RBIର ଏହି ଗ୍ରୀନ୍ଫିଲ୍ଡ ଡାଟା ସେଣ୍ଟର ପ୍ରାୟ ୧୮.୫୫ ଏକର ଜମିରେ ନିର୍ମିତ ହୋଇଛି। ଏହା RBIର ମୁମ୍ବାଇସ୍ଥିତ ପ୍ରାଥମିକ ଡାଟା ସେଣ୍ଟରର ଏକ ସେକେଣ୍ଡାରୀ ବା ବ୍ୟାକଅପ୍ ଡାଟା ସେଣ୍ଟର ଭାବେ କାର୍ଯ୍ୟ କରିବ। ଜାତୀୟ ଆର୍ଥିକ ତଥ୍ୟର ସୁରକ୍ଷା, କରେନ୍ସି ମ୍ୟାନେଜମେଣ୍ଟ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ଏବଂ ବ୍ୟବସାୟିକ କାର୍ଯ୍ୟର ନିରନ୍ତରତା ପାଇଁ ଏହି କେନ୍ଦ୍ରର ଗୁରୁତ୍ୱ ରହିବ।
ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୨୩ ମାର୍ଚ୍ଚ ୨୨ରେ ତତ୍କାଳୀନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଏହାର ଔପଚାରିକ ଉଦ୍ଘାଟନ କରିବେ।
ଡାଟା ସେଣ୍ଟର ସହ ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ମଧ୍ୟ ଏହି ପ୍ରକଳ୍ପର ଅଂଶ। ଉଦୀୟମାନ ବ୍ୟାଙ୍କିଂ ଟେକ୍ନୋଲୋଜି, ସାଇବର ସୁରକ୍ଷା ଏବଂ ଆଧୁନିକ ଆର୍ଥିକ ବ୍ୟବସ୍ଥା ସମ୍ପର୍କିତ ଗବେଷଣା ଓ କ୍ଷମତା ବିକାଶରେ ଏହି ସୁବିଧା ବ୍ୟବହାର ହେବ ବୋଲି ଅଧିକାରୀମାନେ କହିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଓଡ଼ିଶା ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା, ପ୍ରଧାନମନ୍ତ୍ରୀଙ୍କ କନଭୟ, ଟ୍ରାଫିକ୍ ବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସା ସେବା, ରାସ୍ତା ମରାମତି, ପରିମଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗର ସମୀକ୍ଷା ହୋଇଛି।
ଏହି ଗସ୍ତ ସମୟରେ କାର୍ଯ୍ୟକ୍ରମସ୍ଥଳ ଏବଂ ଭୁବନେଶ୍ୱର ମଧ୍ୟରେ ଯାତାୟାତ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ବିଭିନ୍ନ ବିଭାଗ ଓ ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟ ଉପରେ ଜୋର ଦିଆଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗସ୍ତର କିଛି ଦିନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡ଼ିଶା ଆସିବେ। ତାଙ୍କର ଦୁଇଦିନିଆ ଗସ୍ତ ଅକ୍ଟୋବର ୨୮ ଓ ୨୯ ତାରିଖରେ ମୟୂରଭଞ୍ଜ ଜିଲ୍ଲାକୁ କେନ୍ଦ୍ର କରି ରହିବ। ଏହି ଗସ୍ତରେ ରାଇରଙ୍ଗପୁର ଓ ବାହଲଦା ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି।
ଏହିପରି ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶାରେ ଦୁଇଟି ବଡ଼ ସାମ୍ବିଧାନିକ ପଦବୀର ଗସ୍ତକୁ ନେଇ ପ୍ରଶାସନିକ ତତ୍ପରତା ବଢ଼ିଛି। ତେବେ ଅକ୍ଟୋବର ୨୫ର ମୋଦୀଙ୍କ ଗସ୍ତର ମୁଖ୍ୟ କାର୍ଯ୍ୟକ୍ରମ RBIର ନୂଆ ଡାଟା ସେଣ୍ଟର ଓ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ଉଦ୍ଘାଟନକୁ କେନ୍ଦ୍ର କରି ରହିବ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...
CJPକୁ କେବେ ସମର୍ଥନ କରିନାହୁଁ’ ଅନ୍ନାମଲାଇ କହି...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
ରାୱଲପିଣ୍ଡିରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା...
ଗଣତନ୍ତ୍ରକୁ ବଦନାମ କରିବାର ଚେଷ୍ଟା’ ରାଞ୍ଚିରେ...
Meta Glass ପାଇଁ ମୋର ସନ୍ଦେହ ହେଲା’ ଶିବକୁମାର...
Manekshaw Centreରେ ରାଜନାଥ ସିଂହ ନୂଆଦିଲ୍ଲୀର Manek...
ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ବଲିଉଡ୍ ଅଭିନ...