ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ବିଶେଷ ନୀତିକାନ୍ତି ପାଇଁ ଭକ୍ତଙ୍କ ସାଧାରଣ ଦର୍ଶନ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ। ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଅବସରରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତି ପାଇଁ ଏହି କଟକଣା ଲାଗୁ କରାଯାଇଛି।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ସନ୍ଧ୍ୟା ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅସ୍ଥାୟୀ ଭାବେ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଏହି କଟକଣା ଲାଗୁ ହେବ ଏବଂ ବାମନ ଜନ୍ମ ନୀତି ସମ୍ପନ୍ନ ହେବା ପର୍ଯ୍ୟନ୍ତ ଜାରି ରହିବ।
ଧାର୍ମିକ ପରମ୍ପରା ଅନୁସାରେ, ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ଦିନକୁ ବାମନ ଦ୍ୱାଦଶୀ ବା ବାମନ ଜନ୍ମ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନଙ୍କ ଆବିର୍ଭାବକୁ ସ୍ମରଣ କରାଯାଏ। ଶ୍ରୀମନ୍ଦିରରେ ମଧ୍ୟ ଏହାକୁ ନେଇ ସ୍ୱତନ୍ତ୍ର ନୀତିକାନ୍ତି ପାଳନ କରାଯାଏ।
ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯିବାକୁ ଥିଲେ ନିର୍ଦ୍ଧାରିତ ସମୟକୁ ଧ୍ୟାନରେ ରଖି ଯାତ୍ରା ଯୋଜନା କରିବାକୁ ମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ନୀତି ସମାପ୍ତ ହେବା ପରେ ସାଧାରଣ ଦର୍ଶନ ପୁଣି ଆରମ୍ଭ ହେବ।
ପାକିସ୍ତାନରଖୈବର ପଖ୍ତୁନଖ୍ୱାରେ ଜଣେ ପ୍ରାଦେଶିକ ମନ୍ତ୍ରୀଙ...
ପାକିସ୍ତାନର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୁର୍କୀ ଏବେ ଇନ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଡେନମାର୍କ ପ୍ରଧାନ...
ଭାରତୀୟ ଟେକ୍ ପ୍ରଫେସନାଲ୍ଙ୍କ ପାଇଁ ଏକ ବଡ଼ ଉପଲବ୍ଧି।IIIT...
Tata Groupର holding companyTata Sonsକୁ ନେଇ ଚାଲିଥିବ...
ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଜାତିସ...
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭ...
ଇଟାଲୀରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆଣିବା...
UPI ବ୍ୟବହାର କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ Nati...
ତାମିଲନାଡୁର ରାଜନୀତିରେ ଦଶନ୍ଧି ଧରି ପ୍ରଭାବ ବିସ୍ତାର କରି...
ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...
ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ନିକଟତର ହେଉଥିବ...