ଭୁବନେଶ୍ୱର: ମାନବସମ୍ବଳ ପରିଚାଳନା କ୍ଷେତ୍ରରେ ନୂଆ ଚିନ୍ତାଧାରା, AIର ପ୍ରଭାବ ଓ ଭବିଷ୍ୟତର କର୍ମକ୍ଷେତ୍ରକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକ ଦିବସୀୟ ଏଚ୍ଆର୍ କନ୍କ୍ଲେଭ୍ ‘ପିପୁଲ୍ଭର୍ସ ୨୦୨୬’। ଏନ୍ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (NMIET) ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା।
ପିନାକିଲ୍ ଆନୁକୂଲ୍ୟରେ ଏବଂ NIPM ଓଡ଼ିଶା ଓ Go-HRର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଳ୍ପ ଓ ଶିକ୍ଷା ଜଗତର ପ୍ରତିନିଧିମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ୨୦ରୁ ଅଧିକ କମ୍ପାନିର HR ଅଧିକାରୀଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।
ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ଓ ମାନବିକ ମୂଲ୍ୟବୋଧ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଆଲୋଚନା ହୋଇଥିଲା। ପ୍ରଥମ ଅଧିବେଶନରେ AABSYS ITର AGM ରୋଜି ଦାସ, RAIEର CMD ରମଣ କୁମାର ଅଗ୍ରୱାଲ, ଇନ୍ଫୋସିସ୍ର ବରିଷ୍ଠ ନିର୍ଦ୍ଦେଶକ ମନୀଷ ପାଣ୍ଡେ ଏବଂ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପ୍ଟେନ୍ ସଞ୍ଜୀବ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।
ଆଲୋଚନାରେ ୨୦୩୦ ମସିହା ସୁଦ୍ଧା ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଭବିଷ୍ୟତର ଆବଶ୍ୟକତା ଅନୁସାରେ ଦକ୍ଷ ମାନବସମ୍ବଳ ପ୍ରସ୍ତୁତ କରିବା ଉପରେ ମତ ପ୍ରକାଶ ପାଇଥିଲା।
ଦ୍ୱିତୀୟ ଅଧିବେଶନରେ କ୍ଲୋରୋଫିଲ୍ ଫାଉଣ୍ଡେସନ୍ର CEO ଆଦର୍ଶ ରଥଙ୍କ ପରିଚାଳନାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ ଟାଟା ଷ୍ଟିଲ୍ର ପୂର୍ବତନ ନିର୍ବାହୀ ଅଧିକାରୀ ପାର୍ଥସାରଥି ମିଶ୍ର, IOCLର ପ୍ରାକ୍ତନ ନିର୍ଦ୍ଦେଶକ ଆର୍.କେ. ମହାପାତ୍ର, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରୁନ୍ଧତୀ ବିଶ୍ୱାଳ ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ସୁରେଶ ସାହୁ ଯୋଗ ଦେଇଥିଲେ।
ଏହି ଆଲୋଚନାରେ ମାନବସମ୍ବଳ ପରିଚାଳନାରେ ନୂଆ ଆହ୍ୱାନ, ଶିଳ୍ପ ଓ ଶିକ୍ଷା ମଧ୍ୟରେ ସହଯୋଗ ଏବଂ ଭବିଷ୍ୟତର କର୍ମକ୍ଷେତ୍ର ପାଇଁ ଦକ୍ଷତା ବିକାଶ ଭଳି ବିଷୟ ଉପରେ ମତ ବିନିମୟ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ NMIETର ଅଧ୍ୟକ୍ଷା ରିଚା ପରିଡ଼ା, ଉପାଧ୍ୟକ୍ଷା ଶିଳ୍ପା ପରିଡ଼ା, ପ୍ରିନ୍ସିପାଲ୍ ନିରଞ୍ଜନ ମିଶ୍ର, ନିର୍ଦ୍ଦେଶକ ଅନ୍ୱେଷ କୁମାର ଦାସ, ନିର୍ଦ୍ଦେଶକ ବିଘ୍ନେଶ ରାୟ ଏବଂ ପିନାକିଲ୍ର HR ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ବାତ୍ୟା ‘ଅକଭାନ୍’ ପ୍ରଭାବରେ ଓଡ଼ିଶାରେ ବର୍ଷ...
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍&r...
ପେଟର ଚର୍ବି କମାଇବାକୁ ତ୍ରିଗୁଣ କାଢ଼ା! ଜିରା-ଜୁଆଣି ସହ ୫...
ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଅକଭାନ...
ବାଲେଶ୍ୱରରେ ବଡ଼ ଧରଣର ନିଶାଦ୍ରବ୍ୟ ଜବତ: ୧୦.୨୩ କେଜି ବ୍ର...
ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
କେଶ ଓ ତ୍ୱଚା ପାଇଁ ବିପଦ ସାଜୁଛି ବାୟୁ ପ୍ରଦୂଷଣ ନୂଆଦି...