୟତା କରୁଥିଲେ। ତାଙ୍କ ଇନଷ୍ଟାଗ୍ରାମ ଆଇଡିରେ ମଧ୍ୟ ସାପ ସହିତ ଅନେକ ରିଲ୍ସ ଓ ଭିଡିଓ ଅପଲୋଡ୍ ହୋଇଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ପୁରୀ ସଦର ଥାନା ପୁଲିସ ତଦନ୍ତ ଜାରି ରଖିଛି।
ସତର୍କତା:ନାଗ ସାପ ସମେତ ବିଷାକ୍ତ ସାପ ସହ ନିଜେ ଖେଳିବା, ଧରିବା କିମ୍ବା ଭିଡିଓ ଓ ରିଲ୍ସ ତିଆରି କରିବା ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ। ସାପ ଦେଖିଲେ ନିଜେ ଧରିବାକୁ ଚେଷ୍ଟା ନକରି ପ୍ରଶିକ୍ଷିତ ସାପ ଉଦ୍ଧାରକାରୀଙ୍କ ସହାୟତା ନିଅନ୍ତୁ।
Central Board of Secondary Education (CBSE) ୨୦୨୭ B...
ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଓ ସେବା ମନୋଭାବ ଥିଲେ ସୀମି...
ନୂଆଦିଲ୍ଲୀ:ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ କ୍ୟାରିୟର କ...
ଲକ୍ଷ୍ନୌ: ଦିଲ୍ଲୀରେ ଅକ୍ଟୋବର ୧୦ରେ ପ୍ରସ୍ତାବିତ ପ୍ରତିବାଦ...
ଜାତିସଂଘ (UN)ରେ ଭାରତ ପକ୍ଷରୁ ନିଜର ଆଭିମୁଖ୍ୟ ରଖି...
ନୂଆଦିଲ୍ଲୀ: CJP ଆନ୍ଦୋଳନ ପୂର୍ବରୁ ସୁରକ୍ଷା କଡ଼ାକଡ଼ି...
ନୂଆଦିଲ୍ଲୀ/ଆମେରିକା: ମହାତ୍ମା ଗାନ୍ଧୀଙ୍କ ଆଦର୍ଶରୁ ପ୍ରେର...
Mahadev Online Betting App ମାମଲାର ତଦନ୍ତ ଏବେ ଆହୁରି...