ଦୁର୍ବଳ ହେଲା ବାତ୍ୟା ‘ଅକଭାନ୍’! ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ, ୯୦ କିମି ବେଗରେ ବହିବ ପବନ

ବଙ୍ଗୋପସାଗରରେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ବାତ୍ୟା ‘ଅକଭାନ୍’। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହା ଶୁକ୍ରବାର ପୂର୍ବାହ୍ନରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବା ସହ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
	Cyclone Akvan weakens over Bay of Bengal, approaching Gopalpur coast in Odisha
Cyclone Akvan weakens over Bay of Bengal, approaching Gopalpur coast in Odisha

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅକଭାନ୍’ ଧୀରେ ଧୀରେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ତେବେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଓ ପବନ ଜାରି ରହିବାର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଶୁକ୍ରବାର ଭୋର୍ ସମୟରେ ଏହି ସାମୁଦ୍ରିକ ଝଡ଼ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ଅବସ୍ଥାନ କରୁଥିଲା।

ଗୋପାଳପୁର ନିକଟରେ ଅତିକ୍ରମ କରିବ ବାତ୍ୟା

IMDର ସୂଚନା ଅନୁଯାୟୀ, ବାତ୍ୟାଟି ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୧ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିଛି। ଶୁକ୍ରବାର ଭୋର ୨ଟା ୩୦ ମିନିଟ୍ ସମୟରେ ଏହା ୧୭.୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୮୪.୯ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଥିଲା।

ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ଠାରୁ ପ୍ରାୟ ୧୧୦ କିମି ଦକ୍ଷିଣ-ପୂର୍ବରେ, ବିଶାଖାପାଟଣାଠାରୁ ୧୭୦ କିମି ପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୧୭୦ କିମି ଦକ୍ଷିଣରେ ଅବସ୍ଥାନ କରୁଥିଲା।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖି ଶୁକ୍ରବାର ପୂର୍ବାହ୍ନରେ ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

୯୦ କିମି ବେଗରେ ବହିପାରେ ପବନ

ସ୍ଥଳଭାଗ ଅତିକ୍ରମ ସମୟରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବା ସହ ଝଟକା ପବନର ବେଗ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ବାତ୍ୟା ସହ ଜଡ଼ିତ ମେଘମାଳା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବେଶ କରିବା ଆରମ୍ଭ କରିଛି।

ବିଶାଖାପାଟଣା ଓ ଗୋପାଳପୁରରେ ଥିବା ଡପଲର୍ ପାଣିପାଗ ରାଡାର ମାଧ୍ୟମରେ ବାତ୍ୟାର ଗତିବିଧି ଉପରେ ନିରନ୍ତର ନଜର ରଖାଯାଇଛି।

ରାତି ଅଧରେ SRC କାର୍ଯ୍ୟାଳୟରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାତି ଅଧରେ ସମୀକ୍ଷା କରିଛନ୍ତି। ରାତି ପ୍ରାୟ ୧୧ଟାରୁ ରାତି ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ସେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ବାତ୍ୟାର ସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କ ନିକଟରେ ଯେପରି ସମସ୍ତ ଆବଶ୍ୟକ ସହାୟତା ପହଞ୍ଚିବ, ସେଥିପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ କହିଥିଲେ।

ଭୁବନେଶ୍ୱରରେ ବର୍ଷା ଓ ପବନ

ବାତ୍ୟାର ପ୍ରଭାବ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି। ରାତି ପ୍ରାୟ ୧ଟାରୁ ରାଜଧାନୀରେ ପ୍ରବଳ ବର୍ଷା ସହ ଝଟକା ପବନ ବହିଥିଲା। ଅନ୍ୟପଟେ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ, SRC ରାଜେଶ ପ୍ରଭାକର ପାଟିଲ ଏବଂ ଅଗ୍ନିଶମ ସେବା ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବାତ୍ୟା ପ୍ରଭାବିତ ଜିଲ୍ଲାର ପ୍ରଶାସନ ସହ ଆଲୋଚନା କରିଥିଲେ।

ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଉପରେ ରାତିସାରା ନଜର ରଖାଯାଇଥିଲା।

LIVE TV
LIVE
Latest News
ଆସାମ ବୋର୍ଡ ୨୦୨୭ ପରୀକ୍ଷା ସୂଚୀ ଜାରି! ଫେବୃଆରୀ ୨୫ରୁ ଦଶମ, ମାର୍ଚ୍ଚ ୧୨ରୁ ଦ୍ୱାଦଶ ପରୀକ୍ଷା

ଆସାମ ବୋର୍ଡ ୨୦୨୭ ପରୀକ୍ଷା ସୂଚୀ ଜାରି!...

