ବଲିଉଡ୍ ଓ ହଲିଉଡ୍ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଜୁଲାଇ ୧୮ରେ ତାଙ୍କର ୪୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ପ୍ରଶଂସକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଳୀ। ସେ ତାଙ୍କ ଆଗାମୀ ମେଗା ବଜେଟ୍ ଫିଲ୍ମ ‘ବାରାଣସୀ’ରୁ ମନ୍ଦାକିନୀ ଚରିତ୍ରର ଦୁଇଟି ନୂଆ ପୋଷ୍ଟର ଉନ୍ମୋଚନ କରିଛନ୍ତି।
ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଚୋପ୍ରା, ଏସ୍.ଏସ୍. ରାଜାମୌଳୀ ଏବଂ ମହେଶ ବାବୁ ଏକାଠି କାମ କରୁଛନ୍ତି। ଏହା ପ୍ରିୟଙ୍କାଙ୍କ ଭାରତୀୟ ସିନେମାକୁ ବହୁ ବର୍ଷ ପରେ ଏକ ଭବ୍ୟ ପ୍ରତ୍ୟାବର୍ତ୍ତନ ବୋଲି କୁହାଯାଉଛି।
ପ୍ରଥମ ପୋଷ୍ଟରରେ ପ୍ରିୟଙ୍କା ଚୋପ୍ରାଙ୍କୁ କଳା ରଙ୍ଗର ପୋଷାକରେ ଏକ ରହସ୍ୟମୟ ଓ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳିଛି। ତାଙ୍କ ତୀକ୍ଷ୍ଣ ଚାହାଣି ଓ ଦମଦାର ଲୁକ୍ ଚରିତ୍ରଟିର ଗଭୀରତା ଓ ଦୃଢ଼ତାକୁ ପ୍ରତିଫଳିତ କରୁଛି।
ସେହିପରି ଦ୍ୱିତୀୟ ପୋଷ୍ଟରରେ ମନ୍ଦାକିନୀଙ୍କ ସମ୍ପୂର୍ଣ୍ଣ ଭିନ୍ନ ଅବତାର ଦେଖିବାକୁ ମିଳିଛି। ବିସ୍ତୃତ ଘାସଭୂମି ଏବଂ ପାହାଡ଼ର ପୃଷ୍ଠଭୂମିରେ ପ୍ରିୟଙ୍କାଙ୍କୁ ହସଖୁସିରେ ଦୌଡ଼ୁଥିବା ଅବସ୍ଥାରେ ଦେଖାଯାଇଛି। ତାଙ୍କ ମୁହଁର ଉଜ୍ଜ୍ୱଳ ହସ ଏବଂ ପୋଷ୍ଟରର ସାହସିକ ପରିବେଶ ଫିଲ୍ମର ବୃହତ୍ ପରିସରକୁ ସୂଚିତ କରୁଛି।
ଏହି ପୋଷ୍ଟରଗୁଡ଼ିକୁ ସେୟାର କରି ରାଜାମୌଳୀ ଲେଖିଛନ୍ତି,"Grace when she smiles. Fire when she doesn't!"ଅର୍ଥାତ୍ ସେ ହସିଲେ ସୌନ୍ଦର୍ଯ୍ୟର ପ୍ରତୀକ ଏବଂ ନ ହସିଲେ ଅଗ୍ନିର ରୂପ।
ପ୍ରଯୋଜକ କେ.ଏଲ୍. ନାରାୟଣଙ୍କ ଦୁର୍ଗା ଆର୍ଟ୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ମହେଶ ବାବୁ ମୁଖ୍ୟ ଭୂମିକାରେ ଥିବାବେଳେ ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବେ। ଫିଲ୍ମର ସଙ୍ଗୀତ ଦେଇଛନ୍ତି ଓସ୍କାର ବିଜେତା ଏମ୍.ଏମ୍. କୀରବାଣୀ ଏବଂ ଛାୟାଗ୍ରହଣର ଦାୟିତ୍ୱରେ ଅଛନ୍ତି ପି.ଏସ୍. ବିନୋଦ।
ଆକ୍ସନ, ଆଡଭେଞ୍ଚର ଓ ପୌରାଣିକ କାହାଣୀର ଏକ ଅନନ୍ୟ ମିଶ୍ରଣ ଭାବେ ପ୍ରସ୍ତୁତ ହେଉଥିବା ‘ବାରାଣସୀ’ ୨୦୨୭ ଏପ୍ରିଲ୍ ୭ରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ବିଦେଶରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା ନ...
କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...
ବେଜିଂ: ଚୀନ୍‌ର ବିମାନ ଚଳାଚଳ ଶିଳ୍ପ ଏବେ ଆର୍ଥିକ ଚା...
ଅମଳ ସମୟରେ ପ୍ରକୃତିର ଦାଉ ଚାଷୀଙ୍କ ବର୍ଷକର ପରିଶ୍ରମକୁ ବି...
କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଦନ୍...
ଫ୍ଲୋରିଡା, ଆମେରିକା: ଆମେରିକାର ଫ୍ଲୋରିଡାରେ ଘଟିଥିବା ଏକ...
ବେଜିଂ: ମହାକାଶ ଗବେଷଣା କ୍ଷେତ୍ରରେ ନିଜର ଦବଦବା ବଢ଼ାଇବା...
ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...