ପୁରୀରେ ରୋଡ୍ ରେଜ୍‌ର ଭୟଙ୍କର ରୂପ: ରାସ୍ତା ନ ଛାଡ଼ିବାରୁ ବସ୍ ଚାଳକଙ୍କୁ ଛୁରିମାଡ଼

ପୁରୀ ଜିଲ୍ଲାର ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ନିକଟରେ ଏକ ରୋଡ୍ ରେଜ୍ ଘଟଣା ହିଂସାତ୍ମକ ରୂପ ନେଇଛି। ରାସ୍ତା ଛାଡ଼ିବାରେ ବିଳମ୍ବ ହୋଇଥିବାରୁ ଜଣେ ବାଇକ୍ ଆରୋହୀ ଯାତ୍ରୀବାହୀ ବସ୍‌ର ଚାଳକଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଚାଳକ ଚିକିତ୍ସାଧୀନ ଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
Passenger bus driver injured after being stabbed in a road rage incident in Puri district.
Passenger bus driver injured after being stabbed in a road rage incident in Puri district.

ପୁରୀ ଜିଲ୍ଲାରେ ଏକ ସାମାନ୍ୟ ରାସ୍ତା ବିବାଦ ଭୟଙ୍କର ରୂପ ନେଇଛି।ନିମାପଡ଼ା ଥାନା ଅନ୍ତର୍ଗତ ଚାରିଛକ ନିକଟରେଶନିବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାରେ ଜଣେ ଯାତ୍ରୀବାହୀ ବସ୍ ଚାଳକଙ୍କୁ ଛୁରିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ମୋଟରସାଇକେଲରେ ଯାଉଥିବା ବେଳେ ଯାତ୍ରୀବାହୀ ବସ୍କୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ତେବେ ବସ୍ ଚାଳକ ସଙ୍ଗେ ସଙ୍ଗେ ରାସ୍ତା ନ ଛାଡ଼ିବାରୁ ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ବାଇକ୍ ଆରୋହୀମାନେ ବସ୍ର ପିଛା କରିଥିଲେ। ପରେ ବସ୍ ଆଗରେ ବାଇକ୍ ରଖି ଅଟକାଇବା ସହ ଚାଳକଙ୍କ ସହ ବଚସା କରିଥିଲେ।

ବଚସା ମଧ୍ୟରେ ଜଣେ ଅଭିଯୁକ୍ତ ଛୁରି ବାହାର କରି ବସ୍ ଚାଳକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଚାଳକ ଗୁରୁତର ଆହତ ହୋଇଥିଲେ।

ଘଟଣା ପରେ ବସ୍ରେ ଥିବା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଆହତ ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି।

ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟରସାଇକେଲକୁ ଜବତ କରାଯାଇଥିବା ବେଳେ ସେମାନଙ୍କୁ ଚିହ୍ନଟ ଓ ଗିରଫ ପାଇଁ ଉଦ୍ୟମ ଜାରି ରହିଛି।

LIVE TV
LIVE
Latest News
‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍! 'ପରବର୍ତ୍ତୀ ଓବାମା' ଭାବେ ଚର୍ଚ୍ଚା, ୨୦୨୮ରେ ରାଷ୍ଟ୍ରପତି ଦୌଡ଼କୁ ନେଇ ଚର୍ଚ୍ଚା

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍!...

ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା ଓ ବଜ୍ରପାତ ଆଶଙ୍କା! ପାଣିପାଗ ବିଭାଗର ସତର୍କ ସୂଚନା

ଦୁର୍ବଳ ହେଲା ବାତ୍ୟା ‘ମୁରାସୁ’, ଓଡ଼ିଶାରେ ବର୍ଷା...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର୍ଷା! ୮ ତାରିଖରୁ ବଦଳିବ ପାଗ

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି...

ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ କଲେ କେନ୍ଦ୍ର! ପାକିସ୍ତାନୀ, ଶରଣାର୍ଥୀ ଓ ତିବ୍ବତୀୟଙ୍କୁ ମିଳିବ ଆଶ୍ୱସ୍ତି

ବିଦେଶୀ ନାଗରିକଙ୍କ ପାଇଁ ପାସପୋର୍ଟ-ଭିସା ନିୟମ କୋହଳ...

ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

ଇସ୍ରାଏଲ୍‌ରେ ନେତାନ୍ୟାହୁଙ୍କୁ ବଡ଼ ଝଟକା! ୬୭ ସାଂସଦଙ୍କ ସମର୍ଥନ ସହ ଆଗରେ ଆଇଜେନକୋଟ୍, ରବିବାର ହେବ ବଡ଼ ନିଷ୍ପତ୍ତି

ଇସ୍ରାଏଲ୍‌ରେ ନେତାନ୍ୟାହୁଙ୍କୁ ବଡ଼ ଝଟକା! ୬୭ ସାଂସଦଙ୍କ...

ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+