ଗୁଆହାଟୀ: ଆସାମର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨...

ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା! CHSE ଘୋଷଣା କଲା ୨୦୨୭ ଥିଓରୀ ପରୀକ୍ଷା ତାରିଖ

ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା!...

ଫେବ୍ରୁଆରି ୧୬ରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା! CHSE ଘୋଷ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜର-ବିଟ୍‌ର ୫ ସାମଗ୍ରୀରେ ତ୍ୱଚାକୁ ମିଳିବ ସତେଜତା?

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ...

ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...

ସ୍କୁଲ୍‌ର ଛାତ ଫାଟିଛି, ଶୌଚାଳୟ ଅପରିଷ୍କାର, କମ୍ପ୍ୟୁଟର ଅଚଳ! ୨୦ ସରକାରୀ ସ୍କୁଲ୍‌ର ଦୟନୀୟ ସ୍ଥିତି ପଦାରେ ପଡ଼ିଲା

ସ୍କୁଲ୍‌ର ଛାତ ଫାଟିଛି, ଶୌଚାଳୟ ଅପରିଷ୍କାର, କମ୍ପ୍ୟୁଟର...

ସରକାରୀ ସ୍କୁଲ୍‌ରେ ଶିକ୍ଷାର ମାନ ଓ ମୌଳିକ ସୁବିଧାକୁ...

କେବଳ ଫୁସଫୁସ ନୁହେଁ, କେଶ ଓ ତ୍ୱଚାକୁ ବି କ୍ଷତି ପହଞ୍ଚାଉଛି ବାୟୁ ପ୍ରଦୂଷଣ! ଜାଣନ୍ତୁ କେଶ ଝଡ଼ିବାର କାରଣ ଓ ସୁରକ୍ଷା ଉପାୟ

କେବଳ ଫୁସଫୁସ ନୁହେଁ, କେଶ ଓ ତ୍ୱଚାକୁ...

କେଶ ଓ ତ୍ୱଚା ପାଇଁ ବିପଦ ସାଜୁଛି ବାୟୁ ପ୍ରଦୂଷଣ ନୂଆଦି...

ବାର୍ଡ ଫ୍ଲୁ ମୁକାବିଲା ପାଇଁ ଭାରତର ବଡ଼ ସଫଳତା! ପ୍ରଥମ ସ୍ୱଦେଶୀ H5N1 ଟିକା ପ୍ରସ୍ତୁତ, ନଭେମ୍ବର ୨୦ରେ ଦେଶକୁ ସମର୍ପଣ କରିବେ କୃଷିମନ୍ତ୍ରୀ

ବାର୍ଡ ଫ୍ଲୁ ମୁକାବିଲା ପାଇଁ ଭାରତର ବଡ଼...

ବାର୍ଡ ଫ୍ଲୁ ମୁକାବିଲା ପାଇଁ ଭାରତର ବଡ଼ ସଫଳତା! ପ୍ରଥମ ସ୍...

ପେଟର ଚର୍ବି କମାଇବାକୁ ତ୍ରିଗୁଣ କାଢ଼ା! ଜିରା-ଜୁଆଣି ସହ ୫ ସାମଗ୍ରୀରେ ପ୍ରସ୍ତୁତ କରନ୍ତୁ ଏହି ପାନୀୟ

ପେଟର ଚର୍ବି କମାଇବାକୁ ତ୍ରିଗୁଣ କାଢ଼ା! ଜିରା-ଜୁଆଣି...

ପେଟର ଚର୍ବି କମାଇବାକୁ ତ୍ରିଗୁଣ କାଢ଼ା! ଜିରା-ଜୁଆଣି ସହ ୫...

ଅଟୋ ଚାଳକଙ୍କ ଝିଅର ବଡ଼ ସଫଳତା! ITI ଅଟୋମୋବାଇଲ୍‌ରେ ଦେଶରେ ଟପ୍ପର, ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଅଟୋ ଚାଳକଙ୍କ ଝିଅର ବଡ଼ ସଫଳତା! ITI...

ଅଟୋ ଚାଳକଙ୍କ ଝିଅ ହୋଇ ଦେଶରେ ଚମକିଲେ ସୁପ୍ରୀତି! ପରିବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+