ଓଡ଼ିଶାର ସରକାରୀ ଆବାସିକ ହଷ୍ଟେଲ ଓ ବିଦ୍ୟାଳୟରେ ରହୁଥିବା ନାବାଳିକା ଛାତ୍ରୀଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଆବାସିକ ହଷ୍ଟେଲରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବାର ଘଟଣା ବୃଦ୍ଧି ପାଉଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ଏପରି ଘଟଣା ଓଡ଼ିଶାରେ ନୂଆ ନୁହେଁ। ୨୦୨୩ରେ କେନ୍ଦୁଝର ଜିଲ୍ଲାର ଏକ ଆବାସିକ ଆଦିବାସୀ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ୬ ମାସର ଗର୍ଭବତୀ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ସେହି ସମୟରେ ଅନ୍ୟ ଜଣେ ଛାତ୍ରୀ ଶିଶୁକୁ ଜନ୍ମ ଦେଇଥିବା ଘଟଣା ମଧ୍ୟ ଉଲ୍ଲେଖ ହୋଇଥିଲା। ଏହି ଘଟଣାଗୁଡ଼ିକ ନେଇ NHRC ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ମାଗିଥିଲା।
ମାଲକାନଗିରିର ଏକ ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ମଧ୍ୟ NHRC କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଥିଲା।
୨୦୨୫ ଜୁଲାଇରେ ଏକାଧିକ ଆବାସିକ ହଷ୍ଟେଲର ଛାତ୍ରୀ ଗର୍ଭବତୀ ହେବା ଘଟଣା ଦର୍ଶାଇ ଏନେଇ ତଦନ୍ତ ପାଇଁ ଦାବି ମଧ୍ୟ ହୋଇଥିଲା। ଉପଲବ୍ଧ ରିପୋର୍ଟରେ ଏପରି ଚାରିଟି ଘଟଣାର ଉଲ୍ଲେଖ ରହିଛି।
ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଛାତ୍ରୀମାନଙ୍କ ସୁରକ୍ଷା, ନିୟମିତ ନିରୀକ୍ଷଣ, ଅଭିଯୋଗ ବ୍ୟବସ୍ଥା ଏବଂ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଭୂମିକାକୁ ନେଇ ଏହି ଘଟଣାଗୁଡ଼ିକ ପ୍ରଶ୍ନ ଉଠାଇଛି। NHRC ପୂର୍ବରୁ ମଧ୍ୟ ଏପରି ଘଟଣାରେ ଛାତ୍ରୀଙ୍କ ସୁରକ୍ଷା ଓ ପ୍ରଶାସନିକ ଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛି।
ପୂର୍ବ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା Hurricane...
ଆର୍ଡି ଗ୍ରୁପ୍‌ର ଦୀର୍ଘଦିନର ପରିବାରିକ ବିବାଦର ସମାଧ...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
ଉତ୍ତରପ୍ରଦେଶରେ ଚିକିତ୍ସା କ୍ଷେତ୍ରରେ ଭାରତୀୟ ଭାଷାର ବ୍ୟବ...
ସିକ୍କିମର ଗ୍ୟାଲସିଂ ଜିଲ୍ଲାର ରିମ୍ବି ଗାଁରେ ପ୍ରକୃତିର ତା...
ଚୀନ୍ ରାଷ୍ଟ୍ରପତିସି ଜିନପିଙ୍ଗପତ୍ନୀ ପେଙ୍ଗ ଲିୟୁଆନଙ୍କ ସହ...
WhatsAppରେ ଆସିଲା ସନ୍ଦେହଜନକ ମେସେଜ୍ ଲକ୍ଷ୍ନୌରୁ ସାମ...
ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ...
ମହାକାଶ ଗବେଷଣାରେ ଏକ ନୂଆ ଉପଲବ୍ଧି ସାମ୍ନାକୁ ଆସିଛି। ହାର...
କେରଳର ପ୍ରସିଦ୍ଧସାବରୀମାଲା ଶ୍ରୀ ଆୟପ୍ପା ମନ୍ଦିରର ସୁନା ମ...