ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ତାଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଗଦେବେ। ଏକାସାଙ୍ଗରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ବିରଳ ହୋଇଥିବାରୁ ଏହା ରାଜ୍ୟ ପାଇଁ ଏକ ବିଶେଷ ଓ ଐତିହାସିକ ଅବସର ଭାବେ ଦେଖାଯାଉଛି।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ଗସ୍ତ କରିବେ। ସେଠାରେ ସେମାନେ ସାନ୍ତାଳି ଜାହେରା ଓ ହୋ ଜାହେରା ପବିତ୍ର ଉପାସନା ସ୍ଥଳରେ ପୂଜାର୍ଚ୍ଚନା କରିବା ସହ ସ୍କିଲ୍ ସେଣ୍ଟର ଏବଂ ପାହାଡ଼ପୁର ସ୍କୁଲ ପରିଦର୍ଶନ କରିବେ। ଏହି ଗସ୍ତ ଆଦିବାସୀ ଓ ଗ୍ରାମାଞ୍ଚଳରେ ଶିକ୍ଷା, ଦକ୍ଷତା ବିକାଶ ଓ ସାମାଜିକ-ଆର୍ଥିକ ସଶକ୍ତିକରଣ ଉପରେ ଗୁରୁତ୍ୱକୁ ପ୍ରତିଫଳିତ କରିବ।
ଏହାପରେ ରାଇରଙ୍ଗପୁରରେ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ଉଭୟ ନେତା ଯୋଗଦେବେ। ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସାଧାରଣ ଜନତାଙ୍କୁ ସମ୍ବୋଧନ ମଧ୍ୟ କରିବେ।
ଉର୍ଜା, ଶିଳ୍ପ ଭିତ୍ତିଭୂମି, ସଡ଼କ ସଂଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରାଯିବ।
ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଆଇବି ଥର୍ମାଲ ପାୱାର ଷ୍ଟେସନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକଳ୍ପ ରହିଛି, ଯେଉଁଥିରେ ଦୁଇଟି ୬୬୦ ମେଗାୱାଟ୍ ୟୁନିଟ୍ ସ୍ଥାପନ କରାଯିବ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବ।
ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଭାରତ କୋଲ ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (BCGCL) ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରାଯିବ। ଏହା ଦେଶୀୟ କୋଇଲାର ପରିଷ୍କାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ଆମଦାନୀ ନିର୍ଭରତା କମାଇବ ଏବଂ ନୂତନ ଶିଳ୍ପ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଏହା ବ୍ୟତୀତ ଭୁବନେଶ୍ୱରରେ ୩୦୦ ଟନ୍ କ୍ଷମତା ବିଶିଷ୍ଟ ମ୍ୟୁନିସିପାଲ୍ କଠିନ ବର୍ଜ୍ୟବସ୍ତୁ ଆଧାରିତ କମ୍ପ୍ରେସ୍ଡ ବାୟୋଗ୍ୟାସ ପ୍ଲାଣ୍ଟ, କାଠଯୋଡ଼ି ନଦୀ ଉପରେ କଟକ-ଭୁବନେଶ୍ୱରକୁ ସିଧାସଳଖ ଯୋଡ଼ିବାକୁ ନୂଆ ସେତୁ, ବୌଦ୍ଧ ଜିଲ୍ଲାର ଢଳପୁର-ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ, ନୂଆପଡ଼ା-ଘାଟିପଡ଼ା NH-353ର ଚାରିଲେନ୍ ବିକାଶ, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର ଓ ଇନଡୋର ବ୍ୟାଡମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ।
ସେହିପରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଭବନ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ୯ଟି ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନର ଉଦ୍ଘାଟନ କରାଯିବ।
ଏହା ସହିତ ନୟାଗଡ଼ ଟାଉନ ବାଇପାସ୍, କୁସୁମୀ ସ୍ମାର୍ଟ ଇରିଗେସନ୍ ପ୍ରକଳ୍ପର ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍, ଯଖପୁରା-ଯାଜପୁର କେନ୍ଦୁଝର ରୋଡ୍-ବୈତରଣୀ ରୋଡ୍ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରୋଡ୍-ମେରାମଣ୍ଡଳୀ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ରାଇରଙ୍ଗପୁରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଟ୍ରାଇବାଲ୍ ରିସର୍ଚ୍ଚ ସେଣ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯିବ।
ଏହି ସମସ୍ତ ପ୍ରକଳ୍ପ ରାଜ୍ୟର ଭିତ୍ତିଭୂମି ବିକାଶ, ସଂଯୋଗ ବ୍ୟବସ୍ଥା, ଶକ୍ତି ସୁରକ୍ଷା ଓ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...