ଓଡ଼ିଶାର ପାରା ଆଥଲେଟ୍ ପାୟଲ ନାଗ ଅନ୍ତର୍ଜାତୀୟ ମଞ୍ଚରେ ଦେଶ ପାଇଁ ଗୌରବ ଆଣିବା ପରେ ଗୁରୁବାର ନିଜ ଗାଁକୁ ଫେରିଥିଲେ। ତାଙ୍କ ସଫଳତାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ତାଙ୍କୁ ଭବ୍ୟ ଓ ଭାବବିହ୍ୱଳ ସ୍ୱାଗତ ଜଣାଇଥିଲେ।
ଥାଇଲାଣ୍ଡର ବ୍ୟାଙ୍କକରେ ଆୟୋଜିତ ହୁଣ୍ଡାଇ ୱାର୍ଲ୍ଡ ଆର୍ଚେରୀ ପାରା ସିରିଜ୍-୨୦୨୬ରେ ଭାରତକୁ ପ୍ରତିନିଧିତ୍ୱ କରି ପାୟଲ ନାଗ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶକୁ ଗର୍ବିତ କରିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହା ଗୌରବର ବିଷୟ ହୋଇଛି।
ପ୍ରାୟ ଦୁଇ ମାସ ପରେ ନିଜ ଗାଁକୁ ଫେରିଥିବା ପାୟଲଙ୍କୁ ଗ୍ରାମବାସୀ ଢୋଲ, ନିଶାନ ଓ ବାଜା ସହ ଭବ୍ୟ ଶୋଭାଯାତ୍ରା କରି ସ୍ୱାଗତ କରିଥିଲେ। ମୁରିବାହାଲ ତହସିଲଦାର, ବିଡିଓ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ପାୟଲଙ୍କୁ ତାଙ୍କ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।
ବଲାଙ୍ଗିର ଜିଲ୍ଲାର ମୁରିବାହାଲ ବ୍ଲକର ଏହି ପ୍ରତିଭାଶାଳୀ ପାରା ଆଥଲେଟ୍ ବିଶ୍ୱର ନମ୍ବର ଓନ୍ ଆର୍ଚର ଶୀତଳ ଦେବୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ।
ପାୟଲ ନାଗ କହିଛନ୍ତି, “ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ଗାଁକୁ ଫେରିଛି। ଗ୍ରାମବାସୀଙ୍କ ଭବ୍ୟ ସ୍ୱାଗତରେ ମୁଁ ବହୁତ ଖୁସି। ମୋ ପରିବାର ମଧ୍ୟ ଖୁସି ଅଛନ୍ତି। ଆଗରୁ ଲୋକେ କହୁଥିଲେ ତାଙ୍କ ଝିଅ କିଛି କରିପାରିବ ନାହିଁ, କିନ୍ତୁ ଆଜି ମୁଁ ଦୁଇଟି ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଛି।”
କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ କହିଥିଲେ, “ପାରା ଆଥଲେଟ୍ ପାୟଲ ନାଗ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି। ଆମେ ସମସ୍ତେ ତାଙ୍କ ପାଇଁ ଗର୍ବିତ।”
ପାୟଲଙ୍କ ଏହି ସଫଳତା କେବଳ ବଲାଙ୍ଗିର ଜିଲ୍ଲା ନୁହେଁ, ସମଗ୍ର ଓଡ଼ିଶା ଓ ଦେଶ ପାଇଁ ଗୌରବ ଆଣିଛି।
ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...
ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...
‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...
AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...
ଦିଲ୍ଲୀରେFire Safety NOC (No Objection Certificate)...
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...