ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଅଂଶବିଶେଷ ଭାବେ ଅଗଷ୍ଟ ୪ରେ ବ୍ରହ୍ମପୁର ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ ଓ ସୁଗମ କରିବା ପାଇଁ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ରାଷ୍ଟ୍ରପତି ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ବ୍ରହ୍ମପୁର ଆସିବେ। ସେ ବ୍ରହ୍ମପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଟ୍ରେନ୍ ଆଗମନକୁ ନଜରରେ ରଖି ରେଳ ଷ୍ଟେସନ ଓ ଏହାର ଆଖପାଖରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କପଥରେ ପ୍ରାୟ ୮୦ କିଲୋମିଟର ଦୂର ତପ୍ତପାଣି ପନ୍ଥନିବାସ ଯିବେ। ସେଠାରେ ସ୍ନାନ କରିବା ପରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ।
ରାଷ୍ଟ୍ରପତିଙ୍କ କାରକେଡ୍ ଯାତାୟାତ ସମୟରେ ଟ୍ରାଫିକ୍ ପରିଚାଳନା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବାକୁ ଥିବାରୁ ଏନେଇ ସ୍ୱତନ୍ତ୍ର ରୁଟ୍ ଓ ଟ୍ରାଫିକ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।
ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଟ୍ରେନ୍ରେ ବ୍ରହ୍ମପୁର ଆସୁଥିବାରୁ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ RPF ସହ ସମନ୍ୱୟ କରି ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ସେହିପରି ରାଷ୍ଟ୍ରପତିଙ୍କ ସଡ଼କପଥ ଯାତ୍ରା ସମୟରେ ମଧ୍ୟ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତିଙ୍କ କାରକେଡ୍ ଯିବା ସମୟରେ ପ୍ରାୟ ଅଧଘଣ୍ଟା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହେବ। ଏହି ସମୟରେ ସାଧାରଣ ଲୋକଙ୍କୁ ପୁଲିସର ଟ୍ରାଫିକ୍ ଆଡଭାଇଜରି ପାଳନ କରିବାକୁ ଅନୁରୋଧ କରାଯାଇଛି।
ତେବେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନବାହନକୁ ଯାତାୟାତ ପାଇଁ ଅନୁମତି ମିଳିବ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ରୁଟ୍ ପରିଚାଳନା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇଛି।
ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ୨ ମ୍ୟାଚ୍ ବିଶିଷ...
ଭାରତରେ ଦେଖିବାକୁ ମିଳିବ ବ୍ରାଜିଲ ଫୁଟବଲର ଯାଦୁ। ଫୁଟବଲ୍ର...
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତଭାଗୀରଥୀପୁର...
ଓଡ଼ିଶାରଅଲ୍ ଓଡ଼ିଶା ମେଡିକାଲ୍ PG ପରୀକ୍ଷାରେ General Su...
ଓଡ଼ିଶା ସରକାରଫୁଲବାଣୀ ମେଡିକାଲ କଲେଜର ନାମ ପରିବର୍ତ୍ତନ କ...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ବେଙ୍ଗାଲୁରୁ:ଆଗାମୀ ଏସିଆ କପ୍ ହକିକୁ ନଜରରେ ରଖି ଭାରତୀୟ କ...
ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ଶ...