ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁମଙ୍ଗଳବାର ବ୍ରହ୍ମପୁର ଗସ୍ତ କରିବେ। ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ରାଷ୍ଟ୍ରପତି ଟ୍ରେନ୍ ଯୋଗେ ସେ ଓଡ଼ିଶାରେ ପହଞ୍ଚିଛନ୍ତି। ମଙ୍ଗଳବାର ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସେହି ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା କରିବେ।
ଭୁବନେଶ୍ୱରରୁ ବ୍ରହ୍ମପୁର ରେଳଯାତ୍ରା ପାଇଁ ପ୍ରାୟ୨ ଘଣ୍ଟା ୧୦ ମିନିଟ୍ସମୟ ଲାଗିବ। ରାଷ୍ଟ୍ରପତିଙ୍କ ଟ୍ରେନ୍ର ଆଗପଛରେ ଦୁଇଟି ଏସ୍କର୍ଟ ଟ୍ରେନ୍ ଚଳାଚଳ କରିବ। ଯାତ୍ରାପଥରେ ସୁରକ୍ଷାକୁ ନଜରରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରାୟ୮୦ କିଲୋମିଟର ସଡ଼କପଥରେ ତପ୍ତପାଣିଯିବେ। ସେଠାରେ ସେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବେ।
ପରେ ସନ୍ଧ୍ୟାରେ ରାଷ୍ଟ୍ରପତି ବ୍ରହ୍ମପୁର ଫେରିବେ ଏବଂ ଗୋପାଳପୁରସ୍ଥିତଆର୍ମି ଏୟାର ଡିଫେନ୍ସ କଲେଜରେରାତ୍ରିଯାପନ କରିବେ। ବୁଧବାର ସେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ପୁଣି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରେଳପଥ, ସଡ଼କପଥ ଏବଂ କାର୍ଯ୍ୟକ୍ରମସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଓଡ଼ିଶା ପୋଲିସ,ରେଲୱେ ପ୍ରୋଟେକ୍ସନ ଫୋର୍ସ (RPF)ଏବଂ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି।
ଏହାପୂର୍ବରୁ ସୋମବାର ରାଷ୍ଟ୍ରପତି ମୁର୍ମୁ କଟକ ଜିଲ୍ଲାର ବାଙ୍କୀଠାରେକୃପାଳୁଜୀ ବିଶ୍ୱବିଦ୍ୟାଳୟର ଉଦ୍ଘାଟନକରିଥିଲେ।
ଗ୍ଲାସଗୋରେ ଅନୁଷ୍ଠିତ ସଦ୍ୟ ସମାପ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ା...
ବେଙ୍ଗାଲୁରୁ:ଆଗାମୀ ଏସିଆ କପ୍ ହକିକୁ ନଜରରେ ରଖି ଭାରତୀୟ କ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଭାରତୀୟ ବଂଶୋଦ୍ଭବ ଯୁବ କ୍ରିକେଟର ନୀଲ ପଟେଲଙ୍କ କ୍ରିକେଟ୍&...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
ଭାରତୀୟ କ୍ରିକେଟ୍ ଦଳରେ ବଡ଼ ପରିବର୍ତ୍ତନ।ଶ୍ରୀଲଙ୍କା ବିପକ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...