ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଙ୍କାରରଗଣତି ଓ ମଣତିପୁଣି ଆରମ୍ଭ ହେବ। ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଏହି ପ୍ରକ୍ରିୟା କରାଯିବ ବୋଲି ଶନିବାର ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।
ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଗଣତି ଓ ମଣତି ପାଇଁ ଏହି ଦୁଇଟି ତାରିଖ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଅନୁମୋଦିତ ପ୍ରକ୍ରିୟା ଅନୁସାରେ ରତ୍ନଭଣ୍ଡାରର ଅଳଙ୍କାରଗୁଡ଼ିକର ଗଣତି, ମଣତି ଓ ଯାଞ୍ଚ କରାଯିବ। ଏଥିପାଇଁ ସେବାୟତ ଓ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ।
ଚଳିତ ବର୍ଷ ଜୁଲାଇରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅଳଙ୍କାରର ଗଣତି ଓ ଓଜନ କରାଯାଇଥିଲା। ଶ୍ରୀଜିଉଙ୍କ ବ୍ୟବହୃତ ଅଳଙ୍କାର ସହ ସ୍ନାନପୂର୍ଣ୍ଣିମାରେ ବ୍ୟବହୃତ ଅଳଙ୍କାରଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଥିଲା।
ଏହି ପ୍ରକ୍ରିୟାରେରାହୁରେଖା, ସୁନା ଚିତା ଓ ରୁପା ରସିକାଭଳି ଶ୍ରୀଜିଉଙ୍କ ପବିତ୍ର ଅଳଙ୍କାର ସମେତ ଅନ୍ୟାନ୍ୟ ସାମଗ୍ରୀର ଗଣତି କରାଯାଇଥିଲା। ଅଳଙ୍କାରଗୁଡ଼ିକର ଓଜନ ମଧ୍ୟ କରାଯାଇଥିବା ବେଳେ ସମଗ୍ର ପ୍ରକ୍ରିୟାକୁ ଭିଡିଓଗ୍ରାଫି କରାଯାଇଥିଲା।
ମୂଲ୍ୟବାନ ରତ୍ନ ଓ ଅଳଙ୍କାର ଚିହ୍ନଟ ପାଇଁ ବିଶେଷଜ୍ଞମାନେ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ଲଗାତାର କ୍ଷତିର ଧାରା ପରେ ଶୁକ୍ରବାର ଭାରତୀୟ ଶେୟର ବଜାରର...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
ଆମେରିକାର ଅର୍ଥନୀତିକୁ ନେଇ ବଢ଼ୁଛି ଚିନ୍ତା। ଦେଶର ଜାତୀୟ...
୦୦ ଦିନିଆ ଟିବି ମୁକ୍ତ ଭାରତ ଅଭିଯାନର ସଫଳତା ଓ ଆଗାମୀ ରଣନ...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ଭାରତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦୌଡ଼ରେ ପଛରେ ପଡ...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
ପ୍ରସିଦ୍ଧ ଖ୍ରୀଷ୍ଟିଆନ୍ ହେଭି ମେଟାଲ୍ ବ୍ୟାଣ୍ଡ Demon Hun...
ସୁନା ଓ ରୁପା ଦର ପୁଣି ଥରେ ଚର୍ଚ୍ଚାରେ। ଚଳିତ ସପ୍ତାହରେ ଉ...