ବହୁଚର୍ଚ୍ଚିତପୀତବାସ ପଣ୍ଡା ହତ୍ୟା ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ପରେ ଏକ ନୂଆ ମୋଡ଼ ଆସିଛି। ତଦନ୍ତକାରୀ ସଂସ୍ଥା ଚୂଡ଼ାନ୍ତ ଚାର୍ଜସିଟରେ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରୁ ହତ୍ୟା ସମ୍ବନ୍ଧୀୟ ବିଏନଏସ୍ର ଦଫା ୧୦୩ବାଦ ଦେଇଛି।
ଏହି ୧୪ ଜଣଙ୍କ ମଧ୍ୟରେ ମାମଲାରେ ପୂର୍ବରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଉଲ୍ଲେଖ ହୋଇଥିବାପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହପୂର୍ବତନ ମେୟର ପିଣ୍ଟୁ ଦାସ, ମଦନ ଦଳେଇ ଏବଂ ମଳୟ ବିଷୋୟୀଙ୍କ ନାମ ମଧ୍ୟ ରହିଛି।
ତେବେ ଏହି ଅଭିଯୁକ୍ତମାନଙ୍କ ବିରୋଧରେବିଏନଏସ୍ର ଦଫା ୧୧୧ (ସଂଗଠିତ ଅପରାଧ)ଯଥାପୂର୍ବ ବଳବତ୍ତର ରହିଛି। ଅର୍ଥାତ୍ ହତ୍ୟା ଦଫା ବାଦ ଦିଆଯାଇଥିଲେ ମଧ୍ୟ ସଂଗଠିତ ଅପରାଧ ସମ୍ବନ୍ଧୀୟ ଅଭିଯୋଗ ବର୍ତ୍ତମାନ ମଧ୍ୟ ରହିଛି।
ଅନ୍ୟପକ୍ଷରେ,ଗୁଳି ଚଳାଇଥିବା କୁରୁପତି ଭୂୟାଁଏବଂ ତାଙ୍କୁ ଘଟଣାସ୍ଥଳକୁ ନେଇଯାଇଥିବାଚିଣ୍ଟୁ ପ୍ରଧାନଙ୍କ ବିରୋଧରେ ବିଏନଏସ୍ର ହତ୍ୟା ଦଫା ୧୦୩ ପୂର୍ବଭଳି ବଳବତ୍ତର ରହିଛି।
ଚୂଡ଼ାନ୍ତ ଚାର୍ଜସିଟରେ ୧୪ ଅଭିଯୁକ୍ତଙ୍କ ବିରୋଧରୁ ହତ୍ୟା ଦଫା ବାଦ ଦିଆଯିବା ପରେ ମାମଲାର ଆଇନଗତ ପ୍ରକ୍ରିୟା ଓ ପରବର୍ତ୍ତୀ ଶୁଣାଣିକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଛି।
ତେବେ ଆଇନ ବିଶେଷଜ୍ଞଙ୍କ ମତରେ,ସଂଗଠିତ ଅପରାଧ ସମ୍ବନ୍ଧୀୟ ଦଫା ମଧ୍ୟ ଗୁରୁତର ଅପରାଧ ଶ୍ରେଣୀରେ ରହିଥିବାରୁ ଏଥିରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...
ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...
ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